Son killed Father ବାପାଙ୍କୁ ପଥର ଛେଚି ମାରିଦେଲା ପୁଅ

Aug 20, 2026 - 20:30
Son killed Father ବାପାଙ୍କୁ ପଥର ଛେଚି ମାରିଦେଲା ପୁଅ

"ବୋଡ଼େନ : ପାରିବାରିକ ବିବାଦକୁ କେନ୍ଦ୍ର କରି ପୁଅର ପଥର ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି।

ମୃତକ ହେଲେ ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବୋଇରଗା ପଞ୍ଚାୟତ କୋଟିଆପଡା ଗ୍ରାମର ଭୁଷଣ ମାଝୀ (୬୦)।Advertisment ଦୁଇ ପରିବାର ମଧ୍ୟରେ ତିନି ଦଶନ୍ଧିର ଶତ୍ରୁତା: ମା" ହତ୍ୟାର ପ୍ରତିଶୋଧ ପରେ ବାପା ହତ୍ୟାର ବଦ୍‌ଲା ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, କୌଣସି କଥାକୁ ନେଇ ଭୂଷଣ ଓ ତାଙ୍କ ପୁଅ ବିନୋଦଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଅଭିଯୁକ୍ତ ବିନୋଦ ବିନୋଦ ଉତକ୍ଷିପ୍ତ ହୋଇ ବାପାଙ୍କ ମୁଣ୍ଡରେ ପଥର ଛେଚି ଦେଇଥିଲା।

ଏଥିରେ ସେ ଗୁରୁତର ଆହତ ହୋଇଥିଲେ।

ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ହୃଦୟହୀନ ହୃଦାନନ୍ଦ: ଟାଙ୍ଗିଆରେ ହାଣି ବାପାକୁ ହତ୍ୟା କଲା, ମାଟି ଖୋଳି ଶବକୁ ଲୁଚାଇଲା ସୈତାନ ପୁଅ...

ଘଟଣା ସମ୍ପର୍କରେ ପୂର୍ବତନ ସମିତି ସଭ୍ୟ ସୈଦାଗର ସାହୁ ପୁଲିସକୁ ସୂଚନା ଦେଇଥିଲେ।

ଖବର ପାଇ ଅତିରିକ୍ତ ଏସ୍‌ପି ରଞ୍ଜିତ ନାଏକ, ଖଡିଆଳ ଏସ୍‌ଡିପିଓ ଉପେନ୍ଦ୍ର ପ୍ରଧାନ, ବୋଡ଼େନ ଥାନା ଅଧିକାରୀ ଧର୍ମେନ୍ଦ୍ର ଭୁଏ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅଭିଯୁକ୍ତ ବିନୋଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ବୋଲି ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media