Trump Claims : ଦୋହାରେ ଇରାନ-ଆମେରିକା ବୈଠକ ନେଇ ସସପେନ୍ସ ଜାରି: ଟ୍ରମ୍ପ କହୁଛନ୍ତି ହଁ, ଇରାନ କହୁଛି ନା

Jun 30, 2026 - 11:02
Trump Claims : ଦୋହାରେ ଇରାନ-ଆମେରିକା ବୈଠକ ନେଇ ସସପେନ୍ସ ଜାରି: ଟ୍ରମ୍ପ କହୁଛନ୍ତି ହଁ, ଇରାନ କହୁଛି ନା

"ଦୋହା: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଉଥିବା ପରି ମନେ ହେଉଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନ ତାଙ୍କ ସହିତ ଆଲୋଚନା ପାଇଁ ଯୋଗାଯୋଗ କରିଛି।

ତେବେ ଇରାନ ଏହି ଦାବିକୁ ଖଣ୍ଡନ କରିଛି।

ଫଳରେ ବୈଠକ ନେଇ ସସପେନ୍ସଜାରି ରହିଛି।

ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ନେଇ ପରସ୍ପର ବିରୋଧୀ ଦାବି କରାଯାଉଥିବା ବେଳେ, ଗାଜା, ଲେବାନନ ଏବଂ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁ ମଧ୍ୟପ୍ରାଚ୍ୟରେ ଶାନ୍ତି ଏବଂ ସୁରକ୍ଷା ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।Advertisment ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ କରିଥିଲେ ଟ୍ରମ୍ପ କହିଛନ୍ତି, ଗତ ସପ୍ତାହରେ ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ କରିଥିଲେ।

ଏହା ପରେ ଇରାନ ଆମେରିକା ସହିତ ବୈଠକ ପାଇଁ ଅନୁରୋଧ କରିଛି।

ତାଙ୍କ ଅନୁସାରେ, ଏହି ବୈଠକ କତାରରେ ହେବ।

ପ୍ରସ୍ତାବିତ ଆଲୋଚନା ବିଷୟରେ ଟ୍ରମ୍ପ ଅଧିକ ବିବରଣୀ ପ୍ରଦାନ କରି ନାହାନ୍ତି।

ଏହି ସମୟରେ, ଇରାନର ବୈଦେଶିକ ମନ୍ତ୍ରଣାଳୟ ଟ୍ରମ୍ପଙ୍କ ଦାବିକୁ ମିଥ୍ୟା ବୋଲି କହି ଖଣ୍ଡନ କରିଛି।

ମନ୍ତ୍ରଣାଳୟ କହିଛି, ଆମେରିକା ସହିତ କୌଣସି ବୈଠକ ସ୍ଥିର ହୋଇନାହିଁ।

ତେବେ ଇରାନ ନିଶ୍ଚିତ କରିଛି ଯେ, ବିଶେଷଜ୍ଞଙ୍କର ଏକ ପ୍ରତିନିଧିମଣ୍ଡଳ ଦୋହା ପଠାଯାଉଛି।

ଏହି ଦଳର ଉଦ୍ଦେଶ୍ୟ ଆମେରିକା ସହିତ ଆଲୋଚନା କରିବା ନୁହେଁ,ବରଂ ବିଦେଶରେ ରଖାଯାଇଥିବା ଇରାନର ଫ୍ରିଜ୍ ହୋଇଥିବା ଆର୍ଥିକ ସମ୍ପତ୍ତିକୁ ମୁକ୍ତ କରିବା ପ୍ରକ୍ରିୟା ଉପରେ କାମ କରିବା।ଇରାନ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଫ୍ରାନ୍ସର ଯୋଜନାକୁ ଦୃଢ଼ ବିରୋଧ କରିଛି।

ଫ୍ରାନ୍ସ ଏହି ସମୁଦ୍ର ପଥରୁ ଲ୍ୟାଣ୍ଡମାଇନ୍ ହଟାଇବା ଯୋଜନା ଉପରେ ବିଚାର କରୁଛି।

ଇରାନ କହିଛି, ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏହି ସମୟରେ ଯେକୌଣସି ବିଦେଶୀ ହସ୍ତକ୍ଷେପ ଉତ୍ତେଜନାକୁ ଆହୁରି ବୃଦ୍ଧି କରିପାରେ।

ତେହେରାନ ଫ୍ରାନ୍ସକୁ ଏପରି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛି ।

ଏହା ଦ୍ବାରାର ଉତ୍ତେଜନା ବଢ଼ିବ ବୋଲି ଇରାନ ଚେତାଇ ଦେଇଛି।ଗାଜା ଷ୍ଟ୍ରିପରେ ହିଂସା ଜାରି ରହିଛି।

ପାଲେଷ୍ଟାଇନୀ ଅଧିକାରୀମାନେ ରିପୋର୍ଟ କରିଛନ୍ତି ଯେ ଇସ୍ରାଏଲୀ ସାମରିକ କାର୍ଯ୍ୟାନୁଷ୍ଠାନରେ ଆଠ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି।

ଇସ୍ରାଏଲ ଦକ୍ଷିଣ ଲେବାନନରେ ମଧ୍ୟ ବିମାନ ଆକ୍ରମଣ କରିଛି।

ଇସ୍ରାଏଲଏବଂ ଲେବାନନ ମଧ୍ୟରେ ଅସ୍ତ୍ରବିରତି ସତ୍ତ୍ବେ ଏଭଳି ଘଟୁଛି।

ଏହି ଘଟଣାଗୁଡ଼ିକ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ସଙ୍କଟ ଜନକ ପରିସ୍ଥିତିକୁ ସ୍ପଷ୍ଟ ଭାବରେ ଦର୍ଶାଉଛି।

Lord Jagannath: ଶିଳାବ୍ରହ୍ମ ଅଲାରନାଥଙ୍କୁ ଆଜିଠାରୁ ଲକ୍ଷାଧିକ ଭକ୍ତ କରିବେ ଦର୍ଶନ "