Bird Poaching : ବନ ବିଭାଗର ବଡ଼ ଆକ୍ସନ୍: ଧରା ପଡିଲେ ପକ୍ଷୀ ଶିକାରୀ, ୨୯୭ ଜୀବନ୍ତ ପକ୍ଷୀ ଉଦ୍ଧାର
ବାଲେଶ୍ବର ୦୧/୦୭: ବାଲେଶ୍ବର କୀର୍ତ୍ତନିଆ ସମୁଦ୍ର ମଝିରେ ଉଦୟପୁର ବନ ବିଭାଗର ବଡ଼ ଚଢ଼ାଉ । ଧରା ପଡିଲେ ପକ୍ଷୀ ଶିକାରୀ । ୨୯୭ ଜୀବନ୍ତ ପକ୍ଷୀ ଉଦ୍ଧାର ହୋଇଥିବା ବେଳେ ୧୧୩ ପକ୍ଷୀ ମୃତ ଓ ଇଞ୍ଜିନ ଚାଳିତ ଡଙ୍ଗା ଜବତ, ଜଣେ ଅଭିଯୁକ୍ତ ଯୁବକ ଗିରଫ ।
ସୂଚନା ଅନୁଯାୟୀ, ବାଲିଆପାଳ ଅଞ୍ଚଳର କାଳିଚରଣ ମଣ୍ଡଳ ଓ ତାଙ୍କ ସହଯୋଗୀ ମାନେ ସବୁଦିନ ସୁବର୍ଣ୍ଣରେଖା ନଦୀ ପାର ହୋଇ ପକ୍ଷୀ ଧରିବାକୁ ଆସିଥାନ୍ତି । ଗତକାଲି ରାତିରେ ଖବର ପାଇବା ପରେ ବନବିଭାଗ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଛକି ରହିଥଲା । ଭୋର ୪ଟାରେ ପକ୍ଷୀ ଶିକାରୀକୁ ଧରିବାରେ ସଫଳ ହୋଇଥିଲା ।