Amarnath Yatra: ଅମରନାଥ, ବୈଷ୍ଣୋଦେବୀ ଓ ଶିବଖୋରି ଯାତ୍ରା ସାମୟିକ ବନ୍ଦ

Jul 19, 2026 - 20:47
Amarnath Yatra: ଅମରନାଥ, ବୈଷ୍ଣୋଦେବୀ ଓ ଶିବଖୋରି ଯାତ୍ରା ସାମୟିକ ବନ୍ଦ

"ଜମ୍ମୁ: ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ଅମରନାଥ, ବୈଷ୍ଣୋଦେବୀ ଓ ଶିବଖୋରି ତୀର୍ଥଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖିଛି।

ଯାତ୍ରୀମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଥିବା ପ୍ରଶାସନ କହିଛି।Advertisment ଭାରତୀୟ ପାଣିପାଗ ବିଭାଗ ଜମ୍ମୁ-କାଶ୍ମୀରର ବହୁ ଅଞ୍ଚଳରେ ଅତି ପ୍ରବଳ ବର୍ଷା, ଅଚାନକ ବନ୍ୟା ଓ ଭୂସ୍ଖଳନର ସତର୍କତା ଜାରି କରିଛି।

ପୁଞ୍ଚ, ରାଜୌରୀ, ରିଆସି, ଅନନ୍ତନାଗ, ଗନ୍ଦେରବଲ ଓ ଅନ୍ୟାନ୍ୟ ପାହାଡ଼ିଆ ଅଞ୍ଚଳରେ ବର୍ଷା ଯୋଗୁଁ ପରିସ୍ଥିତି ଗୁରୁତର ହୋଇଛି।

ଅନେକ ସ୍ଥାନରେ ରାସ୍ତା ଧୋଇଯାଇ ଥିବାବେଳେ ଭୂସ୍ଖଳନ ଯୋଗୁଁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଅମରନାଥ ଯାତ୍ରାର ଉଭୟ ପଥ- ପହେଲଗାମ ଓ ବାଲଟାଲ ମାର୍ଗରେ ଯାତ୍ରୀଙ୍କ ଗତିବିଧି ବନ୍ଦ କରାଯାଇଛି।

ସେହିପରି କାଟ୍ରାରୁ ବୈଷ୍ଣୋଦେବୀ ଭବନ ଓ ରିଆସି ଜିଲ୍ଲାର ଶିବଖୋରି ଗୁମ୍ଫାକୁ ଯାତ୍ରା ମଧ୍ୟ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

ପୂର୍ବରୁ ଯାତ୍ରାପଥରେ ଥିବା ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ଏବଂ ଆବଶ୍ୟକ ଖାଦ୍ୟ, ପାନୀୟ ଜଳ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

Earthquake: ମେକ୍ସିକୋ, ଚୋଙ୍ଗକିଙ୍ଗରେ ଭୂସ୍ଖଳନ, ୮ଜଣଙ୍କ ମୃତ୍ୟୁ ପ୍ରଶାସନ କହିଛି, ପାଣିପାଗରେ ସୁଧାର ଆସିବା ଏବଂ ଯାତ୍ରାପଥ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ନିଶ୍ଚିତ ହେବା ପରେ ଯାତ୍ରା ପୁଣି ଆରମ୍ଭ କରାଯିବ।

ସେପର୍ଯ୍ୟନ୍ତ ନୂଆ ଯାତ୍ରୀମାନଙ୍କୁ ଜମ୍ମୁ କିମ୍ବା କାଟ୍ରାରୁ ଆଗକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ସେନା, ପୁଲିସ ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

ସରକାର ଶ୍ରଦ୍ଧାଳୁମାନଙ୍କୁ ଗୁଜବରେ ବିଶ୍ୱାସ ନ କରି କେବଳ ସରକାରୀ ସୂଚନାକୁ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।