Bangladesh: ‘ଇସଲାମିକ୍ ନାଟୋ’ କ’ଣ? କାହିଁକି ସାମିଲ ହେବାକୁ ଚାହୁଁଛି ବାଂଲାଦେଶ
"ଢାକା: ଅଗଷ୍ଟ ୭ ତାରିଖରେ ସାଉଦି ଆରବ, ପାକିସ୍ତାନ ଓ ତୁର୍କୀ "ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତିନାମା" ନାମକ ଏକ ସାମରିକ ବୁଝାମଣାରେ ସ୍ବାକ୍ଷର କରିବା ପରେ ଦକ୍ଷିଣ ଓ ପଶ୍ଚିମ ଏସିଆର ରାଜନୀତିରେ ଏହି ନୂଆ ସୁରକ୍ଷା ସମୀକରଣକୁ ନେଇ ଜୋରଦାର୍ ଚର୍ଚ୍ଚା ଚାଲିଛି।
ଏହି ଚୁକ୍ତିନାମାକୁ କେତେକ ବିଶେଷଜ୍ଞ "ଇସଲାମିକ୍ ନାଟୋ" କହୁଛନ୍ତି।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ କହିଥିଲେ ଯେ, ସେ ଚାହାନ୍ତି ଏହି ଚୁକ୍ତିନାମା ବିସ୍ତାରିତ ହୋଇ ଏକ ଇସଲାମିକ୍ ନାଟୋ ଭଳି ହେଉ ଓ ଏକ ବିଶେଷ କ୍ଲବ୍ ନ ହୋଇ ରହୁ।
ସେ ଇସଲାମିକ୍ ରାଷ୍ଟ୍ରଗୁଡ଼ିକୁ ସେମାନଙ୍କର ମତଭେଦକୁ ଭୁଲି ଏକାଠି ହେବାକୁ ଆହ୍ୱାନ କରିଥିଲେ।ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତିନାମା ଅନୁଯାୟୀ, କୌଣସି ଗୋଟିଏ ଦେଶ ଉପରେ ସଶସ୍ତ୍ର ଆକ୍ରମଣକୁ ସମସ୍ତ ସଦସ୍ୟଙ୍କ ଉପରେ ଆକ୍ରମଣ ଭାବେ ଗ୍ରହଣ କରାଯିବ।
ତେବେ ଏହା ଔପଚାରିକ ଭାବେ ନାଟୋ ପରି ସୈନିକ ସଙ୍ଗଠନ ନୁହେଁ।
ତେବେ ବୁଝାମଣାର ଉଦ୍ଦେଶ୍ୟ ସଦସ୍ୟ ଦେଶମାନଙ୍କ ଭିତରେ ପ୍ରତିରକ୍ଷା, ସୁରକ୍ଷା ଓ ସାମରିକ ସମ୍ପର୍କକୁ ମଜଭୁତ କରିବା।Advertisment ଆହୁରି ପଢନ୍ତୁ: Reservation Hatao Andolan: "ଆରକ୍ଷଣ ହଟାଅ ଆନ୍ଦୋଳନ" ପ୍ରତିବାଦକାରୀ କହିଲେ," ସଂସ୍କାର ପାଇଁ ସରକାର ରାଜି" ଏବେ ମକ୍କା ବୁଝାମଣାର କଳେବର ବୃଦ୍ଧି କରିବାକୁ ଚେଷ୍ଟା କରାଯାଉଛି।
ବାଂଲାଦେଶ ଏହି ସଙ୍ଗଠନରେ ସାମିଲ ହେବା ପାଇଁ ବିକଳ୍ପ ଖୋଲା ରଖିଛି।
ବାଂଲାଦେଶର ବିଦେଶ ପ୍ରସଙ୍ଗର ପରାମର୍ଶଦାତା ହୁମାୟୁନ୍ କବୀର କହିଛନ୍ତି, ଢାକା ପରିବର୍ତ୍ତିତ ବୈଶ୍ବିକ ପରସ୍ଥିତି, ନିଜର ଆର୍ଥିକ ହିତ ଓ ଜାତୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏପରି କୌଣସି ସଙ୍ଗଠନରେ ସାମିଲ ହେବାର ବିକଳ୍ପ ଉପରେ ବିଚାର କରୁଛି।
ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଜଣେ ଘନିଷ୍ଠ ସହଯୋଗୀ ମଧ୍ୟ ମକ୍କା ବୁଝାମଣା ପରି ଯେକୌଣସି ସଙ୍ଗଠନରେ ସାମିଲ ହେବାକୁ ସମର୍ଥନ କରିଛନ୍ତି।
ବାଂଲାଦେଶ ସମ୍ପୃକ୍ତ ସଙ୍ଗଠନରେ ସାମିଲ ହେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ଢାକାର ଆଗ୍ରହ ସ୍ପଷ୍ଟ ଜଣାପଡ଼ୁଛି।
ଆହୁରି ପଢନ୍ତୁ: Action in Haryana: ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ; ୧୮ ପୁଲିସ ନିଲମ୍ବିତ ବାଂଲାଦେଶର ବଦଳୁଥିବା ବିଦେଶ ନୀତି ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।
ବାଂଲାଦେଶ ପୂର୍ବରୁ ଭାରତ ଓ ଚୀନ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଥିଲା।
କିନ୍ତୁ ବର୍ତ୍ତମାନ ସାଉଦି ଆରବ, ପାକିସ୍ତାନ ଓ ତୁର୍କୀ ସହିତ ସମ୍ପର୍କ ସୁଦୃଢ଼ କରିବାକୁ ଚାହୁଛି।
ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଢାକା ପାକିସ୍ତାନ ଓ ତୁର୍କୀର ନିକଟତର ହୋଇଛି।
ରିପୋର୍ଟ ଅନୁସାରେ, ବାଂଲାଦେଶ ପାକିସ୍ତାନ-ଚୀନ୍ଠାରୁ ବିକଶିତ ଜେଏଫ୍-୧୭ ଲଢ଼ୁଆ ବିମାନ କିଣିବା ଉପରେ ମଧ୍ୟ ବିଚାର କରୁଛି।
ଭାରତ ପାଇଁ ଏହା ଚିନ୍ତାର କାରଣ।
ପାକିସ୍ତାନକୁ ଏହାଦ୍ବାରା ଆଉ ଏକ ଦକ୍ଷିଣ ଏସିଆ ଦେଶ ସହିତ ସୁରକ୍ଷା ସହଯୋଗର ମଞ୍ଚ ମିଳିଯିବ।
ଏପରି ସଙ୍ଗଠନ ଭାରତର ପୂର୍ବ ସୀମାରେ ଜଟିଳ ସ୍ଥିତି ସୃଷ୍ଟି କରିପାରେ।
ତେବେ ଏହାକୁ ଏତେ ଶୀଘ୍ର ଭାରତ ବିରୋଧୀ ସୈନ୍ୟ ସଙ୍ଗଠନ ଭାବେ ବିବେଚନା କରିବା ଠିକ୍ ହେବନାହିଁ।
ତଥାପି ଭାରତକୁ ପାକିସ୍ତାନ, ବାଂଲାଦେଶ ଓ ତୁର୍କୀ ମଧ୍ୟରେ ବର୍ଦ୍ଧିତ ପ୍ରତିରକ୍ଷା ସମ୍ବନ୍ଧ ଓ ଭାରତ ମହାସାଗର କ୍ଷେତ୍ରରେ ଏହାର ପ୍ରଭାବ ଉପରେ ନଜର ରଖିବାକୁ ପଡ଼ିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

