Bank: ଇଣ୍ଡିଆନ ବ୍ୟାଙ୍କର ଗ୍ରାହକ ଦିବସ ୨୦୨୬
"ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଗ୍ରାହକ ଦିବସ ୨୦୨୬ ପାଳନ କରାଯାଇଛି।
ଏହି ଅବସରରେ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ରହି ଗ୍ରାହକ ସେବା ପ୍ରତି ବ୍ୟାଙ୍କର ରହିଥିବା ପ୍ରତିବଦ୍ଧତା ଦୋହରାଇଥିଲେ।
ଭବିଷ୍ୟତରେ ଗ୍ରାହକଙ୍କୁ ସର୍ବୋତ୍ତମ ବ୍ୟାଙ୍କ ସେବା ଓ ଅତ୍ୟାଧୁନିକ ଉତ୍ପାଦ ଯୋଗାଇ ଦେବାକୁ ବ୍ୟାଙ୍କ ପ୍ରତିବଦ୍ଧ ଥିବା କହିଥିଲେ।
ବ୍ୟାଙ୍କ ପକ୍ଷରୁ ଗ୍ରାହକ ସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା।
କାର୍ଯ୍ୟକ୍ରମରେ ବ୍ୟାଙ୍କର ଷ୍ଟାଫ୍ ସଦସ୍ୟ ଶୁଭ୍ରା ଶେଖର ଜେନା, ସ୍ମୃତି ରଞ୍ଜନ ଦାସ, ସତ୍ୟ ଦୋରା, ପ୍ରତିଭା ପଣ୍ଡା ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।Advertisment ଇଣ୍ଡିଆନ ବ୍ୟାଙ୍କର ନୂଆ କ୍ଷେତ୍ର ମହାପ୍ରବନ୍ଧକ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
