Gujarat: ଦୁଇଫାଳ ହୋଇଗଲା କାର୍‌; ୨ ସେନା କର୍ମଚାରୀ, ପତ୍ନୀ ଓ ୩ ଶିଶୁଙ୍କ ସମେତ ୭ ମୃତ

Nov 22, 2026 - 16:16
Gujarat: ଦୁଇଫାଳ ହୋଇଗଲା କାର୍‌; ୨ ସେନା କର୍ମଚାରୀ, ପତ୍ନୀ ଓ ୩ ଶିଶୁଙ୍କ ସମେତ ୭ ମୃତ

କଚ୍ଛ: ଖୁସିର ଯାତ୍ରା ପାଲଟିଗଲା ଜୀବନର ଶେଷ ଯାତ୍ରା।

ଗୁଜରାଟ ର କଚ୍ଛ ଜିଲ୍ଲାରେ ରାନ୍‌କୁ ବୁଲିବାକୁ ଯାଇଥିବା ଦୁଇଟି ପରିବାରର ୭ ସଦସ୍ୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ଶନିବାର ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଭାରତୀୟ ସେନା ରେ କାର୍ଯ୍ୟରତ ଦୁଇଜଣ ସେନା କର୍ମଚାରୀ, ସେମାନଙ୍କ ପତ୍ନୀ ଓ ସେମାନଙ୍କର ୩ ଜଣ ସନ୍ତାନଙ୍କର କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

Advertisment ଉତ୍ତରଖଣ୍ଡର ଗଡ଼ୱାଲ ଅଞ୍ଚଳର ଏହି ଦୁଇ ପରିବାର ଏକ କାର୍‌ରେ ରାନ୍‌ ବୁଲିବାକୁ ଯାଇ ଫେରୁଥିବାବେଳେ ଭୁଜ୍‌ -ଖାଭଡା ହାଇୱେରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ଟ୍ରକ୍‌ ସହିତ ଜୋରଦାର୍‌ ଧକ୍କା ହୋଇଥିଲା।

ଧକ୍କା ଏତେ ଜୋରଦାର୍‌ ହୋଇଥିଲା ଯେ କାର୍‌ଟି ଦୁଇ ଫାଳ ହୋଇଯାଇଥିଲା।

ଦୁର୍ଘଟଣା ରାତି ୯ଟା ୩୦ରୁ ୧୦ଟା ଭିତରେ ହୋଇଥିଲା।

କଚ୍ଛ (ପଶ୍ଚିମ) ପୁଲିସ ଅଧୀକ୍ଷକ ବିକାଶ ସୁନ୍ଦା ରବିବାର କହିଛନ୍ତି ଯେ, ଖାଭଡାରୁ ଭୁଜ ଅଭିମୁଖେ ଯାଉଥିବା ହୁଣ୍ଡାଇ ଆଉରା, ଖାଭଡା ଅଭିମୁଖେ ଯାତ୍ରା କରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ଟ୍ରକ ସହିତ ଧକ୍କା ହୋଇଥିଲା।

ଆହତମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେମାନଙ୍କର ମୃତ୍ୟୁ ହୋଇଥିଲା।

ମୋଦୀ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଓ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।

ମୃତକମାନେ ହେଲେ ସୌରଭ ସିଂହ ନେଗୀ (୩୦), ତାଙ୍କ ପତ୍ନୀ ସବିତା (୩୧) ଓ ତିନି ମାସର ଝିଅ ସିବିକା।

ସେହିପରି ରାଜେଶ ସିଂହ ରାୱତ (୩୫) ଓ ତାଙ୍କ ୭ ବର୍ଷର ଝିଅ ରକ୍ଷିତା, ରିଙ୍କି ଗୋସାଇଁ (୩୦) ଓ ତାଙ୍କ ୪ ବର୍ଷର ଝିଅ ବାମିକା ମଧ୍ୟ ଏହି ଦୁର୍ଘଟଣାରେ ଆଖି ବୁଜିଛନ୍ତି।

ସୌରଭ ଓ ରାଜେଶ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ।

ଉଭୟ ଭୁଜଠାରେ ନିୟୋଜିତ ଥିଲେ।

ଦୁଇଟି ପରିବାର ରାନ୍‌ ପରିଦର୍ଶନ କରିବାକୁ କଚ୍ଛ ଯାଇଥିଲେ ଓ ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା।

ଫରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି।

ସୁନା-ରୁପା ଦରରେ ବଡ଼ ହ୍ରାସ!

ରେକର୍ଡ ସ୍ତରରୁ ୭୨ ହଜାର ଶସ୍ତା ହେଲା ସୁନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)