Beware! Fake Delivery Boy ସାବଧାନ! ରାଜଧାନୀରେ ’ଗ୍ୟାସ୍ ଡେଲିଭେରି ବୟ’ ବେଶରେ ଲୁଟ୍
"ଭୁବନେଶ୍ବର(ସୂରଯ ମଲ୍ଲିକ): ସବୁଠାରୁ ସୁରକ୍ଷିତ କୁହାଯାଉଥିବା ଓ ସର୍ବାଧିକ ପୁଲିସ ଘନତା ଥିବା ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ପୁଣି ଅପରାଧୀଙ୍କ ଅଭିନବ ଅପରାଧ।
ବର୍ତ୍ତମାନ ଗ୍ୟାସ୍ ସିଲିଣ୍ଡର ଡେଲିଭେରି ବୟ ବେଶ୍ରେ ଘରେ ପଶି ଲୁଟ୍ କରୁଛନ୍ତି।
ଏଭଳି ଏକ ଘଟଣା ନୂଆପଲ୍ଲୀ ଅଞ୍ଚଳରେ ଘଟିଛି।
Advertisment ସୂଚନାନୁସାରେ, ଗ୍ୟାସ୍ ଟାଙ୍କି ଡେଲିଭରି କରିବା ଆଳରେ ଘରେ ଏକାକୀ ଥିବା ମହିଳା ଓ ବରିଷ୍ଠ ନାଗରିକଙ୍କୁ ଲୁଟ୍ପାଟ୍ କରୁଛି।
ଦୁଇ ଦିନ ଭିତରେ ନୂଆପଲ୍ଲୀ ଆଇଆର୍ସି ଭିଲେଜ୍ ଅଞ୍ଚଳରୁ ଏଭଳି ଦୁଇ ଦୁଇଟି ମାମଲା ଥାନାକୁ ଆସିଲାଣି।
ନୂଆପଲ୍ଲୀ ଥାନା ପୁଲିସ ସିସିଟିଭି ଯାଞ୍ଚ କରି ଧୂର୍ତ୍ତକୁ ଠାବ କରିବାକୁ ଉଦ୍ୟମ କରୁଛି ଏବଂ ସେହି ଅଞ୍ଚଳରେ ଗ୍ୟାସ୍ ଟାଙ୍କି ଡେଲିଭର୍ କରୁଥିବା କିଛି ଯୁବକଙ୍କ ସୂଚନା ଆଧାରରେ ଜଣକୁ ଅଟକ ରଖିଛି।
ଗତକାଲି (ଶନିବାର) ନୂଆପଲ୍ଲୀ ଆଇଆର୍ସିସ୍ଥିତ ଏନ୍-୧ ଅଞ୍ଚଳରେ ଜଣେ ମହିଳା ତାଙ୍କ ନିଜ ହୋଟେଲ୍ରେ କ୍ୟାସ୍ ବାକ୍ସ ପାଖରେ ବସିଥିଲେ।
ଏତିକିବେଳେ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ।
ଗ୍ୟାସ୍ ସିଲିଣ୍ଡର ଡେଲିଭର୍ କରିବାକୁ ଆସିଛି ବୋଲି କହିଥିଲା।
ମହିଳାଙ୍କ ସ୍ବାମୀ ଗ୍ୟାସ୍ ବୁକିଂ କରିଥିବାରୁ ଠକ କଥାକୁ ବିଶ୍ବାସ କରି ଗ୍ୟାସ୍ ବହି ଆଣିଥିଲେ ଏବଂ ଟଙ୍କା ଓ ଓଟିପି କହିଥିଲେ।
ଠକ ଟଙ୍କା ଧରିବା ପରେ ବାହାରକୁ ଚାହିଁ ମିଛରେ ଗାଡ଼ିବାଲାକୁ ସିଲିଣ୍ଡର ଆଣିବାକୁ ଡାକିଥିଲା।
ପରେ ନିଜେ ସିଲିଣ୍ଡର ନେଇଆସୁଛି କହି ରାସ୍ତା ଉପରକୁ ଗଲା ଓ ଆଖି ପିଛୁଳାକେ ଅନ୍ତର୍ଧାନ ହୋଇଗଲା।
ସେହିଭଳି ସିଆର୍ପି ଛକରେ ଜଣେ ବରିଷ୍ଠ ନାଗରିକ ଏକାକୀ ଘରେ ଥିବା ବେଳେ ଗ୍ୟାସ୍ ଡେଲିଭର୍ ବୟ ପୋଷାକ ପିନ୍ଧି ଜଣେ ଯୁବକ ପହଞ୍ଚିଥିଲେ।
ବରିଷ୍ଠ ନାଗରିକଙ୍କଠାରୁ ମନିପର୍ସ ଓ ସୁନାମୁଦି ଛଡ଼ାଇ ନେଇଥିଲା।
ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ପୂର୍ବରୁ ଏକ ଗ୍ୟାସ୍ ଏଜେନ୍ସିରେ ଚାକିରି କରୁଥିବା ଧୂର୍ତ୍ତ ଚାକିରି ଛାଡ଼ିବା ପରେ ଏଭଳି କାଣ୍ଡ କରୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।