All Odisha Notary Association ଅଲ୍‌ ଓଡ଼ିଶା ନୋଟାରୀ ମହାସଂଘର ସାଧାରଣ ନିର୍ବାଚନ, ଶକ୍ତି ମିଶ୍ର ସଭାପତି

Jun 29, 2026 - 21:02
All Odisha Notary Association ଅଲ୍‌ ଓଡ଼ିଶା ନୋଟାରୀ ମହାସଂଘର ସାଧାରଣ ନିର୍ବାଚନ, ଶକ୍ତି ମିଶ୍ର ସଭାପତି

"ଭୁବନେଶ୍ବର: ଅଲ୍‌ ଓଡ଼ିଶା ନୋଟାରୀ ମହାସଂଘର ସାଧାରଣ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାର ବରିଷ୍ଠ ଆଇନଜୀବୀ ଶକ୍ତିଶଙ୍କର ମିଶ୍ର ସଭାପତି ଭାବେ ନିର୍ବାଚନ ହୋଇଛନ୍ତି।

Advertisment କଟକ ସିଡିଏ ସ୍ଥିତ "ଦି କଟକ ଟ୍ୟାକ୍ସ ବାର୍‌ ଆସୋସିଏସନ୍‌" ହଲ୍‌ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ସଭାପତି ଭାବେ ଶ୍ରୀ ମିଶ୍ର, କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ଭୂୟାଁ, ସାଧାରଣ ସମ୍ପାଦକ ନଟବର ପଣ୍ଡା, ସମ୍ପାଦକ (ପ୍ରଶାସନ) ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଉପସଭାପତି ଭାବେ ପ୍ରଶାନ୍ତ କୁମାର ମହାନ୍ତି, ଦୀପନ କୁମାର ମହାନ୍ତି, ଦିଲୀପ କୁମାର ମହାପାତ୍ର, ଅନନ୍ତ ଚରଣ କର, କୈଳାସ ଚନ୍ଦ୍ର ଅଗ୍ରୱାଲ ଓ ରବିନାରାୟଣ ପରିଡ଼ା, ସମ୍ପାଦକ ଭାବେ ରାଧାରମଣ ଦାସ, ପ୍ରଦୀପ୍ତ ମହାପାତ୍ର, ମନୋଜ ସାହୁ, ଯୁଗ୍ମସମ୍ପାଦକ ଭାବେ ପ୍ରିୟରଞ୍ଜନ ବଡ଼ପଣ୍ଡା, ଦିଲେଶ୍ବର ମହାନ୍ତ, ସସ୍ମିତା ସ୍ବାଇଁ, ପ୍ରକାଶ ଚନ୍ଦ୍ର ଦାସ, ପ୍ରମୋଦ କୁମାର ସାହୁ, ଓ ଅରୁଣ କୁମାର ମଲ୍ଲିକ, ସହ ସମ୍ପାଦକ ସନ୍ତୋଷ କୁମାର ପୁରୋହିତ, ଦୀପକ କୁମାର ପୁରୋହିତ, ଦୟାନିଧି ଦାଶ, ପ୍ରଦୀପ କୁମାର ଦୋରା ଓ ରୋହିତ କୁମାର ବେହେରା, କୋଷାଧ୍ୟକ୍ଷ ଭାବେ ଅମ୍ବିକା ପ୍ରସାଦ ସାମଲ ମୋନନୀତ ହୋଇଛନ୍ତି।

ଏହା ସହ ୯ଜଣ ସଦସ୍ୟଙ୍କୁ କାର୍ଯ୍ୟକାରୀ ସଭ୍ୟ ଭାବେ ନିର୍ବାଚିତ କରାଯାଇଛି।

ଆଜିର ନିର୍ବାଚନ କାର୍ଯ୍ୟକ୍ରମକୁ ନିର୍ବାଚନ ଅଧିକାରୀ ଭାବେ ଟଙ୍କଧର ମିଶ୍ର ପରିଚାଳନା କରିଥିଲେ।

ମହେନ୍ଦ୍ର କୁମାର ବସ୍ତିଆ, ନଟବର ମହାନ୍ତି, ନଳିନୀକାନ୍ତ ମିଶ୍ର ସହଯୋଗ କରିଥିଲେ।

"