Attack: ସାଉଦି ଆରବ ଉପରେ ପୁଣି ହୁତିଙ୍କ ଆକ୍ରମଣ: ୩ ମୃତ, ଜଣେ ଭାରତୀୟଙ୍କ ସମେତ ୧୦ ଆହତ

Oct 22, 2026 - 09:12
Attack: ସାଉଦି ଆରବ ଉପରେ ପୁଣି ହୁତିଙ୍କ ଆକ୍ରମଣ: ୩ ମୃତ, ଜଣେ ଭାରତୀୟଙ୍କ ସମେତ ୧୦ ଆହତ

"ରିୟାଦ: ହୁତିଙ୍କ ଆକ୍ରମଣ ପୁଣି ମଧ୍ୟପ୍ରାଚ୍ୟରେ ଆତଙ୍କ ସୃଷ୍ଟି କରିଛି।

ପୂର୍ବ ସାଉଦି ଆରବର ଏକ ବିମାନବନ୍ଦର ଏବଂ ତୈଳ ବିଶୋଧନ କାରଖାନା ଉପରେ ହୋଇଥିବା ପୃଥକ ପୃଥକ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଭାରତୀୟଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି।

ବୁଧବାର-ଗୁରୁବାର ରାତିରେ ଦମ୍ମାମ ସହରର କିଙ୍ଗ୍ ଫାହଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ସାଉଦି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏକ ବିବୃତିରେ କହିଛନ୍ତି ଯେ, ଆକ୍ରମଣରେ ଆଠ ଜଣ ଆହତ ହୋଇଛନ୍ତି।Advertisment ଅଧିକାରୀମାନେ ବିମାନବନ୍ଦର ଉପରେ କିଏ ଆକ୍ରମଣ କରିଛି ତାହା କହି ନାହାନ୍ତି, କିନ୍ତୁ ୟେମେନର ହୁତି ବିଦ୍ରୋହୀମାନେ ସାଉଦି ଆରବର ବିମାନବନ୍ଦରକୁ ଗତ କିଛି ଦିନ ମଧ୍ୟରେ ଅନେକ ଥର ଟାର୍ଗେଟ କରିଛନ୍ତି।

ତେଣୁ ଅନୁମାନ କରାଯାଉଛି ଏହା ହୁତିଙ୍କ କାଣ୍ଡ ହୋଇଥିବ।ଇରାନ ସମର୍ଥିତ ହୁତିମାନେ ଏହି ଆକ୍ରମଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାନ୍ତି।

ସାଉଦି ବିମାନ ଚଳାଚଳ କର୍ତ୍ତୃପକ୍ଷ ଏକ ବିବୃତିରେ କହିଛନ୍ତି ଯେ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନେ ସାମାନ୍ୟରୁ ଗୁରୁତର ଆଘାତ ପାଇଛନ୍ତି ଏବଂ ବିମାନବନ୍ଦରର କ୍ଷୟକ୍ଷତିର ଆକଳନ କରାଯାଉଛି।

ମୃତକଙ୍କ ମଧ୍ୟରେ ଜଣେ ନେପାଳୀ, ଜଣେ ଫିଲିପାଇନ୍ ସେହିପରି ଅନ୍ୟ ଏକ ଆକ୍ରମଣରେ ସାଉଦି ଆରବର ଶକ୍ତି ମନ୍ତ୍ରଣାଳୟ କହିଛି ଯେ, ସାଉଦି ଆରାମକୋର ଶାୟବା ତୈଳ କ୍ଷେତ୍ରରେ ଏକ ଡ୍ରୋନ୍‌ର ଭଗ୍ନାବଶେଷ ଧକ୍କାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଭାରତୀୟଙ୍କ ସମେତ ଦୁଇଜଣ ଆହତ ହୋଇଛନ୍ତି।

ମନ୍ତ୍ରଣାଳୟ କହିଛି, ମୃତକଙ୍କ ମଧ୍ୟରେ ଜଣେ ନେପାଳୀ ଏବଂ ଜଣେ ଫିଲିପାଇନ୍ ନାଗରିକ ଅଛନ୍ତି।

ଆହତଙ୍କ ମଧ୍ୟରେ ଜଣେ ଭାରତୀୟ ଏବଂ ଜଣେ ପାକିସ୍ତାନୀ ନାଗରିକ ଅଛନ୍ତି।

ଠିକାଦାରଙ୍କ ଗାଡ଼ିରେ ନିଆଁ ମନ୍ତ୍ରଣାଳୟର ବିବୃତିରେ କୁହାଯାଇଛି, ଶୟବା ତୈଳ କ୍ଷେତ୍ରରେ ଭଗ୍ନାବଶେଷ ପଡ଼ିବା ଫଳରେ ଏକ ଠିକାଦାରଙ୍କ ଗାଡ଼ିରେ ନିଆଁ ଲାଗିଯାଇଥିଲା।

ସାଉଦି ନେତୃତ୍ୱାଧୀନ ମେଣ୍ଟ ସାତୋଟି ଡ୍ରୋନ୍‌କୁ ଖସାଇ ଦେଇଥିବା ଦାବି କରିଛି।

ମେଣ୍ଟ ମୁଖପାତ୍ର ମେଜର ଜେନେରାଲ ତୁର୍କି ଅଲ-ମାଲିକି ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ସାଉଦି ଆରବକୁ ଟାର୍ଗେଟ କରାଯାଇଥିବା ଚାରୋଟି ଡ୍ରୋନକୁ ଅଟକାଇ ନଷ୍ଟ କରାଯାଇଛି।

ଦ୍ୱିତୀୟ ପୋଷ୍ଟରେ ସେ କହିଛନ୍ତି ଯେ ଏହି ଡ୍ରୋନ୍‌ଗୁଡ଼ିକୁ ସାଉଦି ଆରବର ପୂର୍ବ ପ୍ରଦେଶ ଏବଂ ମଦିନା ଅଞ୍ଚଳରେ ଅଟକାଯାଇଛି।

ପୂର୍ବ ପ୍ରଦେଶରେ ଆଉ ଏକ ଡ୍ରୋନ୍‌କୁ ମଧ୍ୟ ଅଟକାଯାଇଥିଲା।

ମେଣ୍ଟ କହିଛି ଦକ୍ଷିଣ ଅଞ୍ଚଳକୁ ଟାର୍ଗେଟ କରିଥିବା ଏକ ଷଷ୍ଠ ହୁତି ଡ୍ରୋନ ଏବଂ ପୂର୍ବ ପ୍ରଦେଶକୁ ଲକ୍ଷ୍ୟ କରି ଛଡ଼ାଯାଇଥିବା ଏକ ସପ୍ତମ ଡ୍ରୋନ୍‌କୁ ଅଟକାଯାଇଛି।

Attack: କର୍ମଚାରୀଙ୍କୁ ସାଉଦି ଆରବ ଛାଡିବାକୁ ନିର୍ଦ୍ଦେଶ ଦେଲା ଆମେରିକା ଦୂତାବାସ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)