IIT Delhi: ଆଇଆଇଟି ଦିଲ୍ଲୀ କ୍ୟାମ୍ପସର ଷଷ୍ଠ ମହଲାରୁ ଡେଇଁ ୩୧ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା

Aug 22, 2026 - 20:44
IIT Delhi: ଆଇଆଇଟି ଦିଲ୍ଲୀ କ୍ୟାମ୍ପସର ଷଷ୍ଠ ମହଲାରୁ ଡେଇଁ ୩୧ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା

"ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀ କ୍ୟାମ୍ପସର ଏକ କୋଠାର ଷଷ୍ଠ ମହଲାରୁ ଡେଇଁ ପଡ଼ି ଜଣେ ୩୧ ବର୍ଷୀୟ ଏମଏସ୍‌ସି ପଦାର୍ଥ ବିଜ୍ଞାନ ଛାତ୍ର ଆତ୍ମହତ୍ୟା କରିଛନ୍ତି।

ପୁଲିସ ଶନିବାର ସକାଳ ପ୍ରାୟ ୮ଟା ୩୩ ସମୟରେ ଏକ ପିସିଆର କଲ୍ ମାଧ୍ୟମରେ ଘଟଣା ବିଷୟରେ ସୂଚନା ପାଇଥିଲା।

ସୂଚନା ପାଇବା ପରେ, କିଶନଗଡ଼ ପୁଲିସ ଷ୍ଟେସନର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା।

ଆହତ ଛାତ୍ରଙ୍କୁ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ସୂଚନା ଅନୁଯାୟୀ, ଛାତ୍ର ଜଣକ ସକାଳ ୮ଟା ସମୟରେ କ୍ୟାମ୍ପସ ମୁଖ୍ୟ ଫାଟକ ଦେଇ ଆଇଆଇଟି ଦିଲ୍ଲୀ ପରିସରରେ ପହଞ୍ଚି ଥିଲେ।Advertisment ଆହୁରି ପଢନ୍ତୁ: El Nino: "ଏଲ୍ ନିନୋ" ପ୍ରଭାବ: ଶତାବ୍ଦୀର ସବୁଠାରୁ ଗରମ ବର୍ଷ ହେବ ୨୦୨୭ ଛାତ୍ର ଜଣକ ଲେକ୍ଚର ହଲ୍ କମ୍ପ୍ଲେକ୍ସର ଷଷ୍ଠ ମହଲାକୁ ଲିଫ୍ଟରେ ଯାଇ ଡେଇଁ ପଡ଼ିଥିଲେ।

ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ।

ମୃତକଙ୍କ ପକେଟରୁ ଏକ ମୋବାଇଲ୍ ଫୋନ୍ ମିଳିଛି।

ପ୍ରାଥମିକ ପରୀକ୍ଷାରୁ ଉପରୁ ‌ପଡ଼ିଯିବା କାରଣରୁ ହୋଇଥିବା ଆଘାତ ବ୍ୟତୀତ ଶରୀରରେ ଅନ୍ୟ କୌଣସି ଆଘାତ ଚିହ୍ନ ମିଳିନାହିଁ।

ଘଟଣା ପରେ ତଦନ୍ତ ଓ ପ୍ରମାଣ ସଂଗ୍ରହ ପାଇଁ କ୍ରାଇମ୍ ଟିମ୍ ଓ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ ଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା।

ପୁଲିସ ଛାତ୍ରଙ୍କ କାଉନସେଲିଂ ରେକର୍ଡ ଓ ଆଇଆଇଟି ପ୍ରଶାସନଠାରୁ ଅନ୍ୟାନ୍ୟ ସୂଚନା ମଧ୍ୟ ହାସଲ କରୁଛି।

ପୁଲିସ ବର୍ତ୍ତମାନ ଘଟଣାର କାରଣ ତଦନ୍ତ କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)