Heavy Rain: ଉତ୍ତର, ପୂର୍ବ ଓ କେନ୍ଦ୍ରାଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା

Jul 19, 2026 - 22:23
Heavy Rain: ଉତ୍ତର, ପୂର୍ବ ଓ କେନ୍ଦ୍ରାଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା

"ନୂଆଦିଲ୍ଲୀ: ଦେଶରେ ଦୀର୍ଘ ଦିନର ବିରତି ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହେବାକୁ ଯାଉଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁସାରେ, ଆଗାମୀ ସପ୍ତାହ ପ୍ରାରମ୍ଭରୁ ଉତ୍ତର, ପୂର୍ବ ଏବଂ କେନ୍ଦ୍ରୀୟ ଭାରତରେ ବ୍ୟାପକ ବର୍ଷା ସହ ମୌସୁମୀର ଜୋରଦାର ପ୍ରତ୍ୟାବର୍ତ୍ତନ ହେବ।

ବଙ୍ଗୋପସାଗରରେ ନୂତନ ଲଘୁଚାପ ବଳୟ ପ୍ରଭାବରେ ମୌସୁମୀ ପୁନର୍ବାର ନିଜ ସ୍ୱାଭାବିକ ସ୍ଥିତିକୁ ଫେରିବ।

ଏହି ବର୍ଷାର ଆଗମନ ପ୍ରଥମେ ଉତ୍ତର-ପୂର୍ବ ଭାରତରୁ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ପ୍ରଦେଶକୁ ବ୍ୟାପିବ।Advertisment ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟ ଏହି ନୂତନ ବାୟୁମଣ୍ଡଳୀୟ ଚାପ ସମୁଦ୍ରରୁ ପ୍ରଚୁର ପରିମାଣର ଆର୍ଦ୍ର ବାୟୁକୁ ସ୍ଥଳଭାଗ ଆଡ଼କୁ ଟାଣି ଆଣିବ।

ଗତ କିଛି ସପ୍ତାହ ଧରି ମୌସୁମୀ ଅକ୍ଷରେଖା ହିମାଳୟର ପାଦଦେଶ ଆଡ଼କୁ ଗତି କରିଥିବାରୁ କେବଳ ପାର୍ବତ୍ୟାଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ବେଳେ ସମତଳ ଭୂଭାଗ ଶୁଖିଲା ରହିଥିଲା।

ବର୍ତ୍ତମାନ ଏହି ଅକ୍ଷରେଖା ଦକ୍ଷିଣ ଆଡ଼କୁ ଗତି କରିବା ମାତ୍ରେ ବଙ୍ଗୋପସାଗର ଏବଂ ଆରବ ସାଗରରୁ ଆସୁଥିବା ଆର୍ଦ୍ର ପବନ ଦେଶର ଆଭ୍ୟନ୍ତରୀଣ ଭାଗରେ ପ୍ରବେଶ କରି ବ୍ୟାପକ ବଜ୍ରପାତ ସହ ବର୍ଷା କରାଇବ।

ସୂଚନାଯୋଗ୍ୟ, ଚଳିତ ମାସରେ ସମଗ୍ର ଦେଶ ଏକ "ମୌସୁମୀ ବିରତି" ପର୍ଯ୍ୟାୟ ଦେଇ ଗତି କରୁଥିଲା।

ଏହି ସମୟରେ ବଙ୍ଗୋପସାଗରରେ ଖୁବ୍ କମ୍ ସଂଖ୍ୟକ ଲଘୁଚାପ ସୃଷ୍ଟି ହୋଇଥିଲା ଏବଂ ଆରବ ସାଗରରୁ ଆସୁଥିବା ମୌସୁମୀ ପ୍ରବାହ ମଧ୍ୟ ଦୁର୍ବଳ ରହିଥିଲା।

ଏହି କାରଣରୁ ଦେଶରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକ ବୃଷ୍ଟିପାତ ୩୨୩.୧ ମିଲିମିଟର ତୁଳନାରେ ମାତ୍ର ୨୪୪.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ପ୍ରାୟ ୨୪ ପ୍ରତିଶତର ନିଅଣ୍ଟ ସ୍ଥିତି ପ୍ରଦର୍ଶନ କରୁଛି।

ବର୍ଷା ଅଭାବରୁ ଭୂମି ଶୁଷ୍କ ହୋଇ ବାୟୁମଣ୍ଡଳକୁ ଅଧିକ ଉତ୍ତପ୍ତ କରିଥିଲା ଏବଂ ଆଦ୍ରତା କାରଣରୁ ଅନେକ ସହରରେ ତାପମାତ୍ରା ପୁଣି ବଢ଼ିଯାଇଥିଲା।

Heavy Rain Alert ଭଦ୍ରକରେ ପ୍ରବଳ ବର୍ଷା, ଜୁଲାଇ ୧୫ରେ ସମସ୍ତ ସ୍କୁଲ ଛୁଟି ଆଗାମୀ ସପ୍ତାହର ଏହି ବୃଷ୍ଟିପାତ ଦେଶର ଚାଷୀମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।

ଧାନ, ସୋୟାବିନ୍, କପା ଏବଂ ବିଭିନ୍ନ ପ୍ରକାରର ଡାଲି ଜାତୀୟ ଶସ୍ୟ ବୁଣିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ।

ତେବେ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ କେବଳ ଗୋଟିଏ ସପ୍ତାହର ବର୍ଷା ଦେଶର ଏହି ୨୪ ପ୍ରତିଶତର ମୌସୁମୀ ନିଅଣ୍ଟକୁ ସମ୍ପୂର୍ଣ୍ଣ ଭାବେ ଦୂର କରିପାରିବ ନାହିଁ।

ଅଗଷ୍ଟ ମାସର ପାଣିପାଗ ସ୍ଥିତି ହିଁ ଚଳିତ ବର୍ଷର ସାମଗ୍ରୀକ ମୌସୁମୀ ଋତୁର ସଫଳତା ନିର୍ଦ୍ଧାରଣ କରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।