Assaulted: ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ସମୟରେ ରାଇରଙ୍ଗପୁର ପୌରାଧ୍ୟକ୍ଷଙ୍କୁ ମାଡ
ରାଇରଙ୍ଗପୁର/କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ।
ରାଇରଙ୍ଗପୁର ପୌରପରିଷଦର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ (ପୁପୁନ) ଙ୍କୁ ମାଡ ହୋଇଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ଗତ ରାତିରେ ରାଇରଙ୍ଗପୁର ଜଣେ ବର କରଞ୍ଜିଆ ଗଡସାହିର କନ୍ୟାଙ୍କ ସହିତ ବିବାହ ଉତ୍ସବ ଥିଲା ।
ତେବେ ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ମଧ୍ୟ ସେହି ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ ।
ତେବେ ବରଯାତ୍ରୀ ପ୍ରସେସନ୍ କରୁଥିବା ସମୟରେ ସାମାନ୍ୟ ଗାଡ଼ି ପାର୍କିଂ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା ।
Advertisment ଆହୁରି ପଢନ୍ତୁ : Emergency Landing: ମଝି ଆକାଶରେ ବିମାନ ଦ୍ୱାର ଖୋଲିବାକୁ ଯାତ୍ରୀଙ୍କ ଉଦ୍ୟମ: ଫିନିକ୍ସରେ ଜରୁରୀ ଅବତରଣ କଲା ଆମେରିକାନ୍ ଏୟାରଲାଇନ୍ସ ବିମାନ ଏପରିକି ନିଶାଶକ୍ତ ଯୁବକମାନେ ପୌରାଧ୍ୟକ୍ଷଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ ।
ପୌରାଧ୍ୟକ୍ଷ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରୁଥିବା ସମୟରେ ଗଡ ସାହିର ଜଣେ ଯୁବକ ତାଙ୍କ ଉପରକୁ ଏକ ପେଭର ବ୍ଲକ ଇଟାରେ ଆକ୍ରମଣ କରିଥିଲେ ।
ପେଭର ବ୍ଲକ ଇଟାଟି ତାଙ୍କ ମୁଣ୍ଡରେ ବାଜିଥିଲା ।
ଯାହାଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ପ୍ରଚୁର ମାତ୍ରାରେ ରକ୍ତସ୍ରାବ ହେଉଥିଲା ।
ତେବେ ମାରପିଟ ଦୁଇ ଗୋଷ୍ଠୀର ଅନ୍ୟ ୪ ଜଣ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
ପୌରାଧ୍ୟକ୍ଷଙ୍କ ରକ୍ତସ୍ରାବ ବନ୍ଦ ନ ହେବାରୁ ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝରସ୍ଥ ଧରଣୀ ଧର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକସ୍ଥ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିସ୍ୟା କରାଯାଉଛି ।
ଆହୁରି ପଢନ୍ତୁ : Women Reservation: ମହିଳାଙ୍କୁ ନ୍ୟାୟ ଦେବାରୁ କେହି ରୋକିପାରିବେନି: ବିରୋଧୀଙ୍କୁ ମୋଦୀଙ୍କ ଟାର୍ଗେଟ ତେବେ ଏନେଇ ଆମ ସମ୍ବାଦର ରାଇରଙ୍ଗପୁର ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ ପୌରାଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ ରକ୍ତସ୍ରାବ ମଧ୍ୟ ବନ୍ଦ ହୋଇଛି ।
ତେବେ ଇଟାର ମାଡ ଏତେ ଜୋର୍ ଥିଲା ଯେ ମୁଣ୍ଡରେ ପ୍ରଚୁର କ୍ଷତ ସୃଷ୍ଟି ହୋଇଛି ।
ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ଉକ୍ତ ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।
ତେବେ ଉକ୍ତ ଘଟଣା ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଛି ନା କୌଣସି ରାଜନୈତିକ ମାମଲା କୁ ନେଇ ହୋଇଛି ତାହା ଜଣାପଡ଼ିନାହିଁ।
ଏନେଇ ରାଇରଙ୍ଗପୁର ଏସପି ସୁରେଶ ପାତ୍ର ଘଟଣାର ତଦନ୍ତ କରିବା ପାଇଁ ଏଏସପି ଯଦୁନାଥ ଜେନା ଓ କରଞ୍ଜିଆ ଏସଡିପିଓ ନବକିଶୋର ନାଏକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
