Bharatiya Janata Party: ପୋଷାକ ପାଡ଼ିଦେଲେ ସାଂସଦ ଓ ବିଧାୟକଙ୍କ ସମର୍ଥକ : ପରିସ୍ଥିତିକୁ ଆୟତ୍ତ କଲା ପୁଲିସ
ଲକ୍ଷ୍ମୌ: ଉତ୍ତର ପ୍ରଦେଶ ର ସିଦ୍ଧାର୍ଥନଗରରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆୟୋଜିତ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସମୟରେ ବ୍ୟାପକ ହଟ୍ଟଗୋଳ ଦେଖାଦେଇଛି।
ଡୁମରିଆଗଞ୍ଜ ସାଂସଦ ଜଗଦମ୍ବିକା ପାଲ ଏବଂ ଅପନା ଦଳ (ଏସ୍) ବିଧାୟକ ବିନୟ ବର୍ମାଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଥିବା ଶାରୀରିକ ସଂଘର୍ଷ ପରେ ସେଠାରେ ଅରାଜକ ପରିସ୍ଥିତି ସୃଷ୍ଟି ହୋଇଥିଲା।
Advertisment ସୂଚନାଯୋଗ୍ୟ, ଶନିବାର ଦିନ ଦ୍ୱିପ୍ରହର ୧୨ଟା ସମୟରେ ବରହନୀ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏହି ଘଟଣା ଘଟିଛି।
ସେଠାରେ ୧୯.୬୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓ ଭୂମି ପୂଜନ କାର୍ଯ୍ୟକ୍ରମ ଚାଲିଥିଲା।
ସାଂସଦ ଜଗଦମ୍ବିକା ପାଲ ଏବଂ ଅପନା ଦଳ (ଏସ୍) ବିଧାୟକ ବିନୟ ବର୍ମାଙ୍କ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ପରବର୍ତ୍ତି ସମୟରେ ଏହି ଘଟଣା ଉଗ୍ର ରୂପ ନେଇ ହଟ୍ଟଗୋଳ ସୃଷ୍ଟି ହୋଇଥିଲା।
ମଞ୍ଚ ଉପରେ ଦୁଇଗୋଷ୍ଠୀ ଠେଲାପେଲା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ଅଧିକାରୀ ଏବଂ ବହୁ ସଂଖ୍ୟକ ସମର୍ଥକ ଉପସ୍ଥିତ ଥିଲେ।
କୌଣସି ଏକ ବିଷୟକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା, ଯାହା ତୁରନ୍ତ ଶାରୀରିକ ସଂଘର୍ଷର ରୂପ ନେଇଥିଲା।
ମଞ୍ଚ ଉପରେ ହଠାତ୍ ସୃଷ୍ଟି ହୋଇଥିବା ଏହି ଉତ୍ତେଜନା ଉପସ୍ଥିତ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଥିଲା।
ଜଗଦମ୍ବିକା ପାଲଙ୍କୁ ସ୍ୱାଗତ କରିବା ପାଇଁ ସମର୍ଥକମାନେ ସ୍ଲୋଗାନ ଦେଇ ପହଞ୍ଚିବା ବେଳେ, ସେଠାରେ ପୂର୍ବରୁ ମଞ୍ଚ ଉପରେ ଉପସ୍ଥିତ ଥିବା ବିଜେପି ସହ ଜଡ଼ିତ ପ୍ରଦୀପ କମଳାପୁରୀଙ୍କ ଉପରେ ହଠାତ୍ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ।
ତାଙ୍କୁ ଘେରି ଯାଇ ମାଡ଼ ମରାଯାଇଥିଲା।
ଘଟଣାସ୍ଥଳରେ ମୁତୟନ ଥିବା ସୁରକ୍ଷା କର୍ମୀ ଓ ପୁଊିସ ଅଧିକାରୀମାନେ ତୁରନ୍ତ ହସ୍ତକ୍ଷେପ କରି ଉଭୟ ଗୋଷ୍ଠୀଙ୍କୁ ଅଲଗା କରିଦେଇଥିଲେ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।
ପୁଲିସର ତୁରନ୍ତ ପଦକ୍ଷେପ ଯୋଗୁଁ ପରିସ୍ଥିତି ଶାନ୍ତ ହୋଇପାରିଥିଲା।
ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଜଣକ ଆକ୍ରମଣକାରୀଙ୍କ ନାମ ଉଲ୍ଲେଖ କରିବା ସହ କହିଛନ୍ତି ଯେ, କାହିଁକି ତାଙ୍କ ଉପରେ ଆକ୍ରମଣ କରାଗଲା ତାହା ସେ ଜାଣିନାହାନ୍ତି।
ସେ କହିଛନ୍ତି ଯେ, କାର୍ଯ୍ୟକ୍ରମ ସମୟରେ ବିଧାୟକ ବିନୟ ବର୍ମାଙ୍କ ନାମ ନେବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା, କିନ୍ତୁ ସେ ଏଥିପାଇଁ ମନା କରିଦେଇଥିଲେ।
ଏହି କାରଣରୁ ଲୋକଙ୍କ ଏକ ବଡ଼ ଗୋଷ୍ଠୀ ତାଙ୍କ ଉପରେ ଆକ୍ରମଣ କରିଥିଲେ।
ଏହି ଘଟଣା ଯୋଗୁଁ କିଛି ସମୟ ପାଇଁ ସେଠାରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।
ସଂରକ୍ଷଣରେ ୧୦,୦୦୦ରୁ ଅଧିକ ପିଜି ମେଡିକାଲ ସିଟ୍: ଫ୍ଲୋଟ୍ ସିଷ୍ଟମର ସମୀକ୍ଷା କରିପାରନ୍ତି ସରକାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
