Congress: ଦରଦାମ୍ ହୁ ହୁ ହୋଇ ବଢ଼ୁଛି, ଶ୍ବେତପତ୍ର ଜାରି କରନ୍ତୁ ସରକାର: ପଞ୍ଚାନନ
"ଭୁବନେଶ୍ବର: ସାରା ଦେଶରେ ଦରଦାମ୍ ହୁ ହୁ ହୋଇ ବଢ଼ି ଚାଲିଛି।
ଦରଦାମ୍ ଉପରେ ସରକାରଙ୍କର ଆଦୌ ନିୟନ୍ତ୍ରଣ ନାହିଁ।
ଦରଦାମ କିପରି ନିୟନ୍ତ୍ରଣ କରିବେ ସେନେଇ ସରକାରଙ୍କ କୌଣସି ଯୋଜନା ମଧ୍ୟ ନାହିଁ।
ଗରିବ ଓ ମଧ୍ୟବିତ୍ତଙ୍କ ଭାତ ଥାଳିରେ ଲାତ ମାରି ସରକାର ନିଘୋଡ଼ ନିଦରେ ଶୋଇଛନ୍ତି।
ଆଗକୁ କିପରି ଦରଦାମ ନିୟନ୍ତ୍ରଣ ହେବ ସେନେଇ ସରକାର ଶ୍ବେତପତ୍ର ଜାରି କରନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ।
Advertisment ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନ୍ଗୋ କହିଲେ, କଂଗ୍ରେସ ସରକାର ଦେଶରେ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଦୁଇଟି ବିପ୍ଳବ ଆଣି ସଫଳ ହୋଇଥିଲେ।
ସବୁଜ ବିପ୍ଳବ ଜରିଆରେ ଦେଶ ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ବାବଲମ୍ବୀ ହୋଇଥିଲା।
ସେହିପରି ଶ୍ବେତ ବିପ୍ଳବ ଜରିଆରେ ପ୍ରଚୁର ଦୁଗ୍ଧଜାତୀୟ ଉତ୍ପାଦ ଦେଶବାସୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା।
କିନ୍ତୁ ଗତ ୧୨ବର୍ଷରେ ବିଜେପି ସରକାର କୌଣସି ଗୋଟିଏ କ୍ଷେତ୍ରରେ ବି ଦେଶକୁ ସ୍ବାବଲମ୍ବୀ କରିପାରିନାହାନ୍ତି।
ଏଣେ ସରକାର କହୁଛନ୍ତି ଇଥାନଲ-୨୦ ପାଇଁ ଦେଶରେ ଚିନିର ଅଭାବ ହେଉନାହିଁ।
ତେବେ ଏତେବର୍ଷ ପରେ କାହିଁକି ଦେଶକୁ ଏତେ ପରିମାଣରେ ଚିନି ଆମଦାନୀ କରିବାକୁ ପଡ଼ୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।
Price hike: ଆଗକୁ ଆହୁରି ମହଙ୍ଗା ମାଡ଼; ଦରଦାମ ବଢ଼ିବ କିମ୍ବା ପ୍ୟାକେଟ୍ ଛୋଟ ହେବ ସେହିପରି ମୁଖପାତ୍ର ସୋନାଲି ସାହୁ କହିଲେ, ରାଉରକେଲା ସର୍କିଟ୍ ହାଉସ୍ରେ ରାଜ୍ୟର କୌଣସି ଜଣେ ବଡ଼ ନେତାଙ୍କୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି।
ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନଧି ପ୍ରକାଶ ପାଶୱାନଙ୍କ ଦ୍ବାରା ଏହି ଷଡ଼୍ଯନ୍ତ୍ର ରଚାଯାଇଥିବା ଅଭିଯୋଗ ହେଉଛି।
ରାଉରକେଲାର ସର୍କିଟ୍ ହାଉସ୍ର ୧୦୧ ନମ୍ବର ରୁମ୍ ପ୍ରକାଶ ପାଶୱାନଙ୍କ ନାଁରେ ବୁକ୍ ହୋଇଥିବା ବେଳେ ସେ କାହିଁକି ୧୦୩ ଓ ୧୦୮ ନମ୍ବର ରୁମ୍ରେ ରହୁଥିଲେ ?
କେଉଁ ମନ୍ତ୍ରୀ, ନେତା କିମ୍ବା ବିଧାୟକଙ୍କ ସୁପାରିଶକ୍ରମେ ଉପଜିଲ୍ଲାପାଳ ବୁକିଂକୁ ଆପ୍ରୁଭ୍ କରିଥିଲେ ?
ଏତେ ସବୁ ଘଟଣା ଘଟି ଯାଇଥିଲେ ମଧ୍ୟ ଉପଜିଲ୍ଲାପାଳଙ୍କୁ ନିଲମ୍ବନ କରାଗଲାନାହିଁ କାହିଁକି?
ସର୍କିଟ୍ ହାଉସରେ ଅପରାଧିକ ତତ୍ତ୍ୱମାନେ ଏତେଦିନ ଧରି ରହି ଆସୁଥିଲେ ସୁଦ୍ଧା ଗୁଇନ୍ଦା ବିଭାଗ ପାଖରେ କୌଣସି ତଥ୍ୟ ନ ଥିଲା କେମିତି ?
ଏତେସବୁ ପ୍ରଶ୍ନର ସମାହାର ଦର୍ଶାଉଛି ସରକାର ସବୁ ଜାଣିଛନ୍ତି ଓ କେଉଁ ବଡ଼ ନେତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

