Assam: ଆସାମରେ ବିଜେପି ନେତାଙ୍କୁ ହତ୍ୟା, ୫ ଗିରଫ
"ଗୌହାଟୀ: ଆସାମର ଶ୍ରୀଭୂମି ଜିଲ୍ଲାରେ ଜଣେ ୫୨ ବର୍ଷୀୟ ବିଜେପି ନେତା ନିଖୋଜ ହେବାର ୨ ଦିନ ପରେ ଆଜି ତାଙ୍କ ମୃତ ଦେହ ମିଳିଛି।
ଉକ୍ତ ବିଜେପି ନେତାଙ୍କ ନାଁ ହେଉଛି ବିକାଶ ଧାର ଏବଂ ସେ ବଜାରିଚେରା ଥାନା ଅଧୀନରେ ଥିବା ଚଗଲମୋୱା ଗ୍ରାମ ବାସିନ୍ଦା।
ଗତ ୨ ଦିନ ଧରି ସେ ନିଖୋଜ ଥିଲେ।
ତେବେ ଶୁକ୍ରବାର ସକାଳେ ତ୍ରିପୁରା ସୀମା ନିକଟସ୍ଥ ଯୋଗିଚେରା ଅଞ୍ଚଳ ନିକଟସ୍ଥ ଏକ ପରିତ୍ୟକ୍ତ ବାସଭବନରୁ ତାଙ୍କ ମୃତଦେହ ମିଳିଛି।
ଧାରଙ୍କ ପରିବାର ସଦସ୍ୟ ଅଗଷ୍ଟ ୧୨ ତାରିଖରେ ପୁଲିସରେ ଏନେଇ ଏକ ଅଭିଯୋଗ କରିଥିଲେ।Advertisment ଆହୁରି ପଢନ୍ତୁ :Dead: ୮ ଦିନ ତଳେ ବଦଳି ହୋଇ ଆସିଥିଲେ, ଜୀବନ ହାରିଲେ ଦିଗପହଣ୍ଡି ଜେଲ୍ ୱାଡେନ୍ ବିଜେପି ନେତାଙ୍କ ପୁଅ ମଦନ ଧାର କହିଛନ୍ତି, ଅଗଷ୍ଟ ୧୨ ତାରିଖ ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ମୋ ବାପା ହଠାତ୍ ଏକ ଫୋନ୍ କଲ୍ ପାଇ ବାହାରକୁ ଯାଇଥିଲେ।
ଘରକୁ ନଫେରିବାରୁ ଆମେ ରାତି ପ୍ରାୟ ୧୦ଟା ସମୟରେ ସେ ନିଖୋଜ ଥିବା ନେଇ ଥାନାରେ ଏକ ମାମଲା ରୁଜୁ କରିଥିଲୁ।
ପୁଲିସ ବହୁ ଖୋଜାଖୋଜି କରିବାପରେ ଆଜି ସକାଳେ ତାଙ୍କ ମୃତଦେହ ପାଇଛି।
ନେତାଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି।
ପୁଲିସ ଏହି ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରିଛି ଏବଂ ସେମାନେ ହେଉଛନ୍ତି ଅବଦୁଲ ସଲାମ, ସିଫତ ଅଲି, ଅବଦୁଲ ଅହତ, ସୈଫୁଲ ଅଲି ଏବଂ ବଦରୁଲ ହକ୍।
ଏହି ଘଟଣାରେ ଜଡ଼ିତ ଅନ୍ୟ ଜଣେ ଅଭିଯୁକ୍ତ ସୁନମ ମିୟା ଏବେ ତ୍ରିପୁରାକୁ ଫେରାର୍ ହୋଇଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
