Horoscope 2026 July 20: ଜାଣନ୍ତୁ ଆଜିର ରାଶିଫଳ

Jul 20, 2026 - 00:19
Horoscope 2026 July 20: ଜାଣନ୍ତୁ ଆଜିର ରାଶିଫଳ

"ମେଷ: ବେପାରରେ ସାମାନ୍ୟ ଲାଭ ହେବ।

ନବ ବିବାହିତ ଦମ୍ପତ୍ତି କୌଣସି କଥାକୁ ନେଇ ତର୍କବିତର୍କ କରିବେ।

ଆପଣ କାମରେ ସଫଳତା ପାଇବେ।

ଚାକିରିଜୀବୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ବୃଷ: ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ।

ପ୍ରୋଜେକ୍ଟରେ ଜୀନସାଥୀର ସହଯୋଗ ପାଇବେ।

କିଛି ଏଭଳି ବିଚାର ଆସିପାରେ ଯାହା ଜବରଦସ୍ତ ଓ ସୃଜନାତ୍ମକ ହେବ।

ବିଦ୍ୟାର୍ଥୀ ସଫଳତା ପାଇବେ।

ମିଥୁନ: ଆପଣ ଘରର ବଡ଼ଙ୍କ ଠାରୁ କିଛି ପ୍ରେରଣା ପାଇବେ।

ପ୍ରତିଟି କାର୍ଯ୍ୟ ମନ ଲଗାଇ କଲେ ଲାଭ ହେବ।

ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ।

ଘରେ ସୁଖ ସମୃଦ୍ଧି ବଜାୟ ରହିବ।

ନୂଆ ଗାଡ଼ି କିଣିବା ଲାଗି ମନ ବନାଇବେ। ‌ କର୍କଟ: ବଡ଼ ବ୍ୟବସାୟ ଗୋଷ୍ଠୀରେ ଭାଗୀଦାରି କରିବା ପାଇଁ ବିଚାର କରିବେ।

ଆପଣଙ୍କ ସୃଜନଶୀଳତାକୁ ଲୋକେ ପ୍ରଶଂସା କରିବେ।

ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ।

ପୂରାଦିନ ସୁସ୍ଥ ସବଳ ଅନୁଭବ କରିବେ।

ସିଂହ: ପରିବାରର କୌଣସି କାମରେ ବ୍ୟସ୍ତ ରହିବେ।

ଅନୁଭବୀ ବ୍ୟକ୍ତିଙ୍କ ସହିତ ମିଶି କାମ ଆଗକୁ ବଢ଼ାଇବେ।

ଝମେଲା ଠାରୁ ଦୂରରେ ରହି କୌଣସି ମନ୍ଦିର ବା ଧାର୍ମିକ ଅନୁଷ୍ଠାନରେ ବିତାଇବେ।

କନ୍ୟା: ମନରେ କୌଣସି ସଂଶୟ ରଖନ୍ତୁ ନାହିଁ।

ବ୍ୟବସାୟର ‌କୌଣସି କାମରେ ଦୂରସ୍ଥାନକୁ ଯିବେ।

ଅସହାୟଙ୍କୁ ଭୋଜନ କରାଇବା ଦ୍ବାରା ଆପଣଙ୍କୁ ଶାନ୍ତି ମିଳିବ।

ନିତି ଦିନିଆ ଜୀବନରେ କିଛି ନୂତନତ୍ବ ଆସିପାରେ।

ତୁଳା: ନେବା ଦେବା ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ।

କ୍ୟାରିୟରରେ ଆପଣଙ୍କୁ ଗୁରୁଜନର ମାର୍ଗ ଦର୍ଶନ ମିଳିବ।

ସ୍ବାସ୍ଥ୍ୟ ବଢ଼ିଆ କରିବା ପାଇଁ ଯୋଗର ରୁଟିନ କରିବେ।

ଡ଼ାକ୍ତରୀ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।

ବିଛା: ସଠିକ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆସିବ।

ମିଡ଼ିଆ କର୍ମୀମାନଙ୍କୁ କାମ କରିବା ପାଇଁ ବଢ଼ିଆ ମଉକା ମିଳିବ।

ଆପଣ ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅବସର ପାଇବେ।

ଧନୁ: ପରିବାରରେ ହର୍ଷ ଉଲ୍ଲାସର ପରିବେଶ ବଜାୟ ରହିବ।

ଆପଣଙ୍କ କାମ କରିବା କଳାରେ ଲୋକେ ପ୍ରଭାବିତ ହେବେ।

ଲେଖକ କ୍ଷେତ୍ରରେ ଥିବା ଲୋକ କୌଣସି ଖୁସି ଖବର ପାଇବେ।

ପେମରେ ସଫଳତା ପାଇବେ।

ମକର: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ।

କାମରେ ରାଜନୀତିକ ସମ୍ବନ୍ଧର ଲାଭ ହେବ।

ପରିବାରରେ ସବୁ ଲୋକ ସମାରୋହରେ ସାମିଲ ହେବେ।

ଆପଣ କୌଣସି କାମକୁ ନେଇ ଉତ୍ସାହିତ ହେବେ।

କୁମ୍ଭ: କାମ ଓ ପରିବାର ସମ୍ବନ୍ଧ ମଧ୍ୟରେ ସାମଞସ୍ୟ ବଜାୟ ରଖନ୍ତୁ।

ଜୀବନସାଥୀର ପୂର୍ଣ୍ଣରୂପେ ସହଯୋଗ ମିଳିବା ଯୋଗୁଁ ଖୁସି ରହିବେ।

କୌଣସି କାମ ପୂରା କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ।

ମୀନ: ବେପାରରେ ଅଧୁରା ଥିବା ଯୋଜନା ପୂରା କରିବାରେ ବ୍ୟସ୍ତ ରହିବେ।

ଘର ଲୋକ ଆପଣଙ୍କ କଥା ମାନି‌ବେ।

କଳା ସାହିତ୍ୟ କ୍ଷେତ୍ରରେ ଅଧିକ ମନ ଲାଗିବ।

ମହିଳାମାନେ କିଛି ସମୟ ଫୋନରେ ବିତାଇବେ।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।