SIR alert ଏସ୍‌ଆଇଆର୍ ପାଇଁ ଗଞ୍ଜାମରେ ପଞ୍ଚାୟତସ୍ତରୀୟ ଜନଅଭିଯୋଗ ଶୁଣାଣି ବନ୍ଦ

Jul 19, 2026 - 21:05
SIR alert ଏସ୍‌ଆଇଆର୍ ପାଇଁ ଗଞ୍ଜାମରେ ପଞ୍ଚାୟତସ୍ତରୀୟ ଜନଅଭିଯୋଗ ଶୁଣାଣି ବନ୍ଦ

"କଲେକ୍ଟର-ଏସ୍‌ପିଙ୍କ ମିଳିତ ଶୁଣାଣି ପୂର୍ବବତ୍ ଜାରି ରହିବ ଭୁବନେଶ୍ବର: ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (ଏସ୍‌ଆଇଆର୍) କାର୍ଯ୍ୟ ଯୋଗୁଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମପଞ୍ଚାୟତସ୍ତରରେ ହେଉଥିବା ଜନଅଭିଯୋଗ ଶୁଣାଣିକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସ୍ଥଗିତ ରଖାଯାଇଛି।

ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ସମସ୍ତ ବ୍ଲକ୍‌ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଜରୁରୀ ନିର୍ଦ୍ଦେଶ ଜାରି କରାଯାଇଛି।Advertisment SIR: ଏସଆଇଆର ଜନଶୁଣାଣିରେ ଅବ୍ୟବସ୍ଥା ନେଇ ତୀବ୍ର ଉତ୍ତେଜନା ୧୮ ଜୁଲାଇରେ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଜିଲ୍ଲାରେ ଚାଲିଥିବା ଏସ୍‌ଆଇଆର୍ କାର୍ଯ୍ୟ ଯୋଗୁଁ ଗ୍ରାମପଞ୍ଚାୟତସ୍ତରରେ ନିର୍ଦ୍ଧାରିତ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।

ତେଣୁ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କୌଣସି ବ୍ଲକ କିମ୍ବା ଗ୍ରାମପଞ୍ଚାୟତରେ ଏହି ଶୁଣାଣି ଆୟୋଜନ କରାଯିବ ନାହିଁ।

SIR Voter List: ନୂଆ ଭୋଟର ହେବା ପାଇଁ ନିୟମ ପରିବର୍ତ୍ତନ କଲେ ନିର୍ବାଚନ କମିସନ: ଫର୍ମ-୬ରେ ଯୋଡାଗଲା ବିଭାଗ ଏହି ନିଷ୍ପତ୍ତି ସମ୍ପର୍କରେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ସହ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ବ୍ୟାପକ ପ୍ରଚାରପ୍ରସାର କରିବାକୁ ବିଡିଓମାନଙ୍କୁ କୁହାଯାଇଛି।

ତେବେ କେବଳ ଗ୍ରାମପଞ୍ଚାୟତସ୍ତରୀୟ ଜନଅଭିଯୋଗ ଶୁଣାଣି ସ୍ଥଗିତ ହୋଇଥିବାବେଳେ ଜିଲ୍ଲାପାଳ ଓ ପୁଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ମିଳିତ ଜନଅଭିଯୋଗ ଶୁଣାଣି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜାରି ରହିବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

SIR Voter List: ନୂଆ ଭୋଟର ହେବା ପାଇଁ ନିୟମ ପରିବର୍ତ୍ତନ କଲେ ନିର୍ବାଚନ କମିସନ: ଫର୍ମ-୬ରେ ଯୋଡାଗଲା ବିଭାଗ ଏହି ଆଦେଶର ନକଲ ବ୍ରହ୍ମପୁର ଓ ଗଞ୍ଜାମ ଏସ୍‌ପି, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ, ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ଥାନା ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ପଠାଯାଇଛି।

ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଜନଅଭିଯୋଗ ଶୁଣାଣିର ତଦାରଖ ପାଇଁ ନିୟୋଜିତ ସମସ୍ତ ବରିଷ୍ଠ ନୋଡାଲ ଅଧିକାରୀଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଅବଗତ କରାଯାଇଛି।

ପ୍ରଶାସନ ଏହାକୁ ଅତ୍ୟନ୍ତ ଜରୁରୀ ନିର୍ଦ୍ଦେଶ ଭାବେ ଗ୍ରହଣ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।