ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଭିଢ଼, କାହିଁକି ବର୍ଷକରେ…
ବ୍ରହ୍ମଗିରି,୧ା୭: ସ୍ନାନପୂର୍ଣ୍ଣିମାରେ ସୋମବାର ଦାରୁଦିଅଁ ୧୦୮ କଳସୀ ଜଳରେ ମହାସ୍ନାନ କରି ଏବେ ଅଣସରପିଣ୍ଡିରେ ଗୁପ୍ତସେବା ପାଉଛନ୍ତି। ଏପଟେ ପୁରୀ ଜିଲାର ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅନବସର ଦର୍ଶନ ଆରମ୍ଭ ହୋଇଛି। ସମ୍ପ୍ରତି ବ୍ରହ୍ମଗିରି ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଲଟିଛି। ଭକ୍ତମାନେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ନ ପାଇ ଅଲାରନାଥଙ୍କୁ ଦର୍ଶନ କରିବାକୁ ବ୍ରହ୍ମଗିରି ଧାଇଁଆସୁଛନ୍ତି। ପ୍ରଥମଦିନରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ତେବେ କିଛି ବିଶୃଙ୍ଖଳା ଯୋଗୁ ଦର୍ଶନରେ ବିଳମ୍ବ ଘଟିଛି।
ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସମଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଏଠାକୁ ଭକ୍ତମାନେ ଛୁଟି ଆସୁଥିବାବେଳେ ମହାପ୍ରସାଦ ସମ ପ୍ରସାଦ ପାଇ ନିଜକୁ କୃତାର୍ଥ ମଣୁଛନ୍ତି।