Attack: ମୁଖ୍ୟମନ୍ତ୍ରୀ ବସ୍‌ ଉପରକୁ ଟେକାମାଡ଼; ଭାଙ୍ଗିଲା କାଚ, ଯାତ୍ରୀ ଆହତ

Sep 04, 2026 - 18:27
Attack: ମୁଖ୍ୟମନ୍ତ୍ରୀ ବସ୍‌ ଉପରକୁ ଟେକାମାଡ଼; ଭାଙ୍ଗିଲା କାଚ, ଯାତ୍ରୀ ଆହତ

"ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ସୁନ୍ଦରଗଡ଼ ସଦରଥାନା ସମରଡିହିଠାରେ ମୁଖ୍ୟମନ୍ତ୍ରୀ ବସ୍‌ ଉପରକୁ କେହି ଦୁର୍ବୃତ୍ତ ଟେକାମାଡ଼ କରିଛି।

ଏଥିରେ ବସ୍‌ର କାଚ ଭାଙ୍ଗି ଚୂର୍‌ମାର ହୋଇଯାଇଥିବାବେଳେ ଜଣେ ମହିଳା ଓ ବାଳିକା ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି।

Advertisment ବସ୍‌ଟି ସୁନ୍ଦରଗଡ଼ରୁ କିଞ୍ଜିର୍ମା ଅଞ୍ଚଳକୁ ଯାତ୍ରୀ ନେଇ ଯାଉଥିବାବେଳେ ସମରଡିହି ନିକଟରେ କିଛି ଦୁର୍ବୃତ୍ତ ଅତିର୍କିତ ଭାବେ ଟେକାମାଡ଼ କରିଥିଲେ।

କାଚ ଭାଙ୍ଗି ୨ ଜଣ ଆହତ ହେବା ପରେ ଅନ୍ୟ ଯାତ୍ରୀ ଭୟଭୀତ ହୋଇ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ।

ବସ୍‌ କର୍ମଚାରୀ ଅଟକି ଦୁର୍ବୃତ୍ତମାନଙ୍କ ସନ୍ଧାନ ନେଲା ବେଳକୁ ସେମାନେ ଫେରାର ହୋଇଗଲେ।

କୋଟିଆରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା ଖବର ପାଇ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି।

ଯାତ୍ରୀବାହୀ ବସ୍‌ ଉପରକୁ ଟେକାମାଡ଼ ଚର୍ଚ୍ଚାର ବିଷୟ ହୋଇଥିବାବେଳେ କିଏ କାହିଁକି ଏପରି କାଣ୍ଡ କରିଛି, ତାକୁ ନେଇ ପ୍ରଶ୍ନ ଉଠିଛି।

ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୁଲିସ ତନାଘନା ଚଲାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)