BijayShankar: ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ
"ଜଗତସିଂହପୁର : ପ୍ରେମ ସମ୍ପର୍କ, ପ୍ରତାରଣାକୁ ନେଇ ବେଶ୍ କିଛିଦିନ ବିବାଦରେ ଥିବା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଦିବଂଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ଦାସ ଆଜି (ଜୁନ୍ ୨୪)ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ଭୁବନେଶ୍ୱର କଳ୍ପନା ଛକରେ ଥିବା ଏକ ହୋଟେଲରେ ପ୍ରେମିକା ପ୍ରତ୍ଯୁଷା ନନ୍ଦଙ୍କ ହାତ ଧରିଛନ୍ତି ବିଜୟଶଙ୍କର।
ଅତ୍ଯନ୍ତ ଗୁପ୍ତ ଓ ଅଳ୍ପ ସଂଖ୍ଯକ ଅତିଥିଙ୍କୁ ନେଇ ବିଜୟ ଶଙ୍କର ବିବାହ କରିଛନ୍ତି।
ପୁତ୍ର ଓ ବଧୂଙ୍କର କିଛି ସମ୍ପର୍କୀୟ ମଧ୍ଯ ଯୋଗ ଦେଇଥିଲେ।
ଗୋଟିଏ ଦିନରେ ବିବାହ ଏବଂ ଭୋଜି ଆୟୋଜନ ହୋଇଥିବା ସୂଚନା ମିଳିଛି।
Advertisment ଆହୁରି ପଢନ୍ତୁ: Private transformer: ସରକାରୀ ଜମିରେ ଘରୋଇ ଟ୍ରାନ୍ସଫର୍ମର ବିବାହ ଉତ୍ସବରେ ଯୋଗ ଦେଇଥିବା ଜଣେ ବିଜେଡି ନେତାଙ୍କ ସୂଚନା ଅନୁସାରେ, ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା।
ହାତଗଣତି ବିଜେଡିର କିଛି ନେତା ଯୋଗ ଦେଇଥିଲେ।
ବିଶେଷ କରି ବିଷ୍ଣୁ ଦାସଙ୍କ ସହ ଅନ୍ତରଙ୍ଗ ଥିବା କିଛି ନେତା ସାମିଲ ହୋଇଥିଲେ।
ବିରିଡି ବ୍ଲକର ନେତା ମଧ୍ଯ ଏହି କାର୍ଯ୍ଯକ୍ରମରେ ଉପସ୍ଥିତ ଥିଲେ।
ରଘୁନାପୁରର ଜଣେ ଦୁଇ ଜଣ ସାମିଲ ହୋଇଥିଲେ।
କିନ୍ତୁ ତିର୍ତ୍ତୋଲର ସେମିତି ନେତୃସ୍ତରୀୟ କେହି ସାମିଲ ହୋଇଥିବା ଦେଖିବାକୁ ମିଳି ନ ଥିଲା | ସନ୍ଧ୍ୟା ସୁଦ୍ଧା ବିବାହ ସମ୍ପନ୍ନ ହୋଇଥିଲା।
ଏହା ପରେ ଭୋଜିର ଆୟୋଜନ ହୋଇଥିଲା।
ଏହି ବିବାହ ଏବେ ଜଗତସିଂହପୁରରେ ଚର୍ଚ୍ଚାର ବିଷୟ ପାଲଟିଛି।
ବିବାହ ସମ୍ପର୍କରେ ବିଜୟଶଙ୍କରଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ | ଆହୁରି ପଢନ୍ତୁ: Faulty textbooks: ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବଜର୍ନ ହେଉ: ଏଆଇଡିଏସ୍ଓ ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରେମ ସମ୍ପର୍କ ଓ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଘଟଣା ୨୦୨୩ ମସିହାରେ ଆଲୋଡନ ସୃଷ୍ଟି କରିଥିଲା।
ଏପରିକି ମାମଲା ଥାନାରେ ପହଞ୍ଚିଥିଲା।
ଜଗତସିଂହପୁର ସହର ଦେଉଳିଗ୍ରାମେଶ୍ବର ଅଞ୍ଚଳର ଯୁବତୀଙ୍କ ସହ ସମ୍ପର୍କକୁ ନେଇ ତତ୍କାଳୀନ ବିଧାୟକ ବିଜୟଶଙ୍କରକୁ ନେଇ ରାଜନୀତି ଜୋର ଧରିଥିଲା।
ବିରୋଧୀ ରାଜରାସ୍ତାକୁ ଓହ୍ଲାଇଥିଲେ।
ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବାକୁ ବିଜୟଶଙ୍କର ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଥିଲେ | କିନ୍ତୁ ପ୍ରତିଶ୍ରୁତି କିମ୍ବା ଆଇନକୁ ପାଳନ କରି ନ ଥିଲେ | ଏହି ଘଟଣାକୁ ନେଇ ୨୦୨୪ରେ ବିଜୟଶଙ୍କରଙ୍କୁ ବିଜେଡିରୁ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଟିକେଟ ମିଳି ନ ଥିବା ଚର୍ଚ୍ଚା ହୋଇଥିଲା | ୨୦୧୯ରେ ବିଷ୍ଣୁ ଦାସ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ | ୨୦୨୦ରେ କୋଭିଡ୍ ସମୟରେ ବିଷ୍ଣୁ ଦାସଙ୍କ ଦେହାନ୍ତ ହେବା ପରେ ଉପନିର୍ବାଚନ ହୋଇଥିଲା | ଏଥିରେ ବିଜୟଶଙ୍କର ବିଜୟୀ ହୋଇଥିଲେ |"