Judgement: ଶ୍ରମ ସଂହିତା ପାଇଁ ପୁରୁଣା ‘ଶିଳ୍ପ’ ସଂଜ୍ଞା ଲାଗୁ ହେବନି

Aug 20, 2026 - 20:15
Judgement: ଶ୍ରମ ସଂହିତା ପାଇଁ ପୁରୁଣା ‘ଶିଳ୍ପ’ ସଂଜ୍ଞା ଲାଗୁ ହେବନି

"ନୂଆଦିଲ୍ଲୀ: କାହାକୁ "ଶିଳ୍ପ" କୁହାଯିବ?

ଏହି ପ୍ରଶ୍ନକୁ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ବରେ ଗଠିତ ୯-ଜଣିଆ ସମ୍ବୀଧାନ ପୀଠ ୫:୪ ବହୁମତରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।

କର୍ମଚାରୀ ଓ ନିଯୁକ୍ତିଦାତା ସମ୍ପର୍କ ଉପରେ ଏହି ରାୟର ସୁଦୂର ପ୍ରସାରୀ ପ୍ରଭାବ ରହିବ।

ଗୋଟିଏ ପଟେ କର୍ମଚାରୀ କଲ୍ୟାଣ ଦୃଷ୍ଟିରୁ ଅନୁକୂଳ ଥିବା ୧୯୭୮ର ପୁରୁଣା ରାୟକୁ କୋର୍ଟ କେବଳ ପୁରୁଣା ମାମଲା ପାଇଁ ବଳବତ୍ତର ରଖିଛନ୍ତି।

କିନ୍ତୁ "ଶିଳ୍ପ ସମ୍ପର୍କ ସଂହିତା-୨୦୨୦" ପାଇଁ ତାହା ଲାଗୁ ହେବ ନାହିଁ ବୋଲି କହିଛନ୍ତି।

Advertisment ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ସମେତ ପାଞ୍ଚ ଜଣ ବିଚାରପତି ରାୟ ସପକ୍ଷରେ ଓ ବିଚାରପତି ବି ଭି ନାଗରତ୍ନାଙ୍କ ସମେତ ୪ ଜଣ ବିଚାରପତି ଏହାର ବିରୋଧରେ ମତ ଦେଇଥିଲେ।ସୁପ୍ରିମକୋର୍ଟଙ୍କ ଏହି ରାୟ ଦେଶର ଶ୍ରମିକ, ସରକାରୀ ଓ ଘରୋଇ ସଂସ୍ଥା, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସେବା କ୍ଷେତ୍ର ପାଇଁ ବିଶେଷ ମହତ୍ତ୍ୱ ରଖୁଛି।

କାରଣ "ଶିଳ୍ପ"ର ପରିସର ନିର୍ଣ୍ଣୟ ହେବା ଉପରେ ଅନେକ ସଂସ୍ଥାର କର୍ମଚାରୀଙ୍କୁ ଶ୍ରମ ଆଇନର ସୁରକ୍ଷା ଓ ଶିଳ୍ପ ବିବାଦ ଆଇନର ସୁବିଧା ମିଳିବ କି ନାହିଁ ତାହା ନିର୍ଭର କରୁଛି।

୧୯୮୭ରେ "ବାଙ୍ଗାଲୋର ଜଳ ଯୋଗାଣ ଓ ସ୍ବରେଜ ବୋର୍ଡ ବନାମ ଏ ରାଜପ୍ପା" ମାମଲାରେ ସୁପ୍ରିମକୋର୍ଟଙ୍କ ସାତ ଜଣିଆ ବିଚାରପତି ପୀଠ "ଶିଳ୍ପ" ଶବ୍ଦର ବ୍ୟାପକ ବ୍ୟାଖ୍ୟା କରିଥିଲେ।

ସେଥିରେ ମୁଖ୍ୟତଃ ସଂସ୍ଥାର କାର୍ଯ୍ୟ ସୁସଂଗଠିତ କି ନୁହେଁ, ନିଯୁକ୍ତିଦାତା ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟ ଚାଲୁଛି କି ନାହିଁ ଏବଂ ମଣିଷର ଆବଶ୍ୟକତା ପୂରଣ ପାଇଁ ପଣ୍ୟ କିମ୍ବା ସେବା ଯୋଗାଇବା ସହ ଏହାର ସମ୍ପର୍କ ରହିଛି କି ନାହି, ସେଭଳି ଦିଗଗୁଡ଼ିକୁ ଗୁରୁତ୍ୱ ଦିଆଯାଇଥିଲା।

ଏହି ବ୍ୟାପକ ବ୍ୟାଖ୍ୟା ଯୋଗୁଁ କେବଳ ପାରମ୍ପରିକ କାରଖାନା କିମ୍ବା ବ୍ୟବସାୟ ନୁହେଁ, ହସ୍ପିଟାଲ, ବିଶ୍ୱବିଦ୍ୟାଳୟ, ଦାତବ୍ୟ ଅନୁଷ୍ଠାନ ଓ କେତେକ ସରକାରୀ କାର୍ଯ୍ୟକଳାପ "ଶିଳ୍ପ" ପରିସରକୁ ଆସିପାରିଥିଲା।

ଶିଳ୍ପ ପାଇଁ "ଲାଭ କରିବା" ଏକମାତ୍ର ମାନଦଣ୍ଡ ନୁହେଁ ବୋଲି ସେହି ରାୟରେ ସ୍ପଷ୍ଟ ହୋଇଥିଲା।

କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ୯-ଜଣିଆ ବିଚାରପତିଙ୍କ ପୀଠ ଦେଇଥିବା ରାୟ "ଶିଳ୍ପ" ଶବ୍ଦର ପୁନଃ ବ୍ୟାଖ୍ୟା ପାଇଁ ବାଟ ଖୋଲିଛି।

କୌଣସି ପ୍ରକାର ବିବାଦକୁ ଏଡ଼ାଇବା ପାଇଁ ପୁରୁଣା ମାମଲାଗୁଡ଼ିକ ପାଇଁ ପୁରୁଣା ବ୍ୟାଖ୍ୟାକୁ ବଜାୟ ରଖାଯାଇଛି।

ଫଇସଲା ହୋଇସାରିିଥିବା ମାମଲାକୁ ପୁନର୍ବାର ଖୋଲାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

Judgement: ମହିଳା ପ୍ରତିନିଧିତ୍ବ ଉପରେ ଜୋର ଦେଲେ ପ୍ରଧାନ ବିଚାରପତି ସୁପ୍ରିମକୋର୍ଟଙ୍କ ରାୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଶିଳ୍ପ ସମ୍ପର୍କ ସଂହିତା ୨୦୨୦ ସମ୍ପର୍କରେ ଦିଆଯାଇଥିବା ସ୍ପଷ୍ଟୀକରଣ।

ଅଦାଲତ କହିଛନ୍ତି ନୂଆ ସଂହିତାରେ "ଶିଳ୍ପ" ଶବ୍ଦର ବ୍ୟାଖ୍ୟାକୁ ଆଧାର ଭାବେ ଗ୍ରହଣ କରାଯିବନାହିଁ।

ଏହାର ଅର୍ଥ ହେଉଛି ଭବିଷ୍ୟତରେ ଦେଖା‌ଦେବାକୁ ଥିବା ବିବାଦ ୨୦୨୦ର ସଂହିତାର ନିଜସ୍ବ ସଂଜ୍ଞା, ବିଧାନ ଓ ଆଇନଗତ ଉଦ୍ଦେଶ୍ୟ ଅନୁସାରେ ସ୍ଥିର ହେବ।

ଏହି ରାୟ ଫଳରେ ପୁରୁଣା ଆଇନ ଅଧୀନରେ ଚାଲିଥିବା ଶ୍ରମ ବିବାଦଗୁଡ଼ିକରେ କର୍ମଚାରୀଙ୍କ ସୁରକ୍ଷା ହଠାତ୍ କମିବାର ଆଶଙ୍କା ଦୂର ହୋଇଛି।

ଯେଉଁ ମାମଲାଗୁଡ଼ିକ ପୂର୍ବ ଆଇନ ଅନୁସାରେ ଆରମ୍ଭ ହୋଇଛି ସେଗୁଡ଼ିକରେ ଦୀର୍ଘଦିନ ଧରି ପ୍ରଚଳିତ ବ୍ୟାପକ ବ୍ୟାଖ୍ୟାକୁ ଆଧାର କରି ନିଷ୍ପତ୍ତି ହେବ।

କିନ୍ତୁ ଶ୍ରମ ସମ୍ପର୍କ ସଂହିତା ଅନୁସାରେ "ଶିଳ୍ପ" ଶବ୍ଦର କିଭଳି ବ୍ୟାଖ୍ୟା ହେବ ତାହା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media