Biker Dies in Truck Collision ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା,  ବାଇକ୍ ଚାଳକଙ୍କ ମୃତ୍ୟୁ

Nov 18, 2026 - 19:57
Biker Dies in Truck Collision ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା,  ବାଇକ୍ ଚାଳକଙ୍କ ମୃତ୍ୟୁ

ରାଇରଙ୍ଗପୁର/ଗମ୍ଭାରିଆ: ରାଞ୍ଚି- ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ ଟ୍ରକ୍ ଓ ବାଇକ୍ ମଧ୍ୟରେ ଧକ୍କା ଘଟି ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

Advertisment Accident: ବରମୁଣ୍ଡା ଓଭରବ୍ରିଜ୍‌ରେ ଦୁର୍ଘଟଣା, ୪ ଗୁରୁତର: ଇନୋଭାକୁ ଧକ୍କା ଦେଲା ଟ୍ରକ୍, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ ଓ ଭଙ୍ଗାରୁଜା ସୂଚନା ଅନୁଯାୟୀ ରାଇରଙ୍ଗପୁର ପୁଲିସ ଜିଲ୍ଲାର ୨୨୦ ନଂ ଜାତୀୟ ରାଜପଥର ବହଳଦା ଥାନା ଅନ୍ତର୍ଗତ କାଦୁଆଣୀ ନିକଟରେ ଏକ ଟ୍ରକ୍ (ଓଡ଼ି -୦୯- ଏଏ- ୭୨୧୧) ପୋଡଶୀ ଝାଡଖଣ୍ଡ ରାଜ୍ୟକୁ ଲୁହା ପଥର ନେଇ ଫେରିବା ସମୟରେ ବାଇକ୍ (ଓଡ଼ି ୧୧ -ଏଏଚ -୬୭୧୬) ସହିତ ମୁହାମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍ ଆରୋହୀଙ୍କ ପକେଟରେ ଥିବା ମୋବାଇଲ ମଧ୍ୟ ଜଳିଯାଇଥିଲା ।

ବାଇକ୍‌ ଚାଳକ ଜଣକ ଅନେକ ଦୂର ଛିଟିକି ପଡ଼ିଥିଲେ।

ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Three Separate Bike Accidents ମୟୂରଭଞ୍ଜରେ ତିନି ପୃଥକ ବାଇକ ଦୁର୍ଘଟଣା, ବୃଦ୍ଧା ମୃତ, ପୁଲିସ କର୍ମଚାରୀଙ୍କ ସମେତ ୬ ଗୁରୁତର ମୃତକ ଜଣକ ହେଉଛନ୍ତି ଖୁଣ୍ଟା ଥାନା ଅନ୍ତର୍ଗତ ଅଙ୍ଗାରକୁଣ୍ଡିଆ ଗ୍ରାମର ସିନିଗୋ ଟୁଡୁଙ୍କ ପୁଅ ଦୁଲାରାମ ଟୁଡୁ (୨୭) ବୋଲି ଜଣାପଡ଼ିଛି ।

ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁରକୁ ପଠାଇଛି ।

ଦୂର୍ଘଟଣା ଗ୍ରସ୍ତ ବାଇକ୍ ଓ ଟ୍ରକ୍ କୁ ପୁଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)