WEDNESDAY
01 JULY 2026

Welcome!

Unlock your personalized experience.
Sign Up

IND vs ENG T20: ବୈଭବଙ୍କ ଡେବ୍ୟୁକୁ ନେଇ ଅଧିନାୟକ ଆୟର ଏ କ'ଣ କହିଦେଲେ...ବୟାନକୁ ନେଇ ହଙ୍ଗାମା

Jul 01, 2026 - 12:21
IND vs ENG T20: ବୈଭବଙ୍କ ଡେବ୍ୟୁକୁ ନେଇ ଅଧିନାୟକ ଆୟର ଏ କ'ଣ କହିଦେଲେ...ବୟାନକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୦୧/୦୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । ଆୟର୍ଲାଣ୍ଡଠାରୁ ହାରିବା ପରେ ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏହି ସିରିଜ କୌଣସି ଅଗ୍ନି ପରୀକ୍ଷାଠୁ କମ୍ ନୁହେଁ । ସନ୍ଧ୍ୟାରେ ଷ୍ଟ୍ରୀଟ୍‌ ଗ୍ରାଉଣ୍ଡ୍‌ରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା । ସମସ୍ତଙ୍କ ନଜର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିଛି । କଣ ବୈଭବ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିବେ କି ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି ପୂର୍ବରୁ ଅଧିନାୟକ  ଶ୍ରେୟସ ଆୟରଙ୍କୁ ବୈଭବ ସୂର୍ଯ୍ୟବଂଶୀଙ୍କ ପଦାର୍ପଣ ବାବଦରେ ପ୍ରଶ୍ନ ପଚରାଯାଇଥିଲା । ସେ ଯେଉଁ ଉତ୍ତର ଦେଲେ ତାଙ୍କୁ ନେଇ ହଇଚଇ ସୃଷ୍ଟି ହୋଇଛି । ଆୟର୍ଲାଣ୍ଡ ବିପକ୍ଷରେ ବୈଭବଙ୍କୁ ସୁଯୋଗ ମିଳିନଥିଲା । ତେଣୁ ଇଂଲଣ୍ଡ ବିପକ୍ଷରେ ତାଙ୍କର ଡେବ୍ୟୁ ହୋଇପାରେ ବୋଲି ଆଶ ରଖିଛନ୍ତି ଫ୍ୟାନ୍ସ । ବୈଭବଙ୍କ ପଦାର୍ପଣ ବାବଦରେ କ୍ୟାପ୍ଟେନ୍ ଆୟରଙ୍କୁ ପ୍ରଶ୍ନ କରାଯାଇଥିଲା କି, କ୍ୟାପ୍ଟେନ୍ ଏବଂ କୋଚଙ୍କ ପାଇଁ ବହୁତ କଠିନ, ସବୁଠି ବୈଭବ-ବୈଭବ ଚର୍ଚ୍ଚା ହେଉଛି । ଅଧିନାୟକ ଆୟର ଦେଇଥିବା ଉତ୍ତରରେ ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଉତ୍ତରରେ ଆୟର କହିଥିଲେ, ''ମୁଁ ତ ଦେଖିନାହିଁ କି କିଛି ଶୁଣିନାହିଁ । ସତରେ ମୁଁ କିଛି ଜାଣିନାହିଁ । ମୁଁ ଆପଣଙ୍କ ନ୍ୟୁଜ ଫଲୋ କରେନାହିଁ । କି ଇନଷ୍ଟା କି କୌଣସି ସୋସିଆଲ ମିଡିଆରେ ନ୍ୟୁଜ ଦେଖେନାହିଁ । ମୋତେ ତ କିଛି ନ୍ୟୁଜ ଶୁଣିବାକୁ ମିଳିନାହିଁ ।'' କ୍ୟାପ୍ଟେନ୍ ଶ୍ରେୟସ ଆୟରଙ୍କ ଏପରି ଉତ୍ତର ବୈଭବଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି । ଆୟରଙ୍କ ଅଧିନାୟକତ୍ୱରେ ଆୟର୍ଲାଣ୍ଡ ବିପକ୍ଷରେ ୨-୦ରେ ଟି-ଟ୍ୱେଣ୍ଟି ସିରିଜ ହାରିଥିଲା ଭାରତ । ଆଇପିଏଲରେ ଧମାକା ପରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟର୍ଲାଣ୍ଡ ଏବଂ ଇଲଂଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଥିଲା ।  ପୁରା ଦୁନିଆ ବ୍ୟାଟିଂ ବିସ୍ମୟ ବୈଭବଙ୍କ ଡେବ୍ୟୁକୁ ଅପେକ୍ଷା କରିଥିବା ବେଳେ ଅଧିନାୟକଙ୍କ ଏପରି ଶୈଳୀରେ ଉତ୍ତର ଦେବା ଫ୍ୟାନ୍ସଙ୍କୁ ନିରାଶ କରିଛି ।

ବୈଭବ ଟି-ଟ୍ୱେଣ୍ଟି ଡେବ୍ୟୁ କରିବେ ନା ନାହିଁ ଶ୍ରେୟସ ଆୟର ତାର ଖୁଲାସା କରିନାହାନ୍ତି । ହେଲେ ସେ କହିଛନ୍ତି ବୈଭବ ଜଣେ ଦମଦାର ପ୍ଲେୟାର । ତାଙ୍କୁ ଯେବେ ବି  ସୁଯୋଗ ମିଳିବ ସେ ଭଲ ପ୍ରଦର୍ଶନ କରିବେ । ଶ୍ରେୟସ ପ୍ଲେଇଂ ଏକାଦଶର ବି ଖୁଲାସା କରିନାହାନ୍ତି । କାରଣ  ସେ ବିରୋଧୀ ଟିମକୁ ତାଙ୍କର କମ୍ବିନେସନ କହିବାକୁ ଚାହୁଁନାହାନ୍ତି । 

ଶ୍ରେୟସ ଆୟରଙ୍କ ଏପରି ଶୈଳୀରେ ଉତ୍ତର ଦେବାକୁ ସମାଲୋଚନା କରାଯାଇଛି । ଇଣ୍ଡିଆନ କ୍ରିକେଟ୍ ମିନିଷ୍ଟ୍ରୀ ଏକ୍ସ ୟୁଜରରେ ତାଙ୍କୁ ଅହଂକାରୀ ବୋଲି କୁହାଯାଇଛି । ୨୦ ବର୍ଷର ଅଭିଜ୍ଞତା ଥିବା ଜଣେ କ୍ରୀଡା ସାମ୍ବାଦିକଙ୍କ ପ୍ରଶ୍ନରେ ଏପରି ଉତ୍ତରକୁ ଗ୍ରହଣ  କରାଯାଇନାହିଁ ।