ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ T20 ଟକ୍କର
ନନ୍ଦିଘୋଷ ବ୍ୟୁରୋ: କିୱି ମାଟିରେ ଭାରତୀୟ ଦଳର ଅସଲ ପରୀକ୍ଷା । ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ଵେଣ୍ଟି ଟକ୍କର । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି କ୍ରାଇଷ୍ଟଚର୍ଚ୍ଚର ହାଗ୍ଲେ ଓଭାଲ୍ ଗ୍ରାଉଣ୍ଡରେ ଖେଳାଯିବ । ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ରେ ଆରମ୍ଭ ହେବ ଏହି ହାଇ-ଭୋଲଟେଜ୍ ମ୍ୟାଚ୍ । ଷ୍ଟାର୍ ବ୍ୟାଟର ଶ୍ରେୟସ ଆୟରଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଘରୋଇ ନ୍ୟୁଜିଲାଣ୍ଡ ଦଳର କମାଣ୍ଡ ମିଚେଲ ସାଣ୍ଟନରଙ୍କ ହାତରେ ରହିଛି । ଭାରତୀୟ ଦଳରେ ସଞ୍ଜୁ ସାମସନ, ଅଭିଷେକ ଶର୍ମା ଏବଂ ତିଲକ ବର୍ମାଙ୍କ ଭଳି ବିସ୍ଫୋରକ ବ୍ୟାଟର ଥିବା ବେଳେ ବୋଲିଂ ଭାର ଅର୍ଶଦୀପ ସିଂହ ଏବଂ ଅଭିଜ୍ଞ ଭୁବନେଶ୍ୱର କୁମାରଙ୍କ ଉପରେ ରହିବ । କ୍ରାଇଷ୍ଟଚର୍ଚ୍ଚର ପିଚ୍ ସାଧାରଣତଃ ପେସ୍ ବୋଲରଙ୍କୁ ସହାୟତା କରିଥାଏ, ତେଣୁ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିପାରେ । କିୱି ଦଳର ଘରୋଇ ପରିବେଶକୁ ଟକ୍କର ଦେବା ପାଇଁ ଶ୍ରେୟସ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପ୍ରେସ୍ କନଫରେନ୍ସରେ କହିଛନ୍ତି । ଏଥିପାଇଁ ପଡ଼ିଆରେ ବୁଧବାର ଝାଳ ବୁହା ଅଭ୍ୟାସ କରିଛନ୍ତି ଟିମ୍ ଇଣ୍ଡିଆ ଖେଳାଳି ।.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
