Attempted Murder Case ପ୍ରାଣାନ୍ତକ ଆକ୍ରମଣ ମାମଲା, ଦୋଷୀକୁ ୩ ବର୍ଷ ସଶ୍ରମ କାରାଦଣ୍ଡ
ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ୨୦୨୦ରେ ଲେଫ୍ରିପଡ଼ା ଥାନା ଖୁଟଲାପାଲି ଗାଁରେ ଘଟିଥିବା ଏକ ପ୍ରାଣାନ୍ତକ ଆକ୍ରମଣ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ଅତିରିକ୍ତ ଦୌରା ଜଜ୍ ଚିନ୍ମୟ ଗଚ୍ଛାୟତ ଅଭିଯୁକ୍ତ ରାହୁଲ ମହାନନ୍ଦିଆ (୨୪)କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।
ଜରିମାନା ଅନାଦାୟେ କାରାଦଣ୍ଡ ୩ ମାସ ବୃଦ୍ଧି ହେବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।
ଆଦାୟ ଜରିମାନାକୁ ପୀଡ଼ିତଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି।
Advertisment Woman Attack Case: ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ଦୋଷୀଙ୍କୁ ୩ ବର୍ଷ କାରାଦଣ୍ଡ ମାମଲା ଅନୁସାରେ, ୨ ଜାନୁଆରି ୨୦୨୦ ସନ୍ଧ୍ୟାରେ ଲେଫ୍ରିପଡ଼ା ଥାନା ଖୁଟଲାପାଲି ଗାଁ ରାସ୍ତାରେ ସମୀର ମହାନନ୍ଦିଆ ନାମକ ଜଣେ ଯୁବକ ଛିଡ଼ା ହୋଇଥିବା ବେଳେ ଗାଁର ରାହୁଲ ମହାନନ୍ଦିଆ ଟାଙ୍ଗିଆ ଓ ଠେଙ୍ଗାରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।
ଆକ୍ରମଣରେ ରକ୍ତାକ୍ତ ସମୀରର ଚିତ୍କାର ଶୁଣି ତାଙ୍କ ବାପା ଡମ୍ବରୁ ମହାନ୍ଦିଆ ଓ ଗାଁର କିଛି ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ।
ଲୋକଙ୍କୁ ଦେଖି ରାହୁଲ ଦୌଡ଼ି ଚାଲି ଯାଇଥିଲା।
ସମୀରଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏ ନେଇ ୬ ତାରିଖରେ ଏତଲା ଦେବା ପରେ ପୁଲିସ ତଦନ୍ତ କରି ରାହୁଲ ମହାନନ୍ଦିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ପୁଲିସ ରିପୋର୍ଟ, ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଦଣ୍ଡାଦେଶ ଶୁଣାଇଥିଲେ।
ମାମଲାକୁ ସରକାରୀ ଓକିଲ ରାଜେନ୍ଦ୍ର ବେକ ପରିଚାଳନା କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
