Attack on Mamata: ମମତା ବାନାର୍ଜୀଙ୍କ ଗାଡ଼ି ଉପରକୁ ଆକ୍ରମଣ, କାଦୁଅ-ଜୋତା ଫିଙ୍ଗିଲେ ପ୍ରଦର୍ଶନକାରୀ

Aug 09, 2026 - 16:17
Attack on Mamata: ମମତା ବାନାର୍ଜୀଙ୍କ ଗାଡ଼ି ଉପରକୁ ଆକ୍ରମଣ, କାଦୁଅ-ଜୋତା ଫିଙ୍ଗିଲେ ପ୍ରଦର୍ଶନକାରୀ

"କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୩ପରଗନା ଜିଲ୍ଲାର ହଲିସହରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗାଡ଼ି ଉପରେ ଭିଡ଼ ହିଂସା ଅଭିଯୋଗ ହୋଇଛି।

ମମତା ବାନାର୍ଜୀଙ୍କ ଗାଡ଼ି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଜଣେ ମୃତ କର୍ମଚାରୀଙ୍କ ଘରକୁ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଛି।

ମମତାଙ୍କ ରାସ୍ତାରେ ପ୍ରଦର୍ଶନକାରୀମାନେ ପହଞ୍ଚି ପ୍ରଥମେ ଗାଡ଼ି ଚାରିପାଖରେ ଘେରି ଯାଇଥିଲେ।

ତାପରେ ଆକ୍ରମଣ କରିଥିଲେ।

କୁହାଯାଉଛି ଯେ, ମମତାଙ୍କ ଗାଡ଼ି ଉପରେକୁ କାଦୁଅ ଏବଂ ଜୋତା ଆକ୍ରମଣ ହୋଇଥିଲା।

ଆକ୍ରୋଶିତ ଜନତା ମମତାଙ୍କ ବିରୋଧରେ ନାରାବାଜି କରିଥିଲେ।

ସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ପହଞ୍ଚି ଥିଲା ଏବଂ ମମତା ବାନାର୍ଜୀଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।

Advertisment ଏହି ଘଟଣା ନେଇ ମମତା ବାନାର୍ଜୀ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ମୋର ଗାଡ଼ି ଉପରେ ଆକ୍ରମଣ ହୋଇଛି।

ପୁଲିସର ସାମ୍ନାରେ ଭିଡ଼ ହିଂସା ହୋଇଛି।

ଗାଡ଼ି ଉପରକୁ ବଡ଼ବଡ଼ ପଥର ଫିଙ୍ଗା ହୋଇଛି।

ଆକ୍ରମଣ ଭୟଙ୍କର ଥିଲା।

ଯଦି ଗାଡ଼ିର ଝରକା ଖୋଲିଥାନ୍ତି, ତା"ହେଲେ ମୁଣ୍ଡ ଫାଟି ଯାଇଥାନ୍ତା।

ଗାଡ଼ି ଭିତରେ ବସିଥିବା ଲୋକମାନଙ୍କର ମୃତ୍ୟୁ ହୋଇଯାଇଥାନ୍ତା।

Attack row: ମମତା ବାନାର୍ଜୀ ହସ୍ପିଟାଲ ସିଇଓଙ୍କୁ ଧମକ ଦେବାର ଅଡିଓ ଭାଇରାଲ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି, ମୃତ ଟିଏମ୍‌ସି କର୍ମଚାରୀଙ୍କ ପରିବାରକୁ ଭେଟିବା ପାଇଁ ତାଙ୍କ ଘରକୁ ଯାଉଥିଲି।

ଗତ ଶୁକ୍ରବାର ଦିନ ଥାନା ପରିସରରେ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

ରାସ୍ତାରେ ତାଙ୍କର ଗାଡ଼ି ଯେତେବେଳେ ପହଞ୍ଚି ଥିଲା, ସେଠାରେ ଉତ୍ତେଜିତ ବ୍ୟକ୍ତିମାନେ ଅଟକାଇଥିଲେ।

ଏହି ବିରୋଧ ପ୍ରଦର୍ଶନ ଭୟଙ୍କର ଥିଲା।

ଅଳ୍ପ ସମୟ ମଧ୍ୟରେ ପରିସ୍ଥିତି ଆହୁରି ଉଗ୍ରରୂପ ଧାରଣ କରିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media