Python Rescued ଫାର୍ମରେ ପଶି କୁକୁଡ଼ା ଖାଉଥିଲା ଅଜଗର, ଧରାପଡ଼ିଲା

Jul 06, 2026 - 19:48
Python Rescued  ଫାର୍ମରେ ପଶି କୁକୁଡ଼ା ଖାଉଥିଲା ଅଜଗର, ଧରାପଡ଼ିଲା

"ନୂଆପଡ଼ା:  ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ବିଶିବାହାଲ ଗାଁରୁ ଏକ ୧୦ ଫୁଟର ଅଜଗର ଉଦ୍ଧାର କରା ଯାଇଛି l Advertisment ସୂଚନାନୁସାରେ, ଆଜି ପୂର୍ବାହ୍‌ଣରେ ବିଶିବାହାଲ ଗାଁର ଧନୁର୍ଯ୍ୟ ପ୍ରଧାନଙ୍କ କୁକୁଡ଼ା ଫାର୍ମରେ ଏକ ବିରାଟ ଅଜଗର ପଶି ଯାଇ ଥିଲା।

ଫାର୍ମର ୧୦ ଗୋଟି କୁକୁଡ଼ାକୁ ମଧ୍ୟ ଖାଇ ଦେଇ ଥିଲା l ପରେ କୁକୁଡ଼ା ଫାର୍ମ ମାଲିକ ସ୍ଥାନୀୟ ସାପ ଧରାଳି ସୁରେଶ କୁମାର ମଲ୍ଲିକ, କମଲ ପାଣ୍ଡେ ଓ ତୋଫାନ ମଲ୍ଲିକଙ୍କୁ ଯୋଗାଯୋଗ କରିଥିଲେ l  ତିନିହେଁ  ପହଞ୍ଚି ଅଜଗରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ l ଉଦ୍ଧାର ହୋଇଥିବା ଅଜଗରକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦିଆଯାଇଛି ବୋଲି ସ୍ଥାନୀୟ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।