Bangladesh: ମିର୍ଜା ଫକରୁଲ ଇସଲାମ ଆଲମଗିର ବାଂଲାଦେଶର ନୂଆ ରାଷ୍ଟ୍ରପତି

Aug 20, 2026 - 22:53
Bangladesh: ମିର୍ଜା ଫକରୁଲ ଇସଲାମ ଆଲମଗିର ବାଂଲାଦେଶର ନୂଆ ରାଷ୍ଟ୍ରପତି

"ଢାକା: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି)ର ବରିଷ୍ଠ ନେତା ମିର୍ଜା ଫକରୁଲ ଇସଲାମ ଆଲମଗିର ବାଂଲାଦେଶର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।

୭୮ ବର୍ଷୀୟ ଆଲମଗିର ଗୁରୁବାର ଜାତୀୟ ସଂସଦରେ ହୋଇଥିବା ଭୋଟରେ ବିପକ୍ଷ ପ୍ରାର୍ଥୀ ଅବସରପ୍ରାପ୍ତ କର୍ଣ୍ଣେଲ ଓଲି ଅହମଦଙ୍କୁ ପରାସ୍ତ କରିଛନ୍ତି।Advertisment ୧୯୯୧ ପରେ ପ୍ରଥମ ଥର ପାଇଁ ବାଂଲାଦେଶରେ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହୋଇଛି।

ଗତ ୩୫ ବର୍ଷ ଧରି ଏହି ପଦ ପାଇଁ କୌଣସି ପ୍ରତିଦ୍ୱନ୍ଦ୍ୱିତା ହୋଇନଥିଲା।

ଆଲମଗିର ବହୁ ବର୍ଷ ଧରି ବିଏନ୍‌ପିର ପ୍ରମୁଖ ନେତା ଭାବେ ଦଳର ନେତୃତ୍ୱ ନେଇଆସିଛନ୍ତି।

ସେ ୨୦୧୬ରୁ ଦଳର ମହାସଚିବ ଥିଲେ।

ପୂର୍ବରୁ ସେ ଶିକ୍ଷକତା କରିବା ସହ ବିଭିନ୍ନ ସରକାରୀ ଦାୟିତ୍ୱରେ ମଧ୍ୟ ରହିଥିଲେ।

ଗତ ଜୁଲାଇ ୨୪ରେ ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ।

ତାଙ୍କ ଇସ୍ତଫା ପରେ ସଂସଦ ବାଚସ୍ପତି ହାଫିଜ୍ ଉଦ୍ଦିନ ଅହମଦ ଅନ୍ତରୀଣ ରାଷ୍ଟ୍ରପତିଙ୍କ ଦାୟିତ୍ୱ ତୁଲାଉଥିଲେ।

ଏବେ ଆଲମଗିର ଶୁକ୍ରବାର ସନ୍ଧ୍ୟାରେ ବାଂଲାଦେଶର ୨୩ତମ ରାଷ୍ଟ୍ରପତି ଭାବେ ଶପଥ ନେବେ।

Tarique Rahman India Visit: ବାଂଲାଦେଶର ୨ ସର୍ତ୍ତ, ହସିନାଙ୍କ ପ୍ରତ୍ୟର୍ପଣ ଦାବି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media