ଇନଷ୍ଟାଗ୍ରାମରେ ସୋନିଆଙ୍କ ଏଣ୍ଟ୍ରି: ପୁଅ,ଝିଅଙ୍କୁ କଲେ ଫଲୋ…

Oct 22, 2026 - 18:01
ଇନଷ୍ଟାଗ୍ରାମରେ ସୋନିଆଙ୍କ ଏଣ୍ଟ୍ରି: ପୁଅ,ଝିଅଙ୍କୁ କଲେ ଫଲୋ…

ନନ୍ଦିଘୋଷ ବ୍ୟୁରୋ: ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ । ହୁ ହୁ ହୋଇ ବଢି ଚାଲିଛନ୍ତି ଫଲୋର୍ସ । କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋସିଆ ଗାନ୍ଧୀ ଗୁରୁବାର ଦିନ ସୋସିଆଏ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ତାଙ୍କର ପେ୍ଜ ଲଞ୍ଚ କରିଛନ୍ତି । ଆଉ ତାଙ୍କର ପ୍ରଥମ ପୋଷ୍ଟରେ ସେ ତାଙ୍କର ଆଗାମୀ ପୁସ୍ତକ ‘‘ବିଲଙ୍ଗିଂ: ଏ ଜର୍ନି ଅଫ୍ ଲଭ୍’’ର ଝଲକ୍ ସେୟାର କରିଛନ୍ତି । ଯାହା ନଭେମ୍ବର ୧୦ରେ ପ୍ରକାଶିତ ହେବ । ସୋନିଆ ଗାନ୍ଧୀ ଗୁରୁବାର ସକାଳ ୯ଟାରେ ଏହି ପୋଷ୍ଟ କରିଥିଲେ, ଯାହାକୁ ଅପରାହ୍ନ ୫ ଟା ସୁଦ୍ଧା ୧ ଲକ୍ଷ ୫୭ ହଜାର ୟୁଜର ଲାଇକ କରିଥିଲେ ଏବଂ ଏଯାବତ୍ ତାଙ୍କୁ ୮୯,୬୦୦ ୟୁଜର ଫଲୋ କରିସାରିଛନ୍ତି ।ଘଣ୍ଟାକୁ ଘଣ୍ଟା ତାଙ୍କର ଫଲୋର୍ସ ବଢି ବଢି ଚାଲିଛନ୍ତି ।  କହିରଖୁଛୁ ଯେ, ସୋନିଆ ଗାନ୍ଧୀଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ପ୍ରଥମ ସାର୍ବଜନୀନ ଉପସ୍ଥିତି । ଆଉ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିବା ପରେ ସେ ଦଳର ଅଫିସିଆଲ ପେଜ୍ ସହିତ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଫଲୋ କରିଛନ୍ତି ।

ତାଙ୍କର ପ୍ରଥମ ପୋଷ୍ଟରେ ତାଙ୍କ ବହିର ଏକ ଝଲକ ସେୟାର କରି ସେ କହିଛନ୍ତି ଯେ, ସେ ଏହି ବିଶେଷ ମୁହୂର୍ତ୍ତକୁ ସମସ୍ତଙ୍କ ସହିତ ସେୟାର କରୁଥିବାରୁ ସେ ଅତ୍ୟନ୍ତ କୃତଜ୍ଞ । ସେ କହିଛନ୍ତି‘‘, ସମସ୍ତଙ୍କୁ ନମସ୍କାର । ମୁଁ ଆପଣ ସମସ୍ତଙ୍କ ସହିତ ବିଲଙ୍ଗିଂ: ଏ ଜର୍ନି ଅଫ୍ ଲଭ୍’’ ର ପ୍ରଥମ ଝଲକ ସେୟାରକ କରିଥିବାରୁ ଖୁବ କୃତଜ୍ଞ ।  ଏହାସହ ପୁସ୍ତକର ବିଷୟବସ୍ତୁକୁ ଉଲ୍ଲେଖ କରି ସୋନିଆ ଗାନ୍ଧୀ କହିଛନ୍ତି ଯେ, ସେ ପାଠକମାନଙ୍କୁ ତାଙ୍କ ପୁସ୍ତକ ଭେଟିଦେବାକୁ ଖୁବ ଉତ୍ସାହିତ ଅଛନ୍ତି ।

ସୋନିଆଙ୍କର ଏହି ପୁସ୍ତକରେ ତାଙ୍କ ବ୍ୟକ୍ତିଗତ ଅଭିଜ୍ଞତା, ସମ୍ପର୍କ ଏବଂ ଜୀବନଯାତ୍ରାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି । ଇଟାଲୀରେ ବିତିଥିବା ତାଙ୍କର ପିଲାଦିନ ଠାରୁ ଆରମ୍ଭ କରି କେମ୍ବ୍ରିଜରେ ରାଜୀବ ଗାନ୍ଧୀଙ୍କ ସହ ଦେଖା ହେବା ପର୍ଯ୍ୟନ୍ତ ସବୁକିଛି ବହିରେ ସ୍ଥାନ ପାଇଛି ।କେବଳ ସେତିକି ନୁହେଁ, ଏଥିରେ ନେହରୁ-ଗାନ୍ଧୀ ପରିବାରେ ବିବାହ ଏବଂ ପରିବାରରେ ହୋଇଥିବା ହତ୍ୟା ପରର ପରିବର୍ତ୍ତିତ ଜୀବନ ବିଷୟରେ ମଧ୍ୟ ଲେଖାଯାଇଛି ।

ଅନେକ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ଏହି ସୋସିଆଲ ମିଡିଆ ଡେବ୍ୟୁକୁ ସ୍ବାଗତ କରିଥିବା ବେଳେ ତାଙ୍କ ପୁସ୍ତକ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । କଂଗ୍ରେସ ସଂଗଠନ ମହାସଚିବ କେ.ସି ବେଣୁଗୋପାଲ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ସମଗ୍ର ବିଶ୍ବ ସୋନିଆ ଗାନ୍ଧୀଙ୍କ ପୁସ୍ତକ ପ୍ରକାଶନ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)