BJD to Send Delegation to Kotia କୋଟିଆ ଯିବେ ବିଜେଡିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

Oct 22, 2026 - 20:12
BJD to Send Delegation to Kotia କୋଟିଆ ଯିବେ ବିଜେଡିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ଭୁବନେଶ୍ୱର: ଓଡ଼ିଶାର କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ ପଞ୍ଚାୟତର ଅଧିକାରକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ବିବାଦ ଚାଲିଛି।

ଏହି ସମୟରେ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ଲାଗି ଆନ୍ଧ୍ରପ୍ରଦେଶ ବିଜ୍ଞପ୍ତି ପ୍ରକାଶ କରିଛି।

ଏହାକୁ ନେଇ ରାଜ୍ୟ ରାଜନୀତି ତେଜିଛି।

ଗତକାଲି କୋଟିଆ ନିମନ୍ତେ ପୁଣି ରାଜ୍ୟ ସରକାର କୋର୍ଟ ଯିବେ ବୋଲି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ମନ୍ତବ୍ୟ ପରେ ଆଜି ପ୍ରମୁଖ ରାଜନୈତିକ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କୋଟିଆ ଗସ୍ତ କରିବେ ବୋଲି ଘୋଷଣା କରାଯାଇଛି।

Advertisment Government's: କୋଟିଆ ପାଇଁ ସରକାରଙ୍କ କସରତ: ଆନ୍ଧ୍ରକୁ ଚେକ୍‌ ଦେବାକୁ ୨୯୦ କୋଟି, ପ୍ରତିଷ୍ଠା ହେବ ୩ ନୂଆ ପୁଲିସ ଆଉଟ୍‌ପୋଷ୍ଟ ଆଜି ବିଜେଡି ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି, ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେଡିର ୧୫ ଜଣ ନେତା, ବିଧାୟକ ଓ ସାସଂଦଙ୍କୁ ନେଇ ଏକ ପ୍ରତିନିଧିଦଳ ଗଠନ କରିଛନ୍ତି।

ଏହି ଦଳ ଆସନ୍ତାକାଲି (ଶୁକ୍ରବାର) କୋଟିଆ ଗସ୍ତ କରିବେ।

ନିଜର ନିରୀକ୍ଷଣ ରିପୋର୍ଟ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ।

Kotia Dispute: କୋଟିଆ ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ନବୀନଙ୍କୁ ଆହ୍ବାନ ଦେଲେ ରାଜସ୍ବ ମନ୍ତ୍ରୀ ଏହି ପ୍ରତିନିଧି ଦଳ ର ସଦସ୍ୟ ମାନେ ହେଲେ- ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ଜଗନ୍ନାଥ ସାରକା, ରବିନାରାୟଣ ନନ୍ଦ , ପୂର୍ବତନ ସାଂସଦ ଝିନ ହିକକା ଓ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ପ୍ରଭୁ ଜାନି, ମାନସ ମାଡକାମୀ, ରଘୁରାମ ପଡାଲ, ପ୍ରଫୁଲ ପାଙ୍ଗି, ପ୍ରିତମ ପାଢ଼ୀ, ବିଜେଡି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ବିଜେଡି ଆଦିବାସୀ ସେଲ ସାଧାରଣ ସମ୍ପାଦକ କୌଶଲ୍ୟା ହିକକା, କୋରାପୁଟ ଜିଲ୍ଳା ପରିଷଦ ସଭାପତି ସସ୍ମିତା ମେଲେକା ଓ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ।

ଏହି ପ୍ରତିନିଧି ଦଳ କୋଟିଆ ଅଂଚଳର ଲୋକ ମାନଙ୍କ ସହ ଆଲୋଚନା କରିବା ସହିତ, ଉପାନ୍ତ ଅଞ୍ଚଳ ପରିଦର୍ଶନ କରିବ ଏବଂ ଜିଲ୍ଳା ପ୍ରଶାସନ ସହ ମଧ୍ୟ ଆଲୋଚନା କରିବ।

Supreme Court: ପୁଣି ସୁପ୍ରିମ୍‌କୋର୍ଟ ଯିବ ଓଡ଼ିଶା: ଦୁଇ ଅଧିକାରୀ କୋଟିଆରେ ଡେରା ପକାଇବେ ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ପତ୍ର ଲେଖି ଉଭୟ ଆନ୍ଧ୍ର ଓ ଓଡିଶାରେ ଡବଲ ଇଞ୍ଜିନ ସରକାର ଥିବା ବେଳେ ଓଡ଼ିଆ ସ୍ୱାଭିମାନ ଉପରେ ଏପରି ଆକ୍ରମଣ ତଥା ଓଡ଼ିଶାର ସ୍ୱାର୍ଥ ରକ୍ଷାରେ ରାଜ୍ୟ ସରକାରଙ୍କ ବିଫଳତା ବୋଲି କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)