Sundargarh Road Accident: ହାଇୱା ଚାପାରେ ଶିଶୁକନ୍ୟା ସହ ୨ ମହିଳା ମୃତ
"ସୁନ୍ଦରଗଡ଼: ସୁନ୍ଦରଗଡ଼ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ଭଷ୍ମା ଥାନା ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ଘଟିଛି ଛାତିଥରା ଦୁର୍ଘଟଣା।
କୋଇଲା ବୋଝେଇ ଟ୍ରେଲର୍ ଧକ୍କାରେ ଏକ ଶିଶୁ ସହ ୨ ମହିଳାଙ୍କ ମୃତ୍ୟୁ ଘଟିଛି।
ଘଟଣା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।
Advertisment Accident: ପିପଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଷଣ୍ଢ ଓ ବରିଷ୍ଠ ନାଗରିକଙ୍କୁ ପିଟିଲା ଥାର୍, ଉଭୟଙ୍କର ଚାଲିଗଲା ଜୀବନ ମୃତକମାନେ ହେଲେ ସଦରଥାନା ଗଇଯୋର ଗାଁର।
ସେମାନଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ।
ଦୁର୍ଘଟଣା ପରେ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଛି।
Road Accident: ଗୋରୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଦୁଇ ଗାଡ଼ି ଧକ୍କା: ୮ ଶ୍ରମିକ ମୃତ, ୩୨ ଆହତ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ୨ ଜଣ ମହିଳା ଜଣେ ଶିଶୁକୁ ଧରି ସ୍କୁଟିରେ ଭଷ୍ମା ଥାନାକୁ କୌଣସି କାମରେ ଆସି ଫେରୁଥିଲେ।
ପେଟ୍ରୋଲ ପମ୍ପରୁ ବାହାରୁ ଥିବା ଏକ କୋଇଲା ବୋଝେଇ ଟ୍ରେଲର୍ ସ୍କୁଟି ସହ ୩ ଜଣକୁ ଚାପି ଦେଇଥିଲା।
ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଗଲା।
ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ ମଧ୍ୟ ଚକ ତଳେ ଚାପି ହୋଇ ରହିଥିବା ମୃତଦେହକୁ ବାହାର କରିବା ସମ୍ଭବ ହୋଇପାରି ନାହିଁ।
ରାସ୍ତାରୋକ ପରେ ବିଜୁ ଏକ୍ସପ୍ରେସ ୱେର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି।
ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ କୁମାର ମହାପାତ୍ର ଓ ଭଷ୍ମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହକୁ ବାହାର କରିବାକୁ ଉଦ୍ୟମ ଚଲାଇଛନ୍ତି।
ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
