BJP's focus on Ganjam: ବିଜେପି ଫୋକସ୍‌ରେ ଗଞ୍ଜାମ: ବଡ଼ ନେତାଙ୍କ ଉପରେ ଆଖି, ନବୀନ ଆସୁନାହାନ୍ତି, ମୋହନ ଆସୁଛନ୍ତି

Jul 19, 2026 - 06:09
BJP's focus on Ganjam: ବିଜେପି ଫୋକସ୍‌ରେ ଗଞ୍ଜାମ: ବଡ଼ ନେତାଙ୍କ ଉପରେ ଆଖି, ନବୀନ ଆସୁନାହାନ୍ତି, ମୋହନ ଆସୁଛନ୍ତି

"ବ୍ରହ୍ମପୁର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମର ସ୍ଥିତି ଭଲ ନାହିଁ।

ବିଜେଡି ୨୦୨୪ରେ ନିର୍ବାଚନ ହାରିବା ପରେ ବ୍ୟାପକ ଅବ୍ୟବସ୍ଥା।

ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ହତ୍ୟା ମାମଲାରେ ଗିରଫ ହେବା ପରେ ଦଳ ବାପଛେଉଣ୍ଡ ଅବସ୍ଥାରେ।

ସୁଜାତା ରାଉତଙ୍କ ମିଶ୍ରଣ ପରେ ଗଞ୍ଜାମ ବିଜେଡିରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି।

ଠିକ୍‌ ଏତିକି ବେଳେ ବିଜେପି "ଅପରେସନ୍‌ ଲୋଟସ୍‌" ଆରମ୍ଭ କରି ଦେଇଥିବା ଚର୍ଚ୍ଚା ଜୋର୍ ଧରିଛି।

ବିଭିନ୍ନ ବ୍ଲକ୍‌ ଓ ପୌରାଧ୍ୟକ୍ଷଙ୍କୁ ଦଳରେ ମିଶାଇ ପଦ୍ମ କ୍ୟାମ୍ପ ଶକ୍ତିଶାଳୀ ହେଉଥିବା ବେଳେ ବିଜେଡିର ବଡ଼ ମୁଣ୍ଡମାନଙ୍କୁ ଏବେ ଟାର୍ଗେଟ୍‌ କରାଯାଇଛି।Advertisment Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍‌ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ ୬ଥରର ବିଧାୟକ ବିକ୍ରମ କେଶରୀ ଆରୁଖ ବାରମ୍ବାର ମନ୍ତ୍ରୀ ହୋଇଛନ୍ତି।

ହେଲେ ୨୦୨୪ ନିର୍ବାଚନ ହାରିବା ପରେ ସେ ଭଞ୍ଜନଗର ମାଟି ମାଡ଼ୁନାହାନ୍ତି।

ବିଜେଡିର ସଂସଦୀୟ ବ୍ୟାପାର କମିଟିରେ ଥାଇ ମଧ୍ୟ ସେ ବୈଠକ ଯାଉନାହାନ୍ତି।

ସ‌ତେ ଯେମିତି ରାଜନୀତିରୁ ଗାଏବ ହୋଇଯାଇଛନ୍ତି।

ତାଙ୍କୁ ନେଇ ଗଞ୍ଜାମ ରାଜନୀତିରେ ଟୁପୁରଟାପୁର ଚାଲିଛି।

ସେହିପରି କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

୨୦୨୪ ବିପର୍ଯ୍ୟୟ ପରେ ମାନସ ମଙ୍ଗରାଜ ଓ ପାଣ୍ଡିଆନଙ୍କ ବିରୋଧରେ ଜୋରଦାର ବର୍ଷିଥିଲେ ସେ।

ତା" ପରଠାରୁ ଦଳର କୌଣସି କାର୍ଯ୍ୟକ୍ରମରେ ସେ ସାମିଲ ହେଉନାହାନ୍ତି।

ଏପରିକି ସୁଜାତାଙ୍କ ମିଶ୍ରଣ ପର୍ବରେ ଏ ଦୁହିଁଙ୍କୁ ଦେଖିବାକୁ ମିଳିନି।

ଅନ୍ୟପଟେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନେଇ ବି ଆଲୋଚନା ହେଉଛି।

ଅବଶ୍ୟ ଶ୍ରୀ ସାହୁ ଏହାକୁ ଖଣ୍ଡନ କରିଛନ୍ତି।

ନବୀନ ଆସୁନାହାନ୍ତି, ମୋହନ ଆସୁଛନ୍ତିଦିଲ୍ଲୀରେ ମାନସମନ୍ଥନ ଜୋରଦାରଫୋକସ୍‌ରେ ବିକ୍ରମ, ଲତିକା, ଶେଖର Rain: ନବରଂଗପୁରରେ ଚାଷୀଙ୍କ ଚିନ୍ତା ବଢ଼ାଇଲା ନିଅଣ୍ଟିଆ ବର୍ଷା ଆଗକୁ ସଂସଦର ମୌସୁମୀ ଅଧିବେଶନରେ ସୀମା ନିର୍ଦ୍ଧାରଣ ବିଲ୍‌ (ଡିଲିମିଟେସନ୍‌) ଆସିପାରେ।

ଏହା କାର୍ଯ୍ୟକାରୀ ହେଲେ ଜିଲ୍ଲାର ରାଜନୈତିକ ଚିତ୍ର ବଦଳିଯିବ।

ଲୋକସଭା ଓ ବିଧାନସଭା ଆସନରେ ବ୍ୟାପକ ପରିବର୍ତ୍ତନ ହୋଇପାରେ।

ସେ ସମୟରେ ବହୁ ନେତା ଦଳବଦଳ କରିପାର"ନ୍ତି।

ହେଲେ ତା" ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେଉଥିବାରୁ ଓ ତୃଣମୂଳରେ ବିଜେଡି ନିଜ ସ୍ଥିତି ସୁଧାରୁଥିବାରୁ ବଡ଼ ନେତାଙ୍କୁ ବିଜେପି ମିଶାଇବାକୁ ଯୋଜନା କରୁଥିବା କୁହାଯାଉଛି।

ନିକଟରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଏହାକୁ ନେଇ ମୌଖିକ ଆଲୋଚନା ହୋଇଛି।

କିଛି ନେତା ଯଦିଓ ବିଜେଡି ନେତାଙ୍କ ମିଶ୍ରଣକୁ ଖୋଲାଖୋଲି ବିରୋଧ କରିଛନ୍ତି, ତଥାପି ଆଲୋଚନାକୁ ଆଗକୁ ନେବା ଲାଗି ଏକପ୍ରକାର ସବୁଜ ସଙ୍କେତ ମିଳିଛି।

ଦିଲ୍ଲୀରେ ଶୀର୍ଷନେତାଙ୍କୁ ମାନସମନ୍ଥନ ଚାଲିଛି।

ରଥଯାତ୍ରା ପରେ ଏ ସମ୍ପର୍କିତ କିଛି ଖବର ସାମନାକୁ ଆସିପାରେ ବୋଲି ବିଜେପି ମହଲରୁ ଜଣାପଡ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।