Axis Bank:ଆକ୍ସିସ୍‌ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ ସିଏଫ୍‌ଓଙ୍କ ଇସ୍ତଫା

Jun 29, 2026 - 21:02
Axis Bank:ଆକ୍ସିସ୍‌ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ ସିଏଫ୍‌ଓଙ୍କ ଇସ୍ତଫା

"ନୂଆଦିଲ୍ଲୀ: ଦୁଇଟି ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ଓ ବନ୍ଧନ ବ୍ୟାଙ୍କର ମୁଖ୍ୟ ବିତ୍ତ ଅଧିକାରୀ (ସିଏଫ୍‌ଓ) ଇସ୍ତଫା ଦେଇଛନ୍ତି।

ଆସନ୍ତା ଅଗଷ୍ଟ ୩୧ରେ ନିଜ କାର୍ଯ୍ୟକାଳ ଶେଷ କରିବା ସମ୍ପର୍କରେ ଆକ୍ସିସ ବ୍ୟାଙ୍କର ସିଏଫ୍‌ଓ ପୁନିତ ଶର୍ମା ଆଗୁଆ ସୂଚନା ଦେଇଛନ୍ତି।

୨୦୨୦ ମାର୍ଚ୍ଚରେ ସେ ବ୍ୟାଙ୍କର ସିଏଫ୍‌ଓ ହୋଇଥିଲେ।

ଆକ୍ସିସ୍‌ ବ୍ୟାଙ୍କରେ ଯୋଗଦେବା ପୂର୍ବରୁ ସେ ୧୨ ବର୍ଷ ଟାଟା କ୍ୟାପିଟାଲ୍‌ରେ କାମ କରିଥିଲେ।Advertisment ଆହୁରି ପଢନ୍ତୁ :Germany: ଜର୍ମାନୀ ଯୁବ କଲ୍ୟାଣ କେନ୍ଦ୍ରରେ ଗୁଳିକାଣ୍ଡ; ୫ ମୃତ  ଅନ୍ୟ ପକ୍ଷରେ ବନ୍ଧନ ବ୍ୟାଙ୍କର ସିଏଫ୍‌ଓ ରାଜୀବ ମନ୍ତ୍ରୀ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସେ ଆସନ୍ତା ସେପ୍ଟେମ୍ବରରେ ପଦରୁ ହଟିବେ।

୨୦୨୪ ଫେବ୍ରୁଆରିରେ ସେ ବନ୍ଧନ ବ୍ୟାଙ୍କରେ ଯୋଗଦେଇଥିଲେ।

ତା ପୂର୍ବରୁ ସେ ସିଟି, ଟ୍ରାନ୍ସୟୁନିୟନ ସିବିଲ୍‌ ଓ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କରେ କାମ କରିଥିଲେ।"