Attack: ମଣିପୁରରେ ବିଜେପି ବିଧାୟକଙ୍କ ବାସଭବନ ପରିସରରେ ଗ୍ରେନେଡ୍‌ ବି‌ସ୍ଫୋରଣ

Aug 28, 2026 - 21:51
Attack: ମଣିପୁରରେ ବିଜେପି ବିଧାୟକଙ୍କ ବାସଭବନ ପରିସରରେ ଗ୍ରେନେଡ୍‌ ବି‌ସ୍ଫୋରଣ

"ଇମ୍ଫାଲ: ମଣିପୁରରେ ପୁଣି ହିଂସା ଉପୁଜିଛି।

ଗତକାଲି ୪ ଜଣ ନାଗା ଆଦିବାସୀଙ୍କୁ ମଣିପୁରରେ ଗୁଳି କରି ହତ୍ୟା କରାଯିବା ପରେ ଆଜି ପୁଣି ଜଣେ ବିଜେପି ବିଧାୟକ ତଥା ମଣିପୁର ସରକାରଙ୍କ ମୁଖପାତ୍ର ସପମ ରଞ୍ଜନ ସିଂହଙ୍କ ଇମ୍ଫାଲସ୍ଥିତ ବାସଭବନ ପରିସରରେ ଗ୍ରେନେଡ୍‌ ବିସ୍ଫୋରଣ ହୋଇଛି।

ଶୁକ୍ରବାର ଭୋର୍‌ ସମୟରେ ବିଧାୟକଙ୍କ ଘର ପଛପଟେ ଏହି ବିସ୍ଫୋରଣ ହୋଇଛି ବୋଲି ପୁଲିସ କହିଛି।

ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।Advertisment ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ଆକ୍ରମଣକାରୀଙ୍କୁ ଧରିବାପାଇଁ ତଦନ୍ତ ଚାଲିଛି।

ବିଧାୟକ ସିଂହ କହିଛନ୍ତି, ଗତକାଲି ରାତି ପ୍ରାୟ ୧ଟା ୩୦ ସମୟରେ ତାଙ୍କ ଘର ପଛପଟେ ବିସ୍ଫୋରଣ ହୋଇଥିଲା।

କିନ୍ତୁ ଭଗବାନଙ୍କ ଆର୍ଶୀବାଦରୁ ସେ ବଞ୍ଚି ଯାଇଛନ୍ତି।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହ ବିଜେପି ବିଧାୟକଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି ଏବଂ ବ୍ୟକ୍ତିଗତ ଭାବେ ବିସ୍ଫୋରଣ ସ୍ଥଳ ସ୍ଥିତି ଯାଞ୍ଚ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଖେମଚାନ୍ଦ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ଜଣେ ଜନପ୍ରତିନିଧିଙ୍କ ବାସଭବନ ଉପରେ ଆକ୍ରମଣକୁ ମୁଁ କଡ଼ା ନିନ୍ଦା କରୁଛି।

ଏଭଳି ହିଂସା ହେଉଛି ଆମ ଗଣତନ୍ତ୍ର ଉପରେ ଆକ୍ରମଣ।

Business man shot dead: ପାକିସ୍ତାନର ବେଲୁଚିସ୍ତାନରେ ଯୁବ ହିନ୍ଦୁ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଦୋଷୀଙ୍କୁ ଖୁବ୍‌ଶୀଘ୍ର ଦଣ୍ଡ ମିଳିବ ବୋଲି ଖେମଚାନ୍ଦ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସପମ ରଞ୍ଜନ ସିଂହ ଗତକାଲି ନୂଆଦିଲ୍ଲୀରୁ ଇମ୍ଫାଲକୁ ଫେରିବାପରେ ଏହି ଘଟଣା ଘଟିଛି।

ସପମ ରଞ୍ଜନ ମଣିପୁରରେ ବର୍ତ୍ତମାନର ସ୍ଥିତି ସଂକ୍ରାନ୍ତରେ କେନ୍ଦ୍ରୀୟ ନେତାମାନଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା କରିଥିଲେ।

ତଦନ୍ତକାରୀ ଦଳ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)