Bargarh district: କିଡ୍‌ନି ରୋଗପ୍ରବଣ ବରଗଡ଼ ଜିଲ୍ଲା: କିଡ୍‌ନି ରୋଗପ୍ରବଣ ବରଗଡ଼ ଜିଲ୍ଲା

Sep 10, 2026 - 06:54
Bargarh district: କିଡ୍‌ନି ରୋଗପ୍ରବଣ ବରଗଡ଼ ଜିଲ୍ଲା: କିଡ୍‌ନି ରୋଗପ୍ରବଣ ବରଗଡ଼ ଜିଲ୍ଲା

"ସମ୍ବଲପୁର: କୀଟନାଶକ ଓ ଭାରୀଧାତୁ (ହେଭି ମେଟାଲ) ଯୋଗୁଁ କିଡ୍‌ନି ରୋଗପ୍ରବଣ ହେବାରେ ଲାଗିଛି ବରଗଡ଼ ଜିଲ୍ଲା।

ଏହି ଜିଲ୍ଲାର ୧୬ଟି ଗାଁ କିଡନି ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ ହୋଇଛି।

ସମ୍ବଲପୁର ବିଶ୍ବବିଦ୍ୟାଳୟର ପରିବେଶ ବିଜ୍ଞାନ, ଜୈବପ୍ରଯୁକ୍ତି ବିଜ୍ଞାନ, ଜୀବବିଜ୍ଞାନ ସହିତ ଭିମସାର୍‌ ନେଫ୍ରୋଲୋଜି ବିଭାଗର ମିଳିତ ଉଦ୍ୟମରେ ହୋଇଥିବା ଗବେଷଣାରୁ ଏଭଳି ଚିନ୍ତା ଉଦ୍ରେକାରୀ ତଥ୍ୟ ପଦାକୁ ଆସିଛି।

ଗବେଷଣା ତଥ୍ୟ ଅନୁସାରେ ଅତାବିରା ବ୍ଲକ୍‌ର ଲଚିଦା, ଲସତଲା ଓ ଖଇରପାଲିକୁ ପୋଷ୍ୟ ଗାଁ ଭାବରେ ଗ୍ରହଣ ପାଇଁ ବରଗଡ଼ ଜିଲ୍ଲାକୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରଫେସର ପ୍ରଦୀପ ନାଏକ।

ଏହି ପ୍ରସ୍ତାବ ଶୀଘ୍ର ଅନୁମୋଦିତ ହେଲେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏଠାରେ ଆର୍‌ଓ ପ୍ଲାଣ୍ଟ ଜରିଆରେ ସ୍ବଚ୍ଛ ଜଳଯୋଗାଣ ସହିତ ଆକ୍ରାନ୍ତଙ୍କ ପରିବାରର ସ୍ଥିତି, ଉପଯୁକ୍ତ ଚିକିତ୍ସା, ଔଷଧ ଯୋଗାଣ, ରୋଗର ଅନ୍ୟାନ୍ୟ କାରଣକୁ ନେଇ ଆହୁରି ବିସ୍ତୃତ ଭାବେ ଗବେଷଣା ଲକ୍ଷ୍ୟ ରଖାଯାଇଛି।

ଗବେଷଣା ରିପୋର୍ଟ ମୁତାବକ ୧୬ ହଟ୍‌ସ୍ପଟ୍ ଗାଁର ୧୦୨୬ ମହିଳାଙ୍କ ସମେତ ମୋଟ ୨୧୦୯ ଜଣଙ୍କର ସ୍କ୍ରିନିଂ କରାଯାଇଥିଲା।Advertisment Lashkar-e-Taiba: ଲସ୍କର-ଏ-ତୋଏବାର ନୂଆ ଧମକ: "ଚାକିରି ଛାଡ଼ ନଚେତ୍‌ ମୃତ୍ୟୁ" ପାଣିରେ ଭାରୀଧାତୁ, ମାଟିରେ କୀଟନାଶକସମ୍ବଲପୁର ବିଶ୍ବବିଦ୍ୟାଳୟର ଗବେଷଣା, ୩ ଗାଁକୁ ପୋଷ୍ୟ ପାଇଁ ପ୍ରସ୍ତାବ ଏଥିରେ ସମୁଦାୟ ୩୩୭ ଜଣଙ୍କଠାରେ କ୍ରୋନିକ୍‌ ବା ଦୀର୍ଘକାଳୀନ କିଡ୍‌ନିରୋଗ ଚିହ୍ନଟ ହୋଇଛି।

ସେଥିରୁ ପୁଣି ୨୮୫ ଜଣ, ଅର୍ଥାତ୍‌ ୧୩.୫୧%ର ସିକେଡିୟୁ ଚିହ୍ନଟ କରାଯାଇଛି।

ଯାହାଙ୍କର ରୋଗର କାରଣ ଜଣାପଡ଼ୁ ନାହିଁ।

ବାକି ୫୨ (୨.୪୬%) ଜଣଙ୍କଠାରେ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ କିଡ୍‌ନି ରୋଗର କାରଣ ହୋଇଛି।

ସିକେଡିୟୁ ରୋଗୀଙ୍କ ହାରାହାରି ବୟସ ୪୬ ଓ ସିକେଡି ରୋଗୀଙ୍କ ହାରାହାରି ବୟସ ୫୩ ବର୍ଷ ଥିଲା।

ଚାଷୀଙ୍କ ମଧ୍ୟରେ ଏହା ଅଧିକ ଦେଖାଯାଉଛି।

ଚାଷୀମାନେ ଦୀର୍ଘ ସମୟ ଧରି ଖରା, ଗରମ ଓ ଶାରୀରିକ ପରିଶ୍ରମ କରିବା, ଶରୀରରେ ଜଳୀୟ ଅଭାବ ଓ କୀଟନାଶକ ସଂସ୍ପର୍ଶ ଭଳି କାରକ କିଡ୍‌ନି ଉପରେ ପ୍ରଭାବ ପକାଇପାରେ।

ଅଧ୍ୟୟନରେ ହଟ୍‌ସ୍ପଟ୍ ଓ ଅଣହଟ୍‌ସ୍ପଟ୍ ଗାଁର ମାଟି ଏବଂ ପାଣି ନମୁନା ପରୀକ୍ଷା କରାଯାଇଥିଲା।

ଏଥିରେ ଡିଡିଟି, କ୍ଲୋରପାଇରିଫସ୍, ଏଣ୍ଡୋସଲଫାନ୍, ମାଲାଥିଅନ୍, କାର୍ବୋଫ୍ୟୁରାନ୍, ପାରାକ୍ୱାଟ୍ ଏବଂ ସାଇପରମେଥ୍ରିନ୍‌ ଭଳି ୭ ପ୍ରକାର କୀଟନାଶକ ଅବଶେଷ ଚିହ୍ନଟ ହୋଇଛି।

ହଟ୍‌ସ୍ପଟ୍ ଗାଁଗୁଡ଼ିକର ମାଟି ଓ ପାଣିରେ ଏଣ୍ଡୋସଲଫାନ୍, କାର୍ବୋଫ୍ୟୁରାନ୍, ପାରାକ୍ବେଟ୍ ଏବଂ ସାଇପରମେଥ୍ରିନ୍‌ ଭଳି କେତେକ କୀଟନାଶକ ଓ ତୃଣନାଶକ ମାତ୍ରା ଅନୁମୋଦିତ ସୀମାଠାରୁ ଅଧିକ ଥିବା ଅଧ୍ୟୟନରେ ଦର୍ଶାଯାଇଛି।

Horoscope 2026 September 10: ଜାଣନ୍ତୁ ଆଜିର ରାଶିଫଳ...

ଗବେଷକମାନେ ଆହୁରି ସ୍ପଷ୍ଟ ଭାବରେ କହିଛନ୍ତି ଯେ ମାଟି ଓ ପାଣିରେ କିଡ୍‌ନି ପାଇଁ କ୍ଷତିକାରକ ହେଉଥିବା କୀଟନାଶକ ମିଳିବା ଓ ସେହି ଅଞ୍ଚଳରେ ସିକେଡିୟୁର ଅଧିକ ପ୍ରାଦୁର୍ଭାବ ମଧ୍ୟରେ ସମ୍ଭାବ୍ୟ ସମ୍ପର୍କ ଥିବାର ସଙ୍କେତ ମିଳିଛି।

ତେବେ ଏହାର କାରଣାତ୍ମକ ସମ୍ପର୍କ ପ୍ରମାଣ କରିବାକୁ ଆହୁରି ବ୍ୟାପକ ଗବେଷଣା ଆବଶ୍ୟକ।

ଗବେଷକଙ୍କ ମତରେ, କୀଟନାଶକ ବ୍ୟତୀତ ଭୂତଳ ଜଳରେ ଭାରୀ ଧାତୁ ପ୍ରଦୂଷଣ, ଅତ୍ୟଧିକ ଗରମରେ ଦୀର୍ଘ ସମୟ କାମ କରିବା, ଡିହାଇଡ୍ରେସନ୍‌, କେତେକ ଔଷଧର ଅତ୍ୟଧିକ ବ୍ୟବହାର ଏବଂ ଅନ୍ୟ ପରିବେଶୀୟ କାରକ ମଧ୍ୟ ସିକେଡିୟୁ ପାଇଁ ଭୂମିକା ନେଇପାରେ।

ଆହୁରି ମଧ୍ୟ ହଟ୍‌ସ୍ପଟ୍‌ ଥିବା ଗାଁର ପାଣିରେ ଆର୍ସେନିକ୍‌, କ୍ୟାରମିୟମ ଓ ସୀସା ଚିହ୍ନଟ କରାଯାଇଛି।

ହୀରାକୁଦ ଜଳଭଣ୍ଡାରରେ ପାଉଁଶ ସହିତ ଆବର୍ଜନା ପଡ଼ୁଛି।

ଯେଉଁଥିରେ ଭାରୀଧାତୁ ରହୁଛି।

ଜଳଭଣ୍ଡାର ପାଣି ବରଗଡ଼ ଜିଲ୍ଲାର ଚାଷ ସହିତ ଅନ୍ୟାନ୍ୟ କାମରେ ବ୍ୟବହାର ହେଉଥିବାରୁ ଏହା କିଡ୍‌ନି ରୋଗର କାରଣ ହେଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)