Baitarani Flood Review ବୈତରଣୀ କୂଳ ଲଂଘୁଛି, ମନ୍ତ୍ରୀ କହିଲେ, ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି

Jul 06, 2026 - 21:45
Baitarani Flood Review  ବୈତରଣୀ କୂଳ ଲଂଘୁଛି, ମନ୍ତ୍ରୀ କହିଲେ, ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି

"ଭୁବନେଶ୍ୱର: ଲଗାଣ ବର୍ଷାରୁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି।

ଫଳରେ ନଦୀ ଅବବାହିକାରେ ବନ୍ୟାସ୍ଥିତି ହେବା ଆଶଙ୍କା ସୃଷ୍ଟି ହୋଇଛି।

ତେବେ ଆଜି ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିବା ପରେ କହିଛନ୍ତି, ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ରହିଛି।

କୌଣସି ପ୍ରକାାର ବିପଦ ନିମନ୍ତେ ସରକାର ପ୍ରସ୍ତୁତ ଅଛନ୍ତି।

Advertisment ଆଜି (ସୋମବାର) ରାଜୀବ ଭବନଠାରେ ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି।

ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ, ବର୍ତ୍ତମାନ ମହାନଦୀ, ଦେବୀ, ଜଳକା, କୁଶଭଦ୍ରା, ଋଷିକୁଲ୍ୟା, ଇବ୍ ଆଦି ନଦୀର ଜଳସ୍ତର ବିପଦ ସ୍ତରଠୁଁ କମ୍ ଅଛି।

ବୈଠକରେ ବୈତରଣୀ ନଦୀର ବର୍ତ୍ତମାନ ଜଳସ୍ତର, ଆଶଙ୍କା କରାଯାଉଥିବା ବନ୍ୟା ପରିସ୍ଥିତି, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଓ ଜନସଂଖ୍ୟା, ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ ପରିଚାଳନା, ରିଲିଫ ସାମଗ୍ରୀର ମହଜୁଦ ଏବଂ ଉଦ୍ଧାରକାରୀ ଦଳର ନିୟୋଜନ ସମ୍ପର୍କରେ ସବିଶେଷ ସମୀକ୍ଷା କରାଯାଇଥିଲା l  ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ଅଛି l କୌଣସି ପ୍ରକାର ବିପଦ ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି l କୌଣସି ଜଣେ ଲୋକକୁ ମଧ୍ଯ ସ୍ଥାନାନ୍ତରଣ କିମ୍ବା ସହାୟତା ଆବଶ୍ୟକ ଥିଲେ ତାହାକୁ ଗୁରୁତ୍ଵର ସହିତ ଦୃଷ୍ଟିରେ ରଖି ସହଯୋଗ ଯୋଗାଇ ଦେବାକୁ ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦିଆଯାଇଛି l ଆନନ୍ଦପୁର ଏବଂ ଓକୁଆପଡାଠାରେ ବୈତରଣୀ ନଦୀରେ ଜଳସ୍ତର ଅପେକ୍ଷାକୃତ ବୃଦ୍ଧି ଘଟିଥିଲେ ମଧ୍ଯ ବିପଦ ସ୍ତରଠୁଁ ଖୁବ୍ କମ୍ ଅଛି l ବିଭିନ୍ନ ନଦୀର ଜଳପତ୍ତନ ସ୍ତର ଉପରେ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି l ତେବେ ଏପର୍ଯ୍ୟନ୍ତ ଲଗାଣ ବର୍ଷାରେ ବିଶେଷ ଭାବେ କୌଣସି ବ୍ୟକ୍ତି କିମ୍ବା ଘର କ୍ଷତିଗ୍ରସ୍ତ ହୋଇ ନାହାଁନ୍ତି l ବିଭିନ୍ନ ବିଭାଗ ସହିତ ଜିଲ୍ଲା ପ୍ରଶାସନ ସହିତ ସମନ୍ଵୟ ରକ୍ଷା ସହ କୌଣସି ବି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛନ୍ତି।

ତେବେ, କିଛି ଅଞ୍ଚଳରେ ଚାଷଜମି କ୍ଷତିଗ୍ରସ୍ତ ହେବାର ସୂଚନା ମିଳିଛି l ଏହି ପରିପ୍ରେକ୍ଷୀରେ ଲଗାଣ ବର୍ଷା ଯୋଗୁ ଚାଷଜମି କ୍ଷତିଗ୍ରସ୍ତ ହେଲେ ଜିଲ୍ଲାପ୍ରଶାସନକୁ ତାହାର ସର୍ଭେ ଏବଂ କ୍ଷତି ଆକଳନ କରି ବିପର୍ଯ୍ୟୟ ପରିଚାଳନା ବିଭାଗକୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଏଥିସହିତ କ୍ଷୟକ୍ଷତିର ଚବିଶ ଘଣ୍ଟା ପୂରଣ ହେବା ପୂର୍ବରୁ ହିଁ କ୍ଷତିପୂରଣ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀପୂଜାରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଜଳସ୍ତର ହ୍ରାସ ପରେ ସମ୍ଭାବ୍ୟ ସାପ କାମୁଡ଼ା ଜନିତ ବିପଦ ହ୍ରାସ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଡାକ୍ତରଖାନାରେ ଆଣ୍ଟିଭେନମ୍ ପ୍ରସ୍ତୁତ ରଖିବା ପାଇଁ ବୈଠକରେ ଆଲୋଚନା କରାଯାଇଛି l ଏଥିସହିତ ରଥଯାତ୍ରା ପରେ ତିରିଶଟି ଜିଲ୍ଲା ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼ାକି ଆଗାମୀ ଦିନରେ ଲଗାଣ ବର୍ଷାଜନିତ ସମ୍ଭାବ୍ୟ ସମସ୍ତ ପ୍ରକାର ବିପଦର ପରିଚାଳନା ନିମନ୍ତେ ବିସ୍ତ୍ରୁତ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି l  ସେହିପରି ସ୍ଵତନ୍ତ୍ର ସହାୟତା ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ୍ କହିଛନ୍ତି ଯେ, ପଲିଥିନ ଏବଂ ଅନ୍ୟାନ୍ୟ ସମସ୍ତ ରିଲିଫ୍ ସମାଗ୍ରୀ ମହଜୁଦ ଥିବା ସହିତ ଓଡ୍ରାଫ୍ ଟିମ୍ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛନ୍ତି l ଜନସାଧାରଣଙ୍କୁ ପ୍ରଭାବିତ ଅଞ୍ଚଳରେ ନିୟମିତ ପୂର୍ବ ସତର୍କ ସୂଚନା ପ୍ରଦାନ କରାଯାଉଛି l ଏହି ବୈଠକରେ ଅତିରିକ୍ତ ସ୍ଵତନ୍ତ୍ର ସହାୟତା ଆୟୁକ୍ତ ପଦ୍ମନାଭ ବେହେରା ଏବଂ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲାବେଳେ ଯାଜପୁର ଓ ଭଦ୍ରକ ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।