IBPS Clerk Recruitment: ଆଇବିପିଏସ: କ୍ଲର୍କ ପଦବି ପାଇଁ ବୃଦ୍ଧି ପାଇଲା ଆବେଦନ ପ୍ରକ୍ରିୟା
"ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସନଲ୍ ସିଲେକ୍ସନ୍ (ଆଇବିପିଏସ) ୧୧,୪୦୩ କ୍ଲର୍କ ପଦବି ପାଇଁ ଆବେଦନର ଶେଷ ତାରିଖ ବୃଦ୍ଧି କରିଛି।
ଯେଉଁ ପ୍ରାର୍ଥୀମାନେ ଆଇବିପିଏସ କ୍ଲର୍କ ପଦବି ପାଇଁ ଆବେଦନ କରିବାକୁ ଚାହାଁନ୍ତି କିନ୍ତୁ କୌଣସି କାରଣରୁ ଆବେଦନ କରିପାରି ନଥିଲେ, ସେମାନେ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ସମସ୍ତ ପ୍ରାର୍ଥୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ସମାପ୍ତ କରିବାକୁ ପରାମର୍ଶ ଦିଆଯାଇଛି।Advertisment ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୧୧,୪୦୩ ପଦବି ପୂରଣ କରାଯିବ।
ଖାଲି ପଦବିଗୁଡ଼ିକ ନିମ୍ନଲିଖିତ ଭାବରେ ବଣ୍ଟନ କରାଯାଇଛି।
ସାଧାରଣ ବର୍ଗଙ୍କ ପାଇଁ ୪,୭୪୦ ପଦବି, ଓବିସି ପାଇଁ ୨,୮୧୫ ପଦବି, ଇଡବ୍ଲୁଏସ ପାଇଁ ୯୯୬ ପଦବି, ଏସସି ପାଇଁ ୧,୯୧୦ ପଦବି ଏବଂ ଏସଟି ପାଇଁ ୯୪୨ ପଦବି ଅନ୍ତର୍ଭୁକ୍ତ ରହିଛି।
ଯୋଗ୍ୟତା ମାନଦଣ୍ଡ ନିର୍ଦ୍ଦିଷ୍ଟ ବୟସ ସୀମା ସର୍ବନିମ୍ନ ୨୦ ବର୍ଷ ଏବଂ ସର୍ବାଧିକ ୨୮ ବର୍ଷ ଧାର୍ଯ୍ୟ କରାଯାଇଛି।
ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ଛାଡ଼ ପ୍ରଦାନ କରାଯିବ।
ଏସସି ଏବଂ ଏସଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ଏବଂ ପିଡବ୍ଲୁଡି ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷ ରହିଛି।
ଆବେଦନ କରିବାକୁ ହେଲେ, ପ୍ରାର୍ଥୀମାନେ ଭାରତର ଏକ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ସ୍ନାତକ ଡିଗ୍ରି କରିଥିବା ଆବଶ୍ୟକ।ବିଭିନ୍ନ ବର୍ଗର ପ୍ରାର୍ଥୀମାନଙ୍କୁ ପଞ୍ଜିକରଣ ଫି ଦେବାକୁ ପଡିବ।
ଏସସି, ଏସଟି, ଏବଂ ପିଡବ୍ଲୁଡି ପ୍ରାର୍ଥୀଙ୍କ ପାଇଁ ଫି ୧୭୫ ଟଙ୍କା ଏବଂ ଅନ୍ୟାନ୍ୟ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ୮୫୦ଟଙ୍କର ଧାର୍ଯ୍ୟ କରାଯାଇଛି।
ଜମ୍ମୁ କଶ୍ମୀର ପାଇଁ ତୃତୀୟ ବନ୍ଦେ ଭାରତ ଟ୍ରେନ୍ ଘୋଷଣା; ଲୋକେ ପଚାରିଲେ ଏହି ପ୍ରଶ୍ନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

