BHEL Artisan Notification 2026-27: ବିଏଚ୍‌ଇଏଲ୍‌ରେ ନିଯୁକ୍ତି ସୁଯୋଗ, ନଭେମ୍ବର ୧୮ ଆବେଦନର ଶେଷ ତାରିଖ

Oct 22, 2026 - 18:06
BHEL Artisan Notification 2026-27: ବିଏଚ୍‌ଇଏଲ୍‌ରେ ନିଯୁକ୍ତି ସୁଯୋଗ, ନଭେମ୍ବର ୧୮ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍‌ (ହେଉଛି ଭାରତ ସରକାରଙ୍କ ମାଲିକାନାରେ ଥିବା ଏକ ପ୍ରମୁଖ ମହାରତ୍ନ ଇଞ୍ଜିନିୟରିଂ ଏବଂ ମାନୁଫ୍ୟାକ୍ଚରିଂ କମ୍ପାନି) ପକ୍ଷରୁ ୬୬୦ଟି ଆର୍ଟିଜାନ୍ ପଦ ପୂରଣ ପାଇଁ ନିଯୁକ୍ତି ବାହାରିଛି।

ଏହି ନିଯୁକ୍ତି ପାଇଁ ଅକ୍ଟୋବର ୨୧ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି।

ସରକାରୀ ଚାକିରି ପାଇବାକୁ ଆଶା ରଖିଥିବା ଯୁବକଯୁବତୀମାନେ ଅଫିସିଆଲ୍ ୱେବ୍‌ସାଇଟ୍‌ careers.bhel.in ମାଧ୍ୟମରେ ଆବେଦନ କରିପାରିବେ।

ଆବେଦନର ଶେଷ ତାରିଖ ୧୮ ନଭେମ୍ବର ୨୦୨୬ ରହିଛି।

Advertisment କିଏ କରିପାରିବେ ଆବେଦନ?

ଆର୍ଟିଜାନ୍ ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍ କରିଥିବା ସହ ସମ୍ପୃକ୍ତ ଟ୍ରେଡ୍‌ରେ ଆଇଟିଆଇ ସାର୍ଟିଫିକେଟ୍ ଏବଂ ନ୍ୟାସନାଲ୍ ଆପ୍ରେଣ୍ଟିସ୍‌ସିପ୍ ସାର୍ଟିଫିକେଟ୍ ହାସଲ କରିଥିବା ଆବଶ୍ୟକ।

୧ ଅକ୍ଟୋବର ୨୦୨୬ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୭ ବର୍ଷରୁ ଅଧିକ ହୋଇ ନଥିବା ଦରକାର।

ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସ ସୀମାରେ ଛାଡ଼ ମିଳିବ।

ଏହି ନିଯୁକ୍ତି ମାଧ୍ୟମରେ ମୋଟ ୬୬୦ଟି ପଦ ପୂରଣ କରାଯିବ।

ଫିଟର୍ ପାଇଁ ୨୭୮ଟି, ୱେଲ୍‌ଡର୍ ପାଇଁ ୧୦୪ଟି, ଟର୍ଣ୍ଣର୍ ପାଇଁ ୫୨ଟି, ମେସିନିଷ୍ଟ ପାଇଁ ୧୦୧ଟି, ଇଲେକ୍ଟ୍ରିସିଆନ୍ ପାଇଁ ୯୦ଟି, ଇଲେକ୍ଟ୍ରୋନିକ୍ସ ମେକାନିକ୍ ପାଇଁ ୨୩ଟି ଓ ଫାଉଣ୍ଡ୍ରିମ୍ୟାନ୍ ପାଇଁ ୧୨ଟି ପଦବିରେ ନିଯୁକ୍ତି ସୁଯୋଗ ରହିଛି।

ଆବେଦନ ପ୍ରକ୍ରିୟା ଓ ଫି' ଆବେଦନ କରିବା ପାଇଁ ପ୍ରାର୍ଥୀମାନେ ପ୍ରଥମେ careers.bhel.in ୱେବ୍‌ସାଇଟ୍‌କୁ ଯାଇ ନିଯୁକ୍ତି ସମ୍ପର୍କିତ ଆବେଦନ ଲିଙ୍କ୍‌ରେ କ୍ଲିକ୍ କରିବେ।

ନୂଆ ପୋର୍ଟାଲ୍‌ରେ 'New?

Register Here' ଉପରେ କ୍ଲିକ୍ କରି ପଞ୍ଜୀକରଣ କରିବାକୁ ହେବ।

ଏହାପରେ ଲଗ୍‌ଇନ୍ କରି ଆବଶ୍ୟକ ତଥ୍ୟ ପୂରଣ କରିବା ସହ ନିର୍ଦ୍ଧାରିତ ଫି' ଜମା କରି ଫର୍ମ ସବ୍‌ମିଟ୍ କରିବାକୁ ପଡ଼ିବ।

ଆବେଦନ ଫି' ବର୍ଗ ଅନୁଯାୟୀ ରହିଛି।

ସାଧାରଣ, ଓବିସି ଓ ଇଡବ୍ଲ୍ୟୁଏସ୍‌ ବର୍ଗଙ୍କ ପାଇଁ ୧,୦୭୨ ଟଙ୍କା ଓ ଏସ୍‌ସି, ଏସ୍‌ଟି, ପିଏଚ୍‌ ଓ ପୂର୍ବତନ ସୈନିକଙ୍କ ପାଇଁ ୪୭୨ ଟଙ୍କା ରହିଛି।

ଅନଲାଇନ୍ ମାଧ୍ୟମରେ ଆବେଦନ ଫି' ଜମା କରିହେବ।

କେବେ ହେବ ପରୀକ୍ଷା?

ଏହି ନିଯୁକ୍ତି ପାଇଁ ଚୟନ ପରୀକ୍ଷା ୨୦୨୬ ଡିସେମ୍ବର ୧୧ରେ ହେବାକୁ ପ୍ରସ୍ତାବ ରହିଛି।

ନିଯୁକ୍ତି ସମ୍ପର୍କିତ ଅନ୍ୟାନ୍ୟ ସୂଚନା ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ବିଜ୍ଞପ୍ତିକୁ ଭଲଭାବେ ପଢ଼ି ଆବେଦନ କରିବା ଉଚିତ।

ଫ୍ରାନ୍ସରେ ଆଉ ଏକ ବିପର୍ଯ୍ୟୟ: ମଣିଷଙ୍କ ମଧ୍ୟରେ ବ୍ୟାପିଲା ବିପଜ୍ଜନକ ଶାମୋଣ୍ଡା ଭାଇରସ, ଜଣଙ୍କର ନେଲା ଜୀବନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)