Russia Ukraine War: ୟୁକ୍ରେନରେ ରୁଷର ମିସାଇଲ ମାଡ଼, ଜଣଙ୍କ ମୃତ୍ୟୁ: ମସ୍କୋ ଉପରକୁ ୬୦୦ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ
"କିଭ୍: ଆକାଶମାର୍ଗରୁ କ୍ରମାଗତ ବୋମାବର୍ଷଣକୁ ନେଇ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଅଧିକ ଭୟାନକ ରୂପ ନେଇଛି।
ରବିବାର ରୁଷ ପକ୍ଷରୁ କରାଯାଇଥିବା ବାଲିଷ୍ଟିକ୍ ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣରେ ୟୁକ୍ରେନରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅତିକମରେ ୭ ଜଣ ଆହତ ହୋଇଛନ୍ତି।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଗୃହ ସହର କିଭ୍ ର ଦୁଇଟି ଶିଳ୍ପାଞ୍ଚଳକୁ ଲକ୍ଷ୍ୟ କରି ରୁଷ ସେନା ପ୍ରବଳ ବୋମାବର୍ଷଣ କରିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ୬ ଜଣ ଆହତ ହୋଇଛନ୍ତି।
ସେହିପରି ରାଜଧାନୀ କିଭ୍ ରେ ମିସାଇଲ୍ ମାଡ଼ ଯୋଗୁଁ ବିଭିନ୍ନ ସ୍ଥାନରେ ନିଆଁ ଲାଗିଯିବା ସହ ଜଣେ ବ୍ୟକ୍ତି ଆହତ ହୋଇଥିବା ମେୟର ଭିତାଲି କ୍ଲିଚ୍କୋ ସୂଚନା ଦେଇଛନ୍ତି।Advertisment ପ୍ରତିଶୋଧମୂଳକ ଆକ୍ରମଣ କରିଛି ୟୁକ୍ରେନ ଅନ୍ୟପଟେ ୟୁକ୍ରେନ ସେନା ମଧ୍ୟ ରୁଷ ଭିତରକୁ ପଶି ଏକ ବଡ଼ଧରଣର ପ୍ରତିଶୋଧମୂଳକ ଆକ୍ରମଣ କରିଛି।
ରୁଷର ରାଜଧାନୀ ମସ୍କୋ ଓ ଏହାର ଆଖପାଖ ଅଞ୍ଚଳକୁ ଲକ୍ଷ୍ୟ କରି ୟୁକ୍ରେନ ରାତିସାରା ପାଖାପାଖି ୬୦୦ ଡ୍ରୋନ୍ ମାଡ଼ କରିଥିବା ମସ୍କୋ ମେୟର ସର୍ଗେଇ ସୋବ୍ୟାନିନ୍ ପ୍ରକାଶ କରିଛନ୍ତି।
ଏଥିମଧ୍ୟରୁ ୨୦୧ଟି ଡ୍ରୋନକୁ ରୁଷୀୟ ଏୟାର ଡିଫେନ୍ସ ସିଷ୍ଟମ୍ ଖସାଇ ଦେଇଥିବା ବେଳେ ଏହି ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି।
ଏହାବ୍ୟତୀତ ରୋଷ୍ଟୋଭ୍ ସୀମାନ୍ତ ଅଞ୍ଚଳରେ ୟୁକ୍ରେନର ୧୫୦ରୁ ଅଧିକ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆବାସିକ ଓ ଶିଳ୍ପ କୋଠାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।
ଉଭୟ ଦେଶ ବର୍ତ୍ତମାନ ଯୁଦ୍ଧକ୍ଷେତ୍ର ବାହାରେ ପରସ୍ପରର ସାମରିକ ଓ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ବ୍ୟାପକ ଡ୍ରୋନ୍ ବ୍ୟବହାର କରୁଛନ୍ତି।
Cyclone Lala: ହାୱାଇରେ ୧୫୫ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ବିପର୍ଯ୍ୟୟ: ବିଗ୍ ଆଇଲ୍ୟାଣ୍ଡ ମୁହାଁ "ଘୂର୍ଣ୍ଣିବାତ୍ୟା ଲାଲା" "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
