Bihar Wife Kills Husband: ମଦ ପିଇ ମାଡ଼ ମାରୁଥିଲା ସ୍ୱାମୀ, ଶେଷରେ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କଲା ପତ୍ନୀ!
ମଦ୍ୟପ ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଚରମ ପଦକ୍ଷେପ ନେଲେ ସ୍ତ୍ରୀ।
ବିଦ୍ୟୁତ୍ ଆଘାତ ଦେଇ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହେଲେ ପତ୍ନୀ।
ବିହାରର ମଧେପୁରା ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାର ୨୪ ଘଣ୍ଟା ମଧ୍ୟରେ ପୋଲିସ ହତ୍ୟା ରହସ୍ୟର ଖୁଲାସା କରି ଅଭିଯୁକ୍ତ ସ୍ତ୍ରୀ ଗୁଞ୍ଜନ କୁମାରୀଙ୍କୁ ଗିରଫ କରିଛି।
Advertisment ମଦ ପିଇ ଘରକୁ ଫେରି ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ ସୂଚନା ଅନୁସାରେ, ଏହି ଘଟଣା ବିହାରର ବିହାରୀଗଞ୍ଜ ଥାନା ଅନ୍ତର୍ଗତ ସରୌନୀ କଳା ପଞ୍ଚାୟତର ୯ ନମ୍ବର ୱାର୍ଡରେ ଘଟିଛି।
ମୃତକ ହେଉଛନ୍ତି ୨୬ ବର୍ଷୀୟ ନନ୍ଦକିଶୋର ମୁଖିଆ।
ଅଭିଯୁକ୍ତ ସ୍ତ୍ରୀ ଗୁଞ୍ଜନଙ୍କ କହିବା ଅନୁଯାୟୀ, ନନ୍ଦକିଶୋର ମଦ୍ୟପାନରେ ଅଭ୍ୟସ୍ତ ଥିଲେ।
ପ୍ରାୟତଃ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ତାଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରୁଥିଲେ।
ବିବାହ ପରଠାରୁ ସ୍ୱାମୀଙ୍କ ନିର୍ଯାତନା ସହି ଆସୁଥିବା ଗୁଞ୍ଜନ ପୋଲିସ ପଚରାଉଚରା ବେଳେ କହିଥିବା ଜଣାପଡ଼ିଛି।
ମଙ୍ଗଳବାର ରାତିରେ ନନ୍ଦକିଶୋର ମଦ ପିଇ ମେଳା ଦେଖିବାକୁ ଯାଇଥିଲେ।
ରାତି ପ୍ରାୟ ୧ଟାରେ ଘରକୁ ଫେରି ବାରଣ୍ଡାରେ ବାପାଙ୍କ ପାଖରେ ଶୋଇଥିଲେ।
ଭୋର ପ୍ରାୟ ୩ଟାରେ ଗୁଞ୍ଜନ ତାଙ୍କୁ ଉଠାଇ ଘର ଭିତରକୁ ନେଇଥିଲେ।
ପୋଲିସର କହିବା ଅନୁଯାୟୀ, ସେଠାରେ ନିଶାସକ୍ତ ଅବସ୍ଥାରେ ନନ୍ଦକିଶୋର ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ।
ପରେ ସେ ଅଚେତ ହୋଇପଡ଼ିବାରୁ ଗୁଞ୍ଜନ ତାଙ୍କୁ ବିଦ୍ୟୁତ୍ ଆଘାତ ଦେଇଥିଲେ।
ଏଥିରେ ନନ୍ଦକିଶୋରଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି।
Advertisment ହାତ ଓ ବେକରେ ଥିଲା ପୋଡ଼ା ଦାଗ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା।
ସେଠାରୁ ପୋଡ଼ିଯାଇଥିବା ତମ୍ବା ତାର ମିଳିଥିବା ବେଳେ ମୃତକଙ୍କ ହାତ ଓ ବେକରେ ମଧ୍ୟ ପୋଡ଼ା ଦାଗ ରହିଥିଲା।
ଏହାପରେ ଫରେନସିକ୍ ଟିମ୍କୁ ଡକାଯାଇ ଘଟଣାସ୍ଥଳରୁ ବୈଜ୍ଞାନିକ ପ୍ରମାଣ ସଂଗ୍ରହ କରାଯାଇଥିଲା।
ସୂଚନାଯୋଗ୍ୟ, ନନ୍ଦକିଶୋର ୫ ଭାଇଙ୍କ ମଧ୍ୟରେ ସବୁଠାରୁ ସାନ ଥିଲେ।
ତାଙ୍କର ୫ ବର୍ଷର ଝିଅ ଓ ୩ ବର୍ଷର ପୁଅ ଅଛନ୍ତି।
ଏହି ଘଟଣା ପରେ ଦୁଇ ଛୋଟ ପିଲା ମାଆ ଓ ବାପାଙ୍କୁ ନେଇ ଏକ ଦୁଃଖଦ ପରିସ୍ଥିତିରେ ପଡ଼ିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
