22 OCTOBER 2026

Welcome!

Unlock your personalized experience.
Sign Up

Banjara Gang: ପାର୍ବଣ ଭିଡ଼ରେ ବଞ୍ଜାରା ଗ୍ୟାଙ୍ଗ୍‌ ଆତଙ୍କ: ୧୦୦ରୁ ଅଧିକ ମୋବାଇଲ୍‌ ଲୁଟ୍‌

Oct 22, 2026 - 08:26
Banjara Gang: ପାର୍ବଣ ଭିଡ଼ରେ ବଞ୍ଜାରା ଗ୍ୟାଙ୍ଗ୍‌ ଆତଙ୍କ: ୧୦୦ରୁ ଅଧିକ ମୋବାଇଲ୍‌ ଲୁଟ୍‌

ଭୁବନେଶ୍ବର: ଦଶହରା ମେଢ଼ ବୁଲିବାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଭିଡ଼ ଭିତରେ ମାତିଥିଲେ ବଞ୍ଜାରା ଗ୍ୟାଙ୍ଗ୍‌। ମୋବାଇଲ୍‌ରୁ ଆରମ୍ଭ କରି ପର୍ସ, ଏମିତିକି ସୁନାଗହଣା ଲୁଟୁଥିଲେ। ଲୁଟ୍‌ ଟଙ୍କାରେ ଗେଷ୍ଟହାଉସ୍‌ରେ ରହି ମଉଜ କରୁଥିଲେ। ରାଜଧାନୀରୁ ଏମିତି ଏକ ବଞ୍ଜାରା ଗ୍ୟାଙ୍ଗର ୪ ମହିଳାଙ୍କ ସମେତ ୬ଜଣଙ୍କୁ କମିସନରେଟ୍‌ ପୁଲିସ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗର ବବଲି ରାଓ(୩୫), ଲକି ସିଂହ(୩୨), ସଞ୍ଜନା ରାୟ(୩୫), ଶାରଦା ଦାସ ଓରଫ ରେଖା ସ୍ବାମୀ(୨୮) ଓ କେନ୍ଦ୍ରାପଡ଼ାର ଜିତେନ୍ଦ୍ର ମାଝୀ(୩୦)। ସେହିପରି ମଞ୍ଚେଶ୍ବର ଥାନା ପୁଲିସ କଟକ ଦରଘାବଜାର ଅଞ୍ଚଳର ସେକ୍‌ ଚାନ୍ଦ(୨୬)କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୮ଟି ମୋବାଇଲ୍‌ ଜବତ ହୋଇଛି। ଅଭିଯୁକ୍ତମାନେ ଜଗତପୁର ଓ ଖାରବେଳନଗର ଅଞ୍ଚଳରେ ରହୁଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। 

Education: ଯାଜପୁର ଜିଲ୍ଲାର ପ୍ରଥମ କୁଣ୍‌ହା କିଷାନ ଆଦିବାସୀ ଡାକ୍ତରୀ ପଢ଼ିଲେ

୧୦୦ରୁ ଅଧିକ ମୋବାଇଲ୍‌ ଲୁଟ୍‌
ଧରାପଡ଼ିଲେ ୪ମହିଳାଙ୍କ ସମେତ ୬, ମାତ୍ର ୮ ମୋବାଇଲ୍‌ ଜବତ

୧୯ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ହେମନ୍ତ ପୂଜାରୀ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପକୁ ବୁଲି ଯାଇଥିଲେ। ଏହି ସମୟରେ କିଛି ହିନ୍ଦୀଭାଷୀ ମହିଳା ତାଙ୍କୁ ଘେରିଯାଇ ଜାଣିଶୁଣି ଧସ୍ତାଧସ୍ତି କରିଥିଲେ। ପ୍ରବଳ ଭିଡ଼ର ସୁଯୋଗ ନେଇ କେହି ତାଙ୍କ ପକେଟ୍‌ରୁ ମୋବାଇଲ୍‌ ଚୋରି କରି ସେଠାରୁ ଚମ୍ପଟ ମାରିଥିଲା। ଏନେଇ ହେମନ୍ତ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ୨୦ ତାରିଖ ସକାଳ ପ୍ରାୟ ୧୦ଟାରେ ସେହି ପୂଜା ମଣ୍ଡପ ନିକଟରେ ୪ଜଣ ମହିଳା ଓ ଜଣେ ପୁରୁଷ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ସେମାନେ ହିଁ କୃତ୍ରିମ ଭିଡ଼ କରି ଲୋକଙ୍କୁ ହଇରାଣ କରୁଥିବା ନେଇ ପୁଲିସ ଖବର ପାଇଥିଲା। ସାଦା ପୋଷାକରେ ଥିବା କିଛି ପୁଲିସ କର୍ମଚାରୀ ସେମାନଙ୍କୁ କାବୁ କରି ଯାଞ୍ଚ କରିଥିଲେ। ଶାରଦା ହାତରେ ଥିବା ଏକ ଧଳା ଜରି ବ୍ୟାଗ୍‌ରୁ ୫ଟି ମୋବାଇଲ୍‌ ମିଳିଥିଲା।

Durga puja: ଦିଲ୍ଲୀରରେ ପ୍ରବାସୀ ଓଡ଼ିଆଙ୍କ ଦୁର୍ଗାପୂଜାର ରଜତ ଜୟନ୍ତୀ ପାଳନ

ଥାନାକୁ ନେଇ ପଚରାଉଚରା କଲା ବେଳେ ପୂଜା ଭିଡ଼ରୁ ଏସବୁ ମୋବାଇଲ୍‌ ଚୋରି କରିଥିବା ସେମାନେ ସ୍ବୀକାର କରିଥିଲେ। ସେମାନେ କଟକ ଜଗତପୁର ଓଭରବ୍ରିଜ୍‌ ନିକଟରେ ରହୁଥିବା ବେଳେ ଜିତେନ୍ଦ୍ର ଖାରବେଳନଗର ଥାନା ୟୁନିଟ୍‌-୪ର ଏକ ଗେଷ୍ଟହାଉସ୍‌ରେ ରହୁଥିବା ମାନିଥିଲା। ସେହିପରି ୨୦ ତାରିଖ ସକାଳେ ଅଭିଯୁକ୍ତ ଚାନ୍ଦ ରସୁଲଗଡ଼ ଅଞ୍ଚଳରୁ ଲୁଟ୍‌ପାଟ କରୁଥିବା ବେଳେ ଲୋକମାନେ କାବୁ କରି ପୁଲିସକୁ ଦେଇଥିଲେ। କେବଳ ଏହି ଦୁଇଟି ଘଟଣା ନୁହେଁ, ପୂଜା ସମୟରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ୧୦୦ରୁ ଅଧିକ ମୋବାଇଲ୍‌ ଲୁଟ୍‌ ହୋଇଥିବା ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)