Road Accident ଗାଡ଼ି ଧକ୍କାରେ ଭାଇ ମୃତ, ଭଉଣୀ ଗୁରୁତର

Aug 28, 2026 - 21:35
Road Accident ଗାଡ଼ି ଧକ୍କାରେ ଭାଇ ମୃତ, ଭଉଣୀ ଗୁରୁତର

"ଲଇକେରା: ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ରାକ୍ଷୀ ବାନ୍ଧିବାକୁ ଆସିଥିବା ଭଉଣୀକୁ ଶାଶୁଘରେ ଛାଡ଼ିବାକୁ ଯିବା ବେଳେ ସଡ଼କ ଦୁର୍ଘଟଣାରେ ଭାଇଙ୍କ ଜୀବନ ଯାଇଛି।

ଭଉଣୀ ଜଣକ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ଘଟାଇଥିବା ଗାଡ଼ି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି।

ମୃତକ ହେଲେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ଖୁନ୍ତାମାଲ ପଞ୍ଚାୟତ ଜାମଡିହି ଗ୍ରାମର ଅର୍ଜୁନ କିସାନ (୫୮) ।

Advertisment Road Accident ଗଛକୁ ପିଟିଲା ଯାତ୍ରୀବାହୀ ଅଟୋରିକ୍ସା, ୫ ଯାତ୍ରୀ ଆହତ ସୂଚନା ଅନୁଯାୟୀ, ରାକ୍ଷୀ ପୂର୍ଣ୍ଣିମା ନିମନ୍ତେ ଅର୍ଜୁନଙ୍କ ଭଉଣୀ ଜାମଡିହି ଗ୍ରାମକୁ ଆସିଥିଲେ ।

ରାକ୍ଷୀ ବାନ୍ଧି ସାରିବା ପରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଅର୍ଜୁନ ନିଜ ବାଇକ୍‌ (ଓଡି-୧୫-ପି-୮୦୬୦)ରେ ଭଉଣୀଙ୍କୁ ବସାଇ କୁକେରମା ଗ୍ରାମସ୍ଥିତ ତାଙ୍କ ଶାଶୁଘରକୁ ଛାଡ଼ିବାକୁ ବାହାରିଥିଲେ ।

Accident: ବାଇକ୍‌ ଚକରେ ଫସିଗଲା ଓଢ଼ଣୀ; ମହିଳାଙ୍କର ମୃତ୍ୟୁ, ଭୋ ଭୋ କାନ୍ଦୁଛି ଝିଅ ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଅନୁସାରେ, ସାହାସପୁର ପଟୁ ଖୁନ୍ତାମାଲ-କୁଲେମୁରା ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ ଚାରିଚକିଆ ଗାଡ଼ି ଅର୍ଜୁନଙ୍କ ବାଇକ୍‌କୁ ଧକ୍କା ଚମ୍ପଟ ମାରିଥିଲା।

ଦୁର୍ଘଟଣାର ଭୟାବହତା ଏତେ ଅଧିକ ଥିଲା ଯେ ଅର୍ଜୁନଙ୍କ ଡାହାଣ ଗୋଡ଼ ଆଣ୍ଠୁ ନିକଟରୁ ଛିଣ୍ଡିଯାଇଥିଲା ।

ତାଙ୍କ ଭଉଣୀ ମଧ୍ୟ ବାଇକ୍‌ରୁ ଛିଟିକି ଆହତ ହୋଇଥିଲେ ।

ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇ ଅର୍ଜୁନଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ସରକାରୀ ହସ୍ପିଟାଲକୁ ପଠାଇଥିଲେ ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Road Accident ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ୨ ଗୋରୁ ମୃତ ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେରଙ୍କ ସୂଚନା ଅନୁଯାୟୀ, ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆଖପାଖ ଅଞ୍ଚଳର ବିଭିନ୍ନ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଦୁର୍ଘଟଣା ଘଟାଇଥବା ଗାଡ଼ିକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)