Bangladesh vs Australia: ଡରୱିନ୍ ଟେଷ୍ଟ୍: ବାଂଲାଦେଶର ଐତିହାସିକ ବିଜୟ; ଅଷ୍ଟ୍ରେଲିଆକୁ ୯ ୱିକେଟ୍ରେ ହରାଇଲା
"ଡରୱିନ୍: ଅଷ୍ଟ୍ରେଲିଆ ଗସ୍ତରେ ଥିବା ବାଂଲାଦେଶ କ୍ରିକେଟ୍ ଦଳ ଐତିହାସିକ ଟେଷ୍ଟ୍ ବିଜୟ ପାଇଛି।
ଏଠାରେ ଚାଲିଥିବା ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ୯ ୱିକେଟ୍ରେ ବାଂଲାଦେଶ ଜିତି ବିଶ୍ବ କ୍ରିକେଟ୍ରେ ହଇଚଇ ସୃଷ୍ଟି କରିଛି।
ରବିବାର ୫୭ ରନ୍ର ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ବାଂଲାଦେଶ ମାତ୍ର ଗୋଟିଏ ୱିକେଟ୍ ହରାଇ ସହଜରେ ହାସଲ କରି ନେବା ସହ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ୍ ବିଜୟ ବାନା ଉଡ଼ାଇଛି।
ସାଦମାନ ଇସ୍ଲାମ (୨୫*) ଓ ମୋମିନୁଲ ହକ୍ (୩୦*) ଅପରାଜିତ ରହି ଏହି ବିଜୟରେ ମୁଣ୍ଡି ମାରିଥିଲେ।
୨୩ ବର୍ଷ ପରେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ବାଂଲାଦେଶ ତୃତୀୟ ପ୍ରୟାସରେ ଏହି ସଫଳତା ପାଇଛି।
୯ ବର୍ଷ ତଳେ ବାଂଲାଦେଶ ନିଜ ଘରୋଇ ମାଟିରେ ବିଶ୍ବର ୧ ନମ୍ବର ଦଳ ଅଷ୍ଟ୍ରେଲିଆ ହରାଇଥିଲେ ମଧ୍ୟ ଏହି ବିଜୟ ଦଳକୁ ବେଶୀ ଅନନ୍ଦିତ କରିଛି।
ଖାଲି ଏତିକି ନୁହେଁ ଅଷ୍ଟ୍ରେଲିଆରେ ସମସ୍ତ ଫର୍ମାଟ୍ର ଦ୍ବିପାକ୍ଷିକ ଶୃଙ୍ଖାଳାରେ ବାଂଲାଦେଶର ଏହା ମଧ୍ୟ ପ୍ରଥମ ବିଜୟ ଥିଲା।Advertisment ହାସନ ମହମୁଦ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ରବିବାର ୧୬୧/୪ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ୧୨୩ ରନ୍ ଯୋଡ଼ି ଅବଶିଷ୍ଟ ୬ ୱିକେଟ୍ ହରାଇ ୨୮୪ ରନ୍ କରିଥିଲ।
ଗତ କାଲିର ଅପରାଜିତ ବ୍ୟାଟର୍ ଆଲେକ୍ସ କ୍ୟାରି (୩୦)ଙ୍କୁ ଅଷ୍ଟ୍ରେଲିଆ ହରାଇବା ପରେ କମେରନ ଗ୍ରିନ୍ (୧୦୪ ରନ୍) ଲଢ଼ି ପାଳି ପରାଜୟ ଏଡ଼ାଇଥିଲେ।
ବାଂଲାଦେଶ ପକ୍ଷରୁ ମେହେଦି ହାସନ ମିରାଜ ୫ ଏବଂ ହାସନ ମହମୁଦ ୩ ୱିକେଟ୍ ନେଇଥିଲେ।
ପୂର୍ବରୁ ଅଷ୍ଟ୍ରେଲିଆକୁ ୧୯୮ ରନ୍ରେ ଅଟକାଇବା ପରେ ବାଂଲାଦେଶ ପ୍ରଥମ ପାଳିରେ ୪୨୬ ରନ୍ କରିଥିଲା।
ଦୁଇଟି ପାଳିରେ ମୋଟ ୮ ୱିକେଟ୍ ନେଇଥିବା ହାସନ ମହମୁଦ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
Chess: ୧୭ ବର୍ଷରୁ କମ୍ ରାଜ୍ୟ ଓପନ୍ ଓ ବାଳିକା ଚେସ୍ ୨୦ରୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
