Premanand Maharaj Rules: ଖାଇବା ବେଳେ ମୋବାଇଲ୍ ଦେଖୁଛନ୍ତି କି ? ପ୍ରେମାନନ୍ଦ ମହାରାଜ କହିଲେ ଏପରି
"ନୂଆଦିଲ୍ଲୀ: ଖାଇବା ଟେବୁଲରେ ଖାଦ୍ୟ ଅଛି, ହାତରେ ମୋବାଇଲ୍ ଅଛି, ଆଉ ଆଖି ଟିଭି ସ୍କ୍ରିନ୍ ରେ !
ଆଜିକାଲି ଏହି ଦୃଶ୍ୟ ପ୍ରାୟ ପ୍ରତ୍ୟେକ ଘରେ ଦେଖିବାକୁ ମିଳୁଛି।
କିନ୍ତୁ ଆପଣ କେବେ ଭାବିଛନ୍ତି କି ଖାଇବା ସମୟରେ ଆମେ କ"ଣ ଦେଖୁଛୁ, କ"ଣ ଶୁଣୁଛୁ ଏବଂ କ"ଣ ଚିନ୍ତା କରୁଛୁ, ତାହା ଆମ ମନ ଉପରେ କି ପ୍ରଭାବ ପକାଏ?
ଭୋଜନ ସମୟରେ ଟିଭି କିମ୍ବା ମୋବାଇଲ୍ ଦେଖିବା ଠିକ୍ ନା ଭୁଲ୍?
ଏହାର ଉତ୍ତର ଦେଇଛନ୍ତି ମଥୁରା-ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜ।
ପ୍ରେମାନନ୍ଦ ମହାରାଜଙ୍କ ମତରେ, ଭୋଜନ କେବଳ ଭୋକ ମେଣ୍ଟାଇବାର ଏକ ମାଧ୍ୟମ ନୁହେଁ।
ଆମେ ଯେଉଁ ଅନ୍ନ ଗ୍ରହଣ କରୁଛେ, ତାହା ସହ ଭୋଜନ ସମୟର ପରିବେଶ ଓ ଆମ ମାନସିକ ଅବସ୍ଥାକୁ ମଧ୍ୟ ଗୁରୁତ୍ୱ ଦେବା ଦରକାର।
ତେଣୁ ଭୋଜନ କରିବା ସମୟରେ ଭଲ କଥା ଶୁଣିବା, ଭଲ ଦୃଶ୍ୟ ଦେଖିବା ଏବଂ ଭଲ ଚିନ୍ତା କରିବା ଉଚିତ୍ ବୋଲି ସେ କହିଛନ୍ତି।
ତାଙ୍କ ମତରେ, ଏହା ଭଲ ସଂସ୍କାରର ମଧ୍ୟ ଏକ ଅଂଶ।
ଆଜିକାଲି ଅନେକଙ୍କ ଅଭ୍ୟାସ ହେଉଛି ଖାଇବା ସମୟରେ ହାତରେ ମୋବାଇଲ୍ ଏବଂ ସାମ୍ନାରେ ଟିଭି।
ଖାଦ୍ୟ ଅପେକ୍ଷା ସ୍କ୍ରିନ୍ରେ ଅଧିକ ଧ୍ୟାନ!Advertisment Vrindavan: କାଦୁଅରେ ଖାଲି ପାଦରେ ଚାଲିଲେ ବିରାଟ-ଅନୁଷ୍କା; ପ୍ରେମାନନ୍ଦ ମହାରାଜଙ୍କ ଆଶୀର୍ବାଦ ନେଇ ଜିତିଲେ ସମସ୍ତଙ୍କ ମନ କିନ୍ତୁ ମହାରାଜଙ୍କ କହିବା ଅନୁସାରେ, ଭୋଜନ ସମୟରେ ମନକୁ ଶାନ୍ତ ରଖିବା ଆବଶ୍ୟକ।
ଯଦି ସେହି ସମୟରେ ଆମେ ଅଶାନ୍ତି, କ୍ରୋଧ, ଝଗଡ଼ା କିମ୍ବା ନକାରାତ୍ମକ ଦୃଶ୍ୟରେ ବ୍ୟସ୍ତ ରହୁ, ତେବେ ଏହା ମନର ଶାନ୍ତିକୁ ପ୍ରଭାବିତ କରିପାରେ।
ଭୋଜନ ପୂର୍ବରୁ ନିଜ ଆରାଧ୍ୟ ଦେବତାଙ୍କୁ ସ୍ମରଣ କରିବା ଏବଂ ଖାଦ୍ୟକୁ ପ୍ରସାଦ ଭାବରେ ଗ୍ରହଣ କରିବା ଏକ ଭଲ ଅଭ୍ୟାସ ବୋଲି ମଧ୍ୟ କୁହାଯାଏ।
ଏହା ଭୋଜନ ସମୟକୁ ଏକ ଶାନ୍ତ ଏବଂ ଆଧ୍ୟାତ୍ମିକ ପରିବେଶ ଦେଇପାରେ।
ଅର୍ଥାତ୍, ଖାଇବା ବେଳେ କେବଳ ପେଟ ନୁହେଁ, ମନକୁ ମଧ୍ୟ ଶାନ୍ତ ରଖିବା ଦରକାର।
ତେବେ ଏହାର ଅର୍ଥ କ"ଣ ଭୋଜନ ସମୟରେ ମୋବାଇଲ୍ ଧରିବା ମାତ୍ର ହିଁ ବଡ଼ ଭୁଲ୍?
କଥାଟି ହେଉଛି ଧ୍ୟାନ କେଉଁଠି ରହୁଛି ।
ଖାଦ୍ୟ ଖାଉଥିବା ସମୟରେ ଯଦି ଆମର ପୂରା ଧ୍ୟାନ ସ୍କ୍ରିନ୍ରେ ରହିଯାଏ, ତେବେ ଖାଦ୍ୟ ଖାଇବାର ଅନୁଭୂତି ଓ ପରିବାର ସହ ସମୟ କାଟିବାର ସୁଯୋଗ ମଧ୍ୟ କମିଯାଇପାରେ।
ସେଥିପାଇଁ ଭୋଜନ ସମୟରେ ମୋବାଇଲ୍ ଓ ଟିଭିଠାରୁ କିଛି ସମୟ ଦୂରେ ରହି, ଶାନ୍ତିରେ ଖାଇବା ଏବଂ ପରିବାର ସହ କଥା ହେବା ଏକ ସୁନ୍ଦର ଅଭ୍ୟାସ ହୋଇପାରେ।
ତେଣୁ ଭୋଜନ ସମୟକୁ କେବଳ ଖାଇବାର ସମୟ ନଭାବି, ମନକୁ ଶାନ୍ତ ରଖିବାର ସମୟ ମଧ୍ୟ କରନ୍ତୁ।
ମୋବାଇଲ୍ର ସ୍କ୍ରିନ୍ ନୁହେଁ, ଖାଦ୍ୟ ଏବଂ ନିଜ ପରିବାର ଉପରେ ଧ୍ୟାନ ଦିଅନ୍ତୁ।
ଶାନ୍ତ ମନରେ ଖାଇବା ଏହା ହିଁ ହୋଇପାରେ ଭୋଜନର ସବୁଠାରୁ ଭଲ ସଂସ୍କାର।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
