Bills passed: ଲୋକସଭାରେ ହଟ୍ଟଗୋଳ ମଧ୍ୟରେ ଦୁଇ ବିଲ୍‌ ବିନା ଆଲୋଚନାରେ ପାସ୍‌

Aug 11, 2026 - 20:21
Bills passed: ଲୋକସଭାରେ ହଟ୍ଟଗୋଳ ମଧ୍ୟରେ ଦୁଇ ବିଲ୍‌ ବିନା ଆଲୋଚନାରେ ପାସ୍‌

"ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ମଙ୍ଗଳବାର ଲୋକସଭା ଆଉ ଦୁଇଟି ବିଲ୍‌ ବିନା ଆଲୋଚନାରେ ପାସ୍‌ କରିଛି।

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ସଂସଦରେ ଉପସ୍ଥିତ ହୋଇ ବିବୃତି ଦେବାକୁ ଦାବି କରି ବିରୋଧୀ ସାଂସଦମାନେ ପ୍ଲାକାର୍ଡ ଦେଖାଇବା ସହ ନାରାବାଜି କରିଥିଲେ।

ଏହା ମଧ୍ୟରେ କେରଳର ନାମ "କେରଳମ୍‌" କରିବା ପାଇଁ କେରଳ (ନାମ ପରିବର୍ତ୍ତନ) ବିଲ୍‌, ୨୦୨୬ ଏବଂ ନ୍ୟାସନାଲ କୋ-ଅପରେଟିଭ୍‌ ଡେଭେଲପ୍‌ମେଣ୍ଟ କର୍ପୋରେସନ୍‌ (ସଂଶୋଧନ) ବିଲ୍‌, ୨୦୨୬ ପାସ୍‌ ହୋଇଛି।Advertisment ମଙ୍ଗଳବାର ସକାଳ ୧୧ଟାରେ ଲୋକସଭା ବସିବାର କିଛି ସମୟ ପରେ ହିଁ ହଟ୍ଟଗୋଳ ଆରମ୍ଭ ହୋଇଥିଲା ଏବଂ ଗୃହକୁ କିଛି ସମୟ ପାଇଁ ମୁଲତବୀ କରାଯାଇଥିଲା।

ପରେ ଅପରାହ୍ଣ ୨ଟାରେ ଗୃହ ପୁଣି ବସିବା ବେଳେ ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଚୋରି ଅଭିଯୋଗକୁ ନେଇ ମଧ୍ୟ ବିରୋଧୀ ସାଂସଦମାନେ ନାରାବାଜି କରିଥିଲେ।

ଏହି ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷଙ୍କ ଆସନରେ ଥିବା କୃଷ୍ଣପ୍ରସାଦ ତେନ୍ନେଟି ଗୃହରେ କାଗଜପତ୍ର ରଖିବାକୁ ଅନୁମତି ଦେଇଥିଲେ।

ଗୃହମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କେରଳ (ନାମ ପରିବର୍ତ୍ତନ) ବିଲ୍‌ ଉପସ୍ଥାପନ କରିଥିଲେ।

ଏହା ଧ୍ବନି ଭୋଟ୍‌ରେ ପାସ୍‌ ହୋଇଥିଲା।

ସେହିପରି ସମବାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ନ୍ୟାସନାଲ କୋ-ଅପରେଟିଭ୍‌ ଡେଭେଲପ୍‌ମେଣ୍ଟ କର୍ପୋରେସନ୍‌ (ସଂଶୋଧନ) ବିଲ୍‌ ଉପସ୍ଥାପନ କରିଥିଲେ।

ହଟ୍ଟଗୋଳ ଜାରି ରହିଥିବା ବେଳେ ଏହି ବିଲ୍‌ ମଧ୍ୟ ବିନା ଆଲୋଚନାରେ ପାସ୍‌ ହୋଇଥିଲା।

ଏପର୍ଯ୍ୟନ୍ତ ମୌସୁମୀ ଅଧିବେଶନରେ ଲୋକସଭା ୧୧ଟି ବିଲ୍‌ ପାସ୍‌ କରିଥିବା ବେଳେ ମାତ୍ର ଦୁଇଟି ଉପରେ ଆଲୋଚନା ହୋଇଛି।

ଅନ୍ୟପକ୍ଷରେ ରାଜ୍ୟସଭା ମଙ୍ଗଳବାର ଟ୍ରିବ୍ୟୁନାଲ ସଂସ୍କାର ବିଲ୍‌, ୨୦୨୬ ପାସ୍‌ କରିଛି।

ବିଭିନ୍ନ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ସଦସ୍ୟ ଚୟନ ପାଇଁ ଜାତୀୟ ଟ୍ରିବ୍ୟୁନାଲ କମିସନ୍‌ ଗଠନ କରିବା ଏହି ବିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ।

ଲୋକସଭା ଏହି ବିଲ୍‌କୁ ସୋମବାର ପାସ୍‌ କରିଥିଲା।

ବିଲ୍‌ ଉପରେ ଆଲୋଚନା ସମୟରେ ବିରୋଧୀ ଇଣ୍ଡିମେଣ୍ଟର ଦଳଗୁଡ଼ିକ କକ୍ଷତ୍ୟାଗ କରିଥିଲେ।

କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଅଧ୍ୟକ୍ଷ କହିବାକୁ ସୁଯୋଗ ନ ଦେବାରୁ ଏହି କକ୍ଷତ୍ୟାଗ ହୋଇଥିଲା।

ପରେ ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍‌ ଉପରେ ସରକାରଙ୍କ ପକ୍ଷ ରଖିଥିଲେ।

Lok Sabha: ଲୋକସଭାରେ ଟିକସ ଓ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍‌ ଆଗତ ମେଘୱାଲ କହିଥିଲେ, ଶୀଘ୍ର ନ୍ୟାୟ ଦେବାରେ ଟ୍ରିବ୍ୟୁନାଲଗୁଡ଼ିକ ଅଦାଲତକୁ ସହଯୋଗ କରୁଛନ୍ତି।

୨୦୧୬ରୁ ଟ୍ରିବ୍ୟୁନାଲଗୁଡ଼ିକର ସଂଖ୍ୟା ଓ ବ୍ୟବସ୍ଥାରେ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିବା ଏବଂ ୨୦୨୧ରେ ଟ୍ରିବ୍ୟୁନାଲ ସଂସ୍କାର ଆଇନ ଆସିଥିବା ସେ କହିଥିଲେ।

ନୂଆ ଜାତୀୟ ଟ୍ରିବ୍ୟୁନାଲ କମିସନ୍‌ରେ ଦୁଇଜଣ ନ୍ୟାୟିକ ସଦସ୍ୟ ଓ ଦୁଇଜଣ ବୈଷୟିକ ସଦସ୍ୟ ରହିବେ।

ଜଣେ ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି କିମ୍ବା ପୂର୍ବତନ ହାଇକୋର୍ଟ ମୁଖ୍ୟ ବିଚାରପତି ଏହାର ଅଧ୍ୟକ୍ଷ ହେବେ।

ଟ୍ରିବ୍ୟୁନାଲର ନ୍ୟାୟିକ ଅଧିକାର କ୍ଷେତ୍ରରେ ବିଲ୍‌ରେ କୌଣସି ପରିବର୍ତ୍ତନ ହେଉନାହିଁ ବୋଲି ମେଘୱାଲ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media