Bhubaneswar: ବୁଡ଼ିବାକୁ ବସିଛି ଭୁବନର କଂସା ପିତ୍ତଳ ଶିଳ୍ପ

Jun 30, 2026 - 08:47
Bhubaneswar: ବୁଡ଼ିବାକୁ ବସିଛି ଭୁବନର କଂସା ପିତ୍ତଳ ଶିଳ୍ପ

"ପୂର୍ଣ୍ଣଚନ୍ଦ୍ର ସାହୁ ଭୁବନ: କଂସା ପିତ୍ତଳ କାରୁକାର୍ଯ୍ୟ ପାଇଁ ଏକଦା ଖ୍ୟାତି ଲାଭ କରିଥିଲା ଭୁବନ।

ଷ୍ଟିଲ୍‌ ଓ ଅନ୍ୟାନ୍ୟ ଆକର୍ଷଣୀୟ ସାମଗ୍ରୀର ବହୁଳ ବ୍ୟବହାର ଯୋଗୁଁ କଂସା ପିତ୍ତଳ ଶିଳ୍ପ ଏକ ପ୍ରକାର ଅସ୍ତିତ୍ବ ହରାଇବାକୁ ବସିଛି।

ତେବେ ଏହି ପାରମ୍ପରିକ ବେଉସାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି ଭୁବନର କାରିଗରମାନେ।

୧୯୮୭ ମସିହାରେ ଭୁବନରେ ଘଟିଥିବା ପ୍ରଳୟଙ୍କରୀ ଅଗ୍ନିକାଣ୍ଡରେ ୮୦ଟି କଂସା ପିତ୍ତଳ ଶାଳ କ୍ଷତିଗ୍ରସ୍ତ ହୋଇଥିଲା।

ସେହିପରି ଷ୍ଟିଲ୍‌, ଫାଇବର, ଚାଇନା ପ୍ଲେଟ୍‌ ପ୍ରଭୃତି ଜିନିଷର ବହୁଳ ବ୍ୟବହାର ଏହି ଶିଳ୍ପ ପାଇଁ ପ୍ରତିବନ୍ଧକ ସାଜିଲା।

ଲୋକେ ପାରମ୍ପରିକ କଂସା ଓ ପିତ୍ତଳ ସାମଗ୍ରୀ ଉପରୁ ମୁହଁ ଫେରାଇ ନେଉଛନ୍ତି।

ପାରମ୍ପରିକ କଂସାବାସନର ଆବଶ୍ୟକତା କେବଳ ବିବାହ, ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟରେ ସୀମିତ ରହୁଛି।

ଫଳରେ ଏହି ଶିଳ୍ପ କ୍ରମଶଃ ଦୁର୍ବଳ ହେବା ସହ ବିକ୍ରି କମିଗଲାଣି।

ବଜାର ଚାହିଦା ହ୍ରାସ ପାଉଥିବାରୁ ଏହା ଉପରେ ନିର୍ଭରଶୀଳ କୁଶଳୀ ଓ ଅଣକୁଶଳୀ କାରିଗର ନିଜ ବେଉସା ପ୍ରତି ବିମୁଖ ହେଉଛନ୍ତି।Advertisment The cool shadow: ରାଜପଥ କଡ଼ରୁ ହଜିଯାଇଛି ଶୀତଳ ଛାୟା Environmental: ପରିବେଶ ସଂଗଠନ, ଏଟିଆର୍‌ଇଇ ଅନ୍ୟ କୌଣସି କାମର ଅଭିଜ୍ଞତା ନ ଥିବାରୁ ମୂଲ ମଜୁରି କରିବା ମଧ୍ୟ ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ।

ଅନ୍ୟପକ୍ଷରେ କଞ୍ଚାମାଲ ଓ କାଠ କୋଇଲା ଅଭାବ ଯୋଗୁଁ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି।

୧୯୭୨ ମସିହାରେ ଭୁବନର ବଡ଼ହାଟ, ଗୁଜୁରିହାଟ, ମଙ୍ଗଳାସାହି, ପାଲା ମଣ୍ଡପ, ବଣିଜାରୀ, ଦୁର୍ଗାଛକ, ଗୋପାଳପୁର ସାହି, କଂସାରୀ ସାହି, ଲତାବିଲ, କଲେଜରୋଡ୍‌, ନୂଆ ଭୁବନରେ ପାଖାପାଖି ୧୨୦ଟି କଂସା ପିତ୍ତଳ ଶାଳ ରହିଥିଲା।

ଏବେ ମାତ୍ର ୮ଟି ଶାଳ ଭୁବନରେ କାର୍ଯ୍ୟ କରୁଛି।

ସମବାୟ ସମିତି କାରିଗରଙ୍କୁ କଞ୍ଚାମାଲ ଯୋଗାଇବା ସହ ଉତ୍ପାଦନରେ ସହାୟକ ହେଉଥିଲା।

ସେତେବେଳେ କାରିଗରମାନେ ନିଜର କଂସା ପିତ୍ତଳ ସାମଗ୍ରୀ ସମବାୟ ସମିତିକୁ ବିକ୍ରି କରୁଥିଲେ।

ସମିତି କର୍ତ୍ତୃପକ୍ଷ ଏଗୁଡ଼ିକୁ ବଜାରରେ ବିକ୍ରି କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦର୍ଶନୀକୁ ପଠାଉଥିଲେ।

ତେବେ, ସମବାୟ ସମିତିଗୁଡ଼ିକ କିଛି ବର୍ଷ ଧରି ବନ୍ଦ ରହିବାରୁ କାରିଗରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଭୁବନର ସ୍ବର୍ଗତ ମାଗୁଣି ସାହୁ, ବାଞ୍ଛାନିଧି ସାହୁ, ବାବାଜୀ ପୃଷ୍ଟି ଓ ବର୍ତ୍ତମାନର ତ୍ରିଲୋଚନ ମହାରଣା, ନଟବର ସାହୁ, ବାବୁ ସାହୁ ପ୍ରମୁଖ ବିଭିନ୍ନ ଡୋକ୍ରା ସାମଗ୍ରୀ ପ୍ରସ୍ତୁତ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।"