Welcome!

Unlock your personalized experience.
Sign Up

ଭିଜିଲାନ୍ସ ଜାଲରେ ରାଇଘର (LI), ସବସିଡି କରାଇବାକୁ ନେଉଥିଲେ ଲାଞ୍ଚ

Jun 26, 2026 - 21:06
ଭିଜିଲାନ୍ସ ଜାଲରେ ରାଇଘର (LI), ସବସିଡି କରାଇବାକୁ ନେଉଥିଲେ ଲାଞ୍ଚ

ଭୁବନେଶ୍ବର,୨୬/୬ : ଭିଜିଲାନ୍ସ ଜାଲରେ ରାଇଘର ଲାଇଭ୍ଷ୍ଟକ୍ ନିରୀକ୍ଷକ (ଏଲ୍ଆଇ) । ୮୦ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଏଲ୍ଆଇ ପ୍ରଫୁଲ୍ଲ ହାଲ୍ଦାର । ଆୟବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହରେ ଏଲ୍ଆଇଙ୍କ ବାସ ଭବନରେ ଚଢ଼ଉ କରିଛି ଭିଜିଲାନ୍ସ । ଘରୁ ପୁଳାପୁଳା ନଗଦ ଟଙ୍କା ଜବତ କରାଯାଇଛି ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ସବସିଡି ଟଙ୍କା ପ୍ରଦାନ କରିବାକୁ ହିତାଧିକାରୀଙ୍କୁ ଦୌଡ଼ାଉଥିଲେ। ଏହାପରେ ଏହାକୁ ପାସ୍ କରିବାକୁ ୮୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନ ଦେଲେ ସେମାନଙ୍କ ସବ୍ସିଡ ଟଙ୍କା ବନ୍ଦ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଏ ନେଇ ହିତାଧିକାରୀ ଜଣଙ୍କ ଭିଜିଲାନ୍ସରେ ଜଣାଇଥିଲେ ।

ପୂର୍ବ ଯୋଜନା ଅନୁସାରେ ହିତାଧିକାରୀଙ୍କଠାରୁ ଟଙ୍କା ନେବା ସମୟରେ ଭିଜିଲାନ୍ସ ପକ୍ଷରୁ ଏଲ୍ଆଇଙ୍କୁ ଧରାଯାଇଥିଲା । ଏହାପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହରେ ଏଲ୍ଆଇଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢ଼ଉ କରାଯାଇଛି। ରାଇଘର ବାସଭବନରୁ ୮ଲକ୍ଷ ୨୪ ହଜାର ଟଙ୍କା ନଗଦ ଜବତ ହୋଇଛି। ଦୁର୍ନୀତିର ପରବର୍ତ୍ତୀ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।