Ketan Agarwal:ବିବାହ ସପିଂ ନାଁରେ ସିଆ ଗୋୟଲ କେତନଙ୍କଠାରୁ ୧ କୋଟି ଟଙ୍କା ନେଇ ପ୍ରେମିକକୁ ଦେଇଥିଲେ
"ପୁଣେ:ମହାରାଷ୍ଟ୍ରର ପୁଣେ ନିକଟସ୍ଥ ଲୋହଗଡ଼ ଦୁର୍ଗ ଅଞ୍ଚଳରେ ଘଟିଥିବା କେତନ ଅଗ୍ରୱାଲ ହତ୍ୟା ମାମଲାରେ ଏବେ ଚମକପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।
ପୁଲିସ ତଦନ୍ତ ଅନୁସାରେ, ମୃତକ କେତନ ଅଗ୍ରୱାଲ ଓ ଅଭିଯୁକ୍ତ ସିୟା ଗୋୟଲ ମଧ୍ୟରେ ବିବାହ ଠିକ୍ ହୋଇଥିଲା ଓ ନିର୍ବନ୍ଧ ହୋଇଥିଲା।
କିନ୍ତୁ ଏହି ସମ୍ପର୍କର ପଶ୍ଚାତ୍ପଟରେ ଥିଲା ଧୋକା, ଅର୍ଥ ନେଣଦେଣ ଓ ଗୁପ୍ତ ପ୍ରେମ ସମ୍ପର୍କର ଜଟିଳ ଜାଲ।Advertisment ଆହୁରି ପଢନ୍ତୁ :Germany: ଜର୍ମାନୀ ଯୁବ କଲ୍ୟାଣ କେନ୍ଦ୍ରରେ ଗୁଳିକାଣ୍ଡ; ୫ ମୃତ ତଦନ୍ତକାରୀ ସୂତ୍ର ଅନୁଯାୟୀ, ସିୟା ଗୋୟଲ ବିବାହ ପ୍ରସ୍ତୁତି ଓ ସପିଂ ନାମରେ ବର କେତନ ଅଗ୍ରୱାଲଙ୍କଠାରୁ ପ୍ରାୟ ୧ କୋଟି ଟଙ୍କା ନେଇଥିଲେ।
ଏହି ଟଙ୍କା ପରେ ସେ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କୁ ଦେଇଥିବା ଅଭିଯୋଗ ହୋଇଛି।
ଚେତନ ଚୌଧୁରୀ ନିଜ କ୍ୟାରିଅର ଓ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଏହି ଅର୍ଥ ବ୍ୟବହାର କରୁଥିବା ପୁଲିସ ଅନୁମାନ କରୁଛି।
ପୁଲିସ କହିଛି ଯେ, ଏହି ଘଟଣା କେବଳ ପ୍ରେମ ତ୍ରିଭୁଜ ନୁହେଁ, ବରଂ ଅର୍ଥ ଦିଆନିଆ ଓ ବିଶ୍ୱାସଭଙ୍ଗର ଏକ ଜଟିଳ ଆପରାଧିକ ଷଡ଼୍ଯନ୍ତ୍ର ମଧ୍ୟ ଥିଲା।
ସିୟା ଗୋୟଲ ଓ ଚେତନ ଚୌଧୁରୀ ମିଶି କେତନଙ୍କୁ ଫସାଇ ତାଙ୍କଠାରୁ ବିପୁଳ ପରିମାଣର ଟଙ୍କା ନେବା ପରେ ତାଙ୍କୁ ବାଟରୁ ହଟାଇବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି।"