Bhoodan Land Fraud ଭୂଦାନ ଜମି ଜାଲିଆତିର ତଦନ୍ତ ହେବ, ବାସହୀନଙ୍କୁ ମିଳିବ ଜମି

Sep 07, 2026 - 21:18
Bhoodan Land Fraud ଭୂଦାନ ଜମି ଜାଲିଆତିର ତଦନ୍ତ ହେବ, ବାସହୀନଙ୍କୁ ମିଳିବ ଜମି

"ଅନ୍ୟ ରାଜ୍ୟରେ ଥିବା ଶ୍ରୀଜଗନ୍ନାଥଙ୍କ ଜମି ଆଣିବାକୁ ରାଜ୍ୟ ସରକାର ଚିଠି ଲେଖିବେ ବର୍ଷ ଶେଷ ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ମିଳିବ ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ସ୍ଥାନରେ ଭୂଦାନ ଜମି ଏବେ ଜବରଦଖଲରେ ଅଛି।

ଏପରିକି କିଛି ଜମି ମାଫିଆ ଏହି ଜମିଗୁଡ଼ିକୁ ମନଇଚ୍ଛା ବିକ୍ରି କରିଦେଇଛନ୍ତି।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଭୂଦାନ ଜମି ଜାଲିଆତିର ତଦନ୍ତ ହେବ ବୋଲି ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।Advertisment ମନ୍ତ୍ରୀ ଶ୍ରୀ ପୂଜାରୀ ଆଜି (ସୋମବାର) ରାଜସ୍ବ ବିଭାଗର ବିଭିନ୍ନ ଯୋଜନା, ନାଗରିକ କୈନ୍ଦ୍ରିକ ସେବାଗୁଡ଼ିକର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବା ପରେ କହିଛନ୍ତି, ରାଜ୍ୟରେ ଥିବା ପ୍ରାୟ ସମସ୍ତ ଭୂଦାନ ଜମିର ପୁରାତନ ରେକର୍ଡଗୁଡ଼ିକର ସ୍କାନିଂ, ଡିଜିଟାଇଜେସନ୍ ଏବଂ "ଭୂଦାନ ଏଲ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲ" ମାଧ୍ୟମରେ ଭୂଲେଖ ସହ ଯୋଡ଼ାଯିବ।

ଡିଜିଟାଲ ରେକର୍ଡ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଭୂଦାନ ଜମିର ଅବୈଧ ହସ୍ତାନ୍ତର ଓ ମ୍ୟୁଟେସନ୍ ଉପରେ କଟକଣା ଲଗାଯିବ।

ଭୂଦାନ ଜମି ସମ୍ପର୍କିତ ଜାଲିଆତିର ଦୃଢ଼ ତଦନ୍ତ ହେବା ସହ ବେଆଇନ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ।

କେବଳ ପ୍ରକୃତ ବାସହୀନଙ୍କ ସପକ୍ଷରେ ହିଁ ଭୂଦାନ ଜମି ଆବଣ୍ଟନ କରାଯିବ।

ଗୋଡ଼ାଇ ଗୋଡ଼ାଇ ହାଣିଲେ: ଭୂଦାନ ଜମି ଜବରଦଖଲ ବେଳେ ଗଣ୍ଡଗୋଳ, ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ୩ ଆହତବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷାକୁ ପ୍ରାଥମିକତା ଦେଇ ରାଜ୍ୟର ପ୍ରାଥମିକ ପର୍ଯ୍ୟାୟରେ ୧୭ଟି ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ମୋଟ ୩୧,୯୦୬.୫୨ ଏକର (ଖୋର୍ଦ୍ଧା ଜିଲ୍ଲାରେ ୨୦,୫୦୭.୩୬ ଏକର) ଜମି ହାଲ୍ ରେକର୍ଡ ହୋଇଛି।

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଏସ୍‌ଜେଟିଏ ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ (ବିଶେଷକରି ଜାତୀୟ/ରାଜ୍ୟ ରାଜପଥ କଡ଼ରେ) ଏବଂ ରାଜସ୍ୱ ମାମଲାର ଦ୍ରୁତ ସମାଧାନ ପାଇଁ କଡ଼ା ପଦକ୍ଷେପ ନିଆଯିବ।

ଭୂଦାନ ଯଜ୍ଞ ସମିତି ପକ୍ଷରୁ ସନ୍ଥ ବିନୋବା ଭାବେଙ୍କ ସ୍ମୃତିଚାରଣ ସଭାବୈଠକରେ ବିଭିନ୍ନ ଜିଲ୍ଲା ତଥା ଅନ୍ୟ ରାଜ୍ୟଗୁଡ଼ିକରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ଏବଂ ପୁନରୁଦ୍ଧାରକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରିବା ନିମନ୍ତେ ଆଲୋଚନା ହୋଇଥିଲା।

ଅନ୍ୟ ରାଜ୍ୟଗୁଡ଼ିକୁ ପର୍ଯ୍ୟାୟକ୍ରମେ ଚିଠି ଲେଖି ସେଠାରେ ଥିବା ମହାପ୍ରଭୁଙ୍କ ଭୂସମ୍ପତ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂଗ୍ରହ ସହ ସେସବୁର ପୁନରୁଦ୍ଧାର କରି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ମାର୍ଫତ୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସପକ୍ଷରେ ସମ୍ପୂର୍ଣ୍ଣ ପଞ୍ଜୀକରଣ ନିମନ୍ତେ ପଦକ୍ଷେପ ନିଆଯିବ।

ସେହିପରି ବସୁନ୍ଧରା ଯୋଜନାରେ ସର୍ଭେ କରାଯାଇ ଗତ ଦୁଇ ବର୍ଷରେ ୩୪,୨୫୧ ଯୋଗ୍ୟ ଭୂମିହୀନ ପରିବାରଙ୍କୁ ଘରଡ଼ିହ ଆବଣ୍ଟନ କରାଯାଇଛି।

ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରାଥମିକତା ଦେଇ ବିଭିନ୍ନ ସମସ୍ୟାର ସୁବ୍ୟବସ୍ଥିତ ସମାଧାନ ନିମନ୍ତେ ରାଜସ୍ୱ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ l MoU: ୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର ରାଜ୍ୟର ମୋଟ ୫୨,୦୫୬ଟି ଶିକ୍ଷାନୁଷ୍ଠାନ (ଡିଗ୍ରି କଲେଜ, ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟ) ମଧ୍ୟରୁ ୨୭,୫୫୬ଟି ଅନୁଷ୍ଠାନ ସପକ୍ଷରେ ଜମିପଟ୍ଟା ସଂଶୋଧନ ସରିଛି।

ଲିଜ୍ ଯୋଗ୍ୟ ଜମିରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ଚଳିତ ବର୍ଷ ଶେଷ ସୁଦ୍ଧା ପଟ୍ଟା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ କୁମାର ପାଢ଼ୀ, ରାଜସ୍ୱ ପର୍ଷଦର ସଚିବ, ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)